ନୂଆ ଅଧିନାୟକ ଘୋଷଣା କଲା ଅଷ୍ଟ୍ରେଲିଆ, ବାଦ୍ ପଡ଼ିଲେ RCB ଷ୍ଟାର ବୋଲର
ନୂଆଦିଲ୍ଲୀ,୧୨।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ କିଙ୍ଗଷ୍ଟନରେ ଖେଳାଯିବ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଜିତି ସିରିଜ କବଜା କରିସାରିଛି। ଏବେ ସେମାନେ ଆୟୋଜକ ଦଳକୁ କ୍ଲିନ ସୁଇପ୍ କରିବା ଉଦ୍ଦେଶ୍ୟରେ ତୃତୀୟ ଟେଷ୍ଟ ଖେଳିବେ। ଏହା ପରେ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହା ଜୁଲାଇ ୨୧ ରୁ ଆରମ୍ଭ ହେବ। ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ […] The post ନୂଆ ଅଧିନାୟକ ଘୋଷଣା କଲା ଅଷ୍ଟ୍ରେଲିଆ, ବାଦ୍ ପଡ଼ିଲେ RCB ଷ୍ଟାର ବୋଲର appeared first on Dharitri Odia News.
ନୂଆଦିଲ୍ଲୀ,୧୨।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ କିଙ୍ଗଷ୍ଟନରେ ଖେଳାଯିବ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଜିତି ସିରିଜ କବଜା କରିସାରିଛି। ଏବେ ସେମାନେ ଆୟୋଜକ ଦଳକୁ କ୍ଲିନ ସୁଇପ୍ କରିବା ଉଦ୍ଦେଶ୍ୟରେ ତୃତୀୟ ଟେଷ୍ଟ ଖେଳିବେ। ଏହା ପରେ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଏହା ଜୁଲାଇ ୨୧ ରୁ ଆରମ୍ଭ ହେବ। ଏହି ସିରିଜ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି। ଏଥିରେ ଦୁଇଟି ବଡ଼ ପରିବର୍ତ୍ତନ କରାଯାଇଛି। ଅଷ୍ଟ୍ରେଲିୟ ଅଧିନାୟକ ପ୍ୟାଟ କମିନ୍ସଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ନୂତନ ଅଧିନାୟକ ଘୋଷଣା କରାଯାଇଛି। ଏହା ବ୍ୟତୀତ ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୫ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)କୁ ଚାମ୍ପିଅନ କରିଥିବା ବୋଲରମାନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇ ନାହିଁ।
ଜୁଲାଇ ୨୧ ରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି। ପ୍ୟାଟ କମିନ୍ସଙ୍କ ସ୍ଥାନରେ ମିଚେଲ ମାର୍ଶଙ୍କୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ କରାଯାଇଛି। ଏହି ସିରିଜ ପାଇଁ କମିନ୍ସ ଏବଂ ଦ୍ରୁତ ବୋଲର ଜୋଶ ହାଜେଲଉଡଙ୍କୁୁ ବିଶ୍ରାମ ଦିଆଯାଇଛି। ହାଜେଲଉଡ IPL ୨୦୨୫ ରେ RCB ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଦଳକୁ ଚାମ୍ପିଅନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ହାଜେଲଉଡ IPL ୨୦୨୫ ରେ ୧୨ ମ୍ୟାଚ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୨୨ ଉଇକେଟ ନେଇଥିଲେ। ଏହା ବ୍ୟତୀତ ସେ ୫୨ ଟି୨୦ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୬୭ ଉଇକେଟ ନେଇଛନ୍ତି। ହାଜେଲଉଡ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟ ଖେଳିବାରେ ବ୍ୟସ୍ତ ଅଛନ୍ତି। ସେ ଗତ ଦୁଇଟି ଟେଷ୍ଟ ମ୍ୟାଚ୍ରେ ୧୧ ଉଇକେଟ ନେଇଛନ୍ତି।
ୱେଷ୍ଟଇଣ୍ଡିଜ ବିପକ୍ଷରେ T୨୦ ସିରିଜ ପାଇଁ ପ୍ୟାଟ କମିନ୍ସଙ୍କୁ ବିଶ୍ରାମ ଦିଆଯାଇଛି। କମିନ୍ସଙ୍କ ସ୍ଥାନରେ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ଦଳର ଅଧିନାୟକ କରାଯାଇଛି। କମିନ୍ସ ଦକ୍ଷିଣ ଆଫ୍ରିକା ବିପକ୍ଷ ଧଳା ବଲ ସିରିଜ ପାଇଁ ମଧ୍ୟ ନିଜର ନାମ ପ୍ରତ୍ୟାହାର କରିନେଇଛନ୍ତି। ସେ ୨୦୨୫-୨୬ ଆଶେସ ପାଇଁ ନିଜକୁ ସମ୍ପୂର୍ଣ୍ଣ ଫିଟ ରଖିବାକୁ ଚାହାନ୍ତି ଏବଂ ସେଥିପାଇଁ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମିଚେଲ ଓୱେନ ଏବଂ ମ୍ୟାଟ କୁହ୍ନେମାନଙ୍କୁ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି।
ଅଷ୍ଟ୍ରେଲିଆ ଦଳ:
ମିଚେଲ ମାର୍ଶ (ଅଧିନାୟକ), ସିଆନ ଆବୋଟ୍, କୁପର୍ କନୋଲି, ଟିମ ଡେଭିଡ୍, ବେନ ଡ୍ବାରସିସ, ନାଥନ ଏଲିସ, କାମେରୁନ ଗ୍ରୀନ, ଆରୋନ ହାର୍ଡି, ଜୋଶ ଇଙ୍ଗଲିସ, ସ୍ପେନ୍ସର ଜନସନ୍, ମ୍ୟାଟ କୁହ୍ନେମାନ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଓୱେନ, ମାଥ୍ୟୁ ସର୍ଟ, ଆଡାମ ଜାମ୍ପା।
The post ନୂଆ ଅଧିନାୟକ ଘୋଷଣା କଲା ଅଷ୍ଟ୍ରେଲିଆ, ବାଦ୍ ପଡ଼ିଲେ RCB ଷ୍ଟାର ବୋଲର appeared first on Dharitri Odia News.