ନୂଆ ଆଇନକୁ ନେଇ ବୈଠକ: ଥାନାଧିକାରୀଙ୍କ ବ୍ୟବହାର ଦେଖି…
ମୋରଡ଼ା,୧ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପରିସରରେ ଆଜି ଆଇନ ସଚେତନତାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ସତ୍ୟନାରାୟଣ ବଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ପ୍ରଥମେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ସାମ୍ବାଦିକ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ସାରା ଦେଶରେ ତିନୋଟି ନୂଆ ଆପରାଧିକ ଆଇନ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ବ୍ରିଟିଶ ଅମଳରୁ ଚାଲିଆସୁଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରୀ ଅପରାଧୀ ସଂହିତା(ସିଆରପିସି), ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଭାରତୀୟ […] The post ନୂଆ ଆଇନକୁ ନେଇ ବୈଠକ: ଥାନାଧିକାରୀଙ୍କ ବ୍ୟବହାର ଦେଖି… appeared first on Dharitri Odia News.
ମୋରଡ଼ା,୧ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପରିସରରେ ଆଜି ଆଇନ ସଚେତନତାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ସତ୍ୟନାରାୟଣ ବଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ପ୍ରଥମେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ସାମ୍ବାଦିକ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ସାରା ଦେଶରେ ତିନୋଟି ନୂଆ ଆପରାଧିକ ଆଇନ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ବ୍ରିଟିଶ ଅମଳରୁ ଚାଲିଆସୁଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରୀ ଅପରାଧୀ ସଂହିତା(ସିଆରପିସି), ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା,ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଥିବା ବେଳେ ଉକ୍ତ ସବୁ ଆଇନ ବାବଦରେ ବିସ୍ତୃତ ଭାବେ ଅବଗତ କରାଇବା ଏବଂ ଜନପ୍ରତିନିଧି, ସାମ୍ବାଦିକମାନେ ଉକ୍ତ ଆଇନଗୁଡ଼ିକ ବାବଦରେ ଲୋକଙ୍କୁ ଅବଗତ କରାଇବାକୁ ନେଇ ଥାନା ଅଧିକାରୀ ଉକ୍ତ ବୈଠକ ଡକାଇଥିଲେ।
ତେବେ ପ୍ରଥମରୁ ସାମ୍ବାଦିକମାନଙ୍କୁ ଥାନା ଅଧିକାରୀ ବଳ ଅଣଦେଖା କରିବା ସହିତ ପଛରେ ବସାଇବାରୁ ଖବର ସଂଗ୍ରହରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା, ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ଉକ୍ତ ବୈଠକରେ ଥାନା ଅଧିକାରୀଙ୍କ ସହିତ ସରପଞ୍ଚ ବାଲକ ମାର୍ଣ୍ଡି, ମାଳତୀ ମାର୍ଣ୍ଡି, ରବି ସିଂ, ବାର୍ସା ହେମ୍ବ୍ରମ, ଦାସମାଥ ସୋରେନ, ବିରୁଆ ମୁର୍ମୁ, ମାଇନ ମାର୍ଣ୍ଡି ଏବଂ ବିଜନ ନାଏକ,ସୌରଭ ରଞ୍ଜନ ମହାନ୍ତି, ହିମାଂଶୁ ପାତ୍ର, ଅଞ୍ଜନ ନାଏକ, ସେକ. ମୁସ୍ତାଫା, ଓକିଲ କିଶୋର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
The post ନୂଆ ଆଇନକୁ ନେଇ ବୈଠକ: ଥାନାଧିକାରୀଙ୍କ ବ୍ୟବହାର ଦେଖି… appeared first on Dharitri Odia News.