ବେଦାନ୍ତ ଲାଞ୍ଜିଗଡ଼ ଜୋନାଲ ସ୍ପୋଟର୍ସ ମିଟ୍
ଭୁବନେଶ୍ୱର, ୧୨ା୧୧ (ବିଜୟ ରଣା): ବେଦାନ୍ତ ଆଲୁମିନିୟମ ଲିମିଟେଡ୍ ଲାଞ୍ଜିଗଡ଼ ଆନୁକୂଲ୍ୟରେ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଜୋନାଲ ସ୍ପୋଟର୍ସ ମିଟ୍ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ଟି ଜିଲାର ୧୯୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବେଦାନ୍ତ ଆଲୁମିନା ବିଜ୍ନେସ୍ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଏହାର ଉଦ୍ଘାଟନ କରିଥିଲେ। ଏଥିରେ ଲାଞ୍ଜିଗଡ଼ ଉଭୟ ୧୯ ବର୍ଷରୁ କମ୍ ଓ ୧୪ବର୍ଷରୁ କମ୍ ଫୁଟ୍ବଲ ଟୁର୍ନାମେଣ୍ଟ ଜିତିଥିବା ବେଳେ ଡିଏଭି ଟିଟିଲାଗଡ଼ ୧୭ ବର୍ଷରୁ କମ୍ […] The post ବେଦାନ୍ତ ଲାଞ୍ଜିଗଡ଼ ଜୋନାଲ ସ୍ପୋଟର୍ସ ମିଟ୍ appeared first on Dharitri Odia News.
ଭୁବନେଶ୍ୱର, ୧୨ା୧୧ (ବିଜୟ ରଣା): ବେଦାନ୍ତ ଆଲୁମିନିୟମ ଲିମିଟେଡ୍ ଲାଞ୍ଜିଗଡ଼ ଆନୁକୂଲ୍ୟରେ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଜୋନାଲ ସ୍ପୋଟର୍ସ ମିଟ୍ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ଟି ଜିଲାର ୧୯୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବେଦାନ୍ତ ଆଲୁମିନା ବିଜ୍ନେସ୍ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଏହାର ଉଦ୍ଘାଟନ କରିଥିଲେ। ଏଥିରେ ଲାଞ୍ଜିଗଡ଼ ଉଭୟ ୧୯ ବର୍ଷରୁ କମ୍ ଓ ୧୪ବର୍ଷରୁ କମ୍ ଫୁଟ୍ବଲ ଟୁର୍ନାମେଣ୍ଟ ଜିତିଥିବା ବେଳେ ଡିଏଭି ଟିଟିଲାଗଡ଼ ୧୭ ବର୍ଷରୁ କମ୍ ବର୍ଗରେ ଚାମ୍ପିୟନ ହୋଇଥିଲା। କମ୍ପାନୀ ନିକଟରେ ହକିଇଣ୍ଡିଆ ଲିଗ୍ ଦଳ କଳିଙ୍ଗ ଲାନସର୍ସ ସହିତ କେବଳ ଚୁକ୍ତି କରିଛି ତା’ ନୁହେଁ ନିୟମିତ ଭାବେ ସ୍ଥାନୀୟ କ୍ରୀଡ଼ା ଇଭେଣ୍ଟ, ଟୁର୍ନାମେଣ୍ଟ ଓ ଛାତ୍ର ପ୍ରଶିକ୍ଷଣର ଆୟୋଜନ କରିଆସୁଛି। ତୃଣମୂଳ କ୍ରୀଡ଼ାର ବିକାଶ ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। କମ୍ପାନୀ ତରଫରୁ ୧୦୦ରୁ ଊର୍ଦ୍ଧ୍ୱ ତୀରନ୍ଦାଜୀଙ୍କୁ ତାଲିମର ବ୍ୟବସ୍ଥା କରାଯାଇଛି।
The post ବେଦାନ୍ତ ଲାଞ୍ଜିଗଡ଼ ଜୋନାଲ ସ୍ପୋଟର୍ସ ମିଟ୍ appeared first on Dharitri Odia News.