ନୂଆ ଆଇନ ଲାଗୁ ପରେ ପ୍ରଥମ କେସ୍, ଲକ୍ଷ୍ମୀସାଗର ଥାନାରେ ରୁଜୁ ହେଲା ହତ୍ୟା ଉଦ୍ୟମ ମାମଲା
ଭୁବନେଶ୍ୱର ୦୧/୦୭: ନୂଆ ଆଇନ ଲାଗୁ ପରେ ଭୁବନେଶ୍ୱରରେ ପ୍ରଥମ କେସ୍ ରୁଜୁ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ରୁଜୁ ହେଲା ପ୍ରଥମ କେସ୍ । ଆରମ୍ଭ ହେଲା ପ୍ରଥମ କେସ ରେଜିଷ୍ଟର । ଲକ୍ଷ୍ମୀସାଗର ଥାନା ପକ୍ଷରୁ ଏହି କେସ ରୁଜୁ ହୋଇଛି ।କେସ୍ ରୁଜୁ କରିଛନ୍ତି ଚିନ୍ତାମଣିଶ୍ବର ଅଞ୍ଚଳର ରୁଦ୍ର ପ୍ରସାଦ ଦାଶ । ଅଭିଯୋଗ ଅନୁସାରେ ତାଙ୍କ ବାପାଙ୍କୁ ତିନି ଜଣ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ । ୨୯ ଜୁନରେ ଚିନ୍ତାମଣିଶ୍ବର ମନ୍ଦିର ନିକଟରେ ଆକ୍ରମଣ ହୋଇଥିଲା । ପ୍ରଥମ FIR ନମ୍ବର ୩୭୦ । ସୂଚନା ଥାଉକି, ଆଜିଠୁ ଲାଗୁ ହୋଇଛି ଭାରତୀୟ ନ୍ୟାୟ ସଂହିତା । ହତ୍ୟା ଉଦ୍ୟମ ଅଭିଯୋଗକୁ ମାମଲା ରୁଜୁ କଲା ପୋଲିସ । ବାପାଙ୍କୁ ମରଣାତ୍ମକ ଆକ୍ରମଣ ନେଇ ଥାନାରେ ଅଭିଯୋଗରେ ତାଙ୍କ ପୁଅ ଥାନାରେ ରିପୋର୍ଟ କଲେ । ଜୁନ ୨୯ ରାତିରେ ୮.୧୫ ମିନିଟରେ ତିନି ଜଣ ବ୍ୟକ୍ତି ତାଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ । ଗୌରାଙ୍ଗ ଚରଣ ଦାସଙ୍କୁ ଚିନ୍ତମନିଶେଶ୍ୱର୍ ମନ୍ଦିର ପ୍ରଥମ ଲେନ୍ ପାଖରେ ଦୁଇଟି ବାଇକ୍ ରେ ତିନିଟି ଲୋକ ଆସି ବ୍ଲେଡରେ ତାଙ୍କ ବେକକୁ କାଟି ପକାଇଥିଲେ। ଯାହାକୁ ନେଇ ପୂର୍ବରୁ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୭ ଲାଗୁ ହେବା କଥା ଆଜି ତାହାକୁ ଭାରତୀୟ ନ୍ୟାୟ ସଂହିତା ଧାରା ୨୦୨୩ ଅନୁଯାୟୀ ୧୨୬(୨),୧୧୫(୨),୧୦୯(୧),୩(୫) ରେ ମାମଲା ରୁଜୁ କରାଗଲା।
ଭୁବନେଶ୍ୱର ୦୧/୦୭: ନୂଆ ଆଇନ ଲାଗୁ ପରେ ଭୁବନେଶ୍ୱରରେ ପ୍ରଥମ କେସ୍ ରୁଜୁ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ରୁଜୁ ହେଲା ପ୍ରଥମ କେସ୍ । ଆରମ୍ଭ ହେଲା ପ୍ରଥମ କେସ ରେଜିଷ୍ଟର । ଲକ୍ଷ୍ମୀସାଗର ଥାନା ପକ୍ଷରୁ ଏହି କେସ ରୁଜୁ ହୋଇଛି ।
କେସ୍ ରୁଜୁ କରିଛନ୍ତି ଚିନ୍ତାମଣିଶ୍ବର ଅଞ୍ଚଳର ରୁଦ୍ର ପ୍ରସାଦ ଦାଶ । ଅଭିଯୋଗ ଅନୁସାରେ ତାଙ୍କ ବାପାଙ୍କୁ ତିନି ଜଣ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ । ୨୯ ଜୁନରେ ଚିନ୍ତାମଣିଶ୍ବର ମନ୍ଦିର ନିକଟରେ ଆକ୍ରମଣ ହୋଇଥିଲା । ପ୍ରଥମ FIR ନମ୍ବର ୩୭୦ ।
ସୂଚନା ଥାଉକି, ଆଜିଠୁ ଲାଗୁ ହୋଇଛି ଭାରତୀୟ ନ୍ୟାୟ ସଂହିତା । ହତ୍ୟା ଉଦ୍ୟମ ଅଭିଯୋଗକୁ ମାମଲା ରୁଜୁ କଲା ପୋଲିସ । ବାପାଙ୍କୁ ମରଣାତ୍ମକ ଆକ୍ରମଣ ନେଇ ଥାନାରେ ଅଭିଯୋଗରେ ତାଙ୍କ ପୁଅ ଥାନାରେ ରିପୋର୍ଟ କଲେ । ଜୁନ ୨୯ ରାତିରେ ୮.୧୫ ମିନିଟରେ ତିନି ଜଣ ବ୍ୟକ୍ତି ତାଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ ।
ଗୌରାଙ୍ଗ ଚରଣ ଦାସଙ୍କୁ ଚିନ୍ତମନିଶେଶ୍ୱର୍ ମନ୍ଦିର ପ୍ରଥମ ଲେନ୍ ପାଖରେ ଦୁଇଟି ବାଇକ୍ ରେ ତିନିଟି ଲୋକ ଆସି ବ୍ଲେଡରେ ତାଙ୍କ ବେକକୁ କାଟି ପକାଇଥିଲେ। ଯାହାକୁ ନେଇ ପୂର୍ବରୁ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୭ ଲାଗୁ ହେବା କଥା ଆଜି ତାହାକୁ ଭାରତୀୟ ନ୍ୟାୟ ସଂହିତା ଧାରା ୨୦୨୩ ଅନୁଯାୟୀ ୧୨୬(୨),୧୧୫(୨),୧୦୯(୧),୩(୫) ରେ ମାମଲା ରୁଜୁ କରାଗଲା।