ନୂଆ ବର୍ଷରେ ବୁମରାଙ୍କ ନାଁରେ ବଡ଼ ରେକର୍ଡ, ଟେଷ୍ଟରେ ରଚିଲେ ଇତିହାସ
ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବୁଧବାର ଆଇସିସି ଦ୍ଵାରା ଜାରି ସଦ୍ୟତମ ଟେଷ୍ଟ ବୋଲିଂ ମାନ୍ୟତାରେ ଇତିହାସ ରଚିଛନ୍ତି। ସେ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଳବତ୍ତର ରଖିବା ସହ ଅଧିକ ରେଟିଂ ହାସଲ କରିବାରେ ଭାରତୀୟ ବୋଲର ହେବାର କୀର୍ତ୍ତିମାନ ରଚିଛନ୍ତି। ବୁମରା ନିକଟରେ ସନ୍ନ୍ୟାସ ନେଇଥିବା ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ପଛରେ ପକାଇଛନ୍ତି। ଅଶ୍ଵିନ ୨୦୧୬ରେ ୯୦୪ ପଏଣ୍ଟ ସହ ନିଜର ସର୍ବୋଚ୍ଚ ରେଟିଂ ହାସଲ କରିଥିଲେ। ବୁମରା ନିକଟରେ ଅଶ୍ଵିନଙ୍କ ସମକକ୍ଷ ହୋଇଥିଲେ। ଆଉ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଶାଣିତ ବୋଲିଂ କରି ଭାରତୀୟ ବୋଲର ଭାବେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ବୁମରା ୯୦୭ ରେଟିଂ ପଏଣ୍ଟ ସହ ସର୍ବକାଳୀନ ତାଲିକାରେ ଇଂଲଣ୍ଡର ଡେରେକ ଅଣ୍ଡରଉଡଙ୍କ ସହିତ ଯୁଗ୍ମ ୧୭ତମ ସ୍ଥାନରେ ରହିଛନ୍ତି।Also read: ୟର୍କର କିଙ୍ଗ୍ଙ୍କୁ କିଏ ଆଣିଥିଲେ ? କେମିତି ମିଳିଲା ଟିମ୍ ଇଣ୍ଡିଆରେ ଏଣ୍ଟ୍ରି...ଦ୍ରୁତ ବୋଲର ଯଶପ୍ରୀତ ବୁମରା ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୧-୨ରେ ପଛରେ ଅଛନ୍ତି। ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଶୁକ୍ରବାରଠୁ ଖେଳାଯିବ। ବୁମରା ଏ ପର୍ଯ୍ୟନ୍ତ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରି ୨୦ରୁ କମ ହାରରେ ୩୦ ଓ୍ଵିକେଟ୍ ନେଇଛନ୍ତି। କିନ୍ତୁ
ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବୁଧବାର ଆଇସିସି ଦ୍ଵାରା ଜାରି ସଦ୍ୟତମ ଟେଷ୍ଟ ବୋଲିଂ ମାନ୍ୟତାରେ ଇତିହାସ ରଚିଛନ୍ତି। ସେ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଳବତ୍ତର ରଖିବା ସହ ଅଧିକ ରେଟିଂ ହାସଲ କରିବାରେ ଭାରତୀୟ ବୋଲର ହେବାର କୀର୍ତ୍ତିମାନ ରଚିଛନ୍ତି। ବୁମରା ନିକଟରେ ସନ୍ନ୍ୟାସ ନେଇଥିବା ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ପଛରେ ପକାଇଛନ୍ତି।
ଅଶ୍ଵିନ ୨୦୧୬ରେ ୯୦୪ ପଏଣ୍ଟ ସହ ନିଜର ସର୍ବୋଚ୍ଚ ରେଟିଂ ହାସଲ କରିଥିଲେ। ବୁମରା ନିକଟରେ ଅଶ୍ଵିନଙ୍କ ସମକକ୍ଷ ହୋଇଥିଲେ। ଆଉ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଶାଣିତ ବୋଲିଂ କରି ଭାରତୀୟ ବୋଲର ଭାବେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ବୁମରା ୯୦୭ ରେଟିଂ ପଏଣ୍ଟ ସହ ସର୍ବକାଳୀନ ତାଲିକାରେ ଇଂଲଣ୍ଡର ଡେରେକ ଅଣ୍ଡରଉଡଙ୍କ ସହିତ ଯୁଗ୍ମ ୧୭ତମ ସ୍ଥାନରେ ରହିଛନ୍ତି।
Also read: ୟର୍କର କିଙ୍ଗ୍ଙ୍କୁ କିଏ ଆଣିଥିଲେ ? କେମିତି ମିଳିଲା ଟିମ୍ ଇଣ୍ଡିଆରେ ଏଣ୍ଟ୍ରି...
ଦ୍ରୁତ ବୋଲର ଯଶପ୍ରୀତ ବୁମରା ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୧-୨ରେ ପଛରେ ଅଛନ୍ତି। ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଶୁକ୍ରବାରଠୁ ଖେଳାଯିବ। ବୁମରା ଏ ପର୍ଯ୍ୟନ୍ତ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରି ୨୦ରୁ କମ ହାରରେ ୩୦ ଓ୍ଵିକେଟ୍ ନେଇଛନ୍ତି। କିନ୍ତୁ ବ୍ୟାଟରଙ୍କ ଦୟନୀୟ ପ୍ରଦର୍ଶନ ଯୋଗୁଁ ଭାରତ ସିରିଜ୍ରେ ପଛରେ ରହିଛି।
ଅଷ୍ଟ୍ରେଲିଆର ଅଧିନାୟକ ତଥା ଦ୍ରୁତ ବୋଲର ପାଟ୍ କମିନ୍ସଙ୍କୁ ମଧ୍ୟ ମାନ୍ୟତାରେ ଫାଇଦା ମିଳିଛି। ସେ ମାନ୍ୟତାରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ମେଲବର୍ଣ୍ଣ ଟେଷ୍ଟରେ ବ୍ୟାଟିଂରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କମିନ୍ସ।
ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଯଶସ୍ଵୀ ଜୟସ୍ଵାଲ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି। ଯଶସ୍ଵୀଙ୍କୁ ୮୫୪ ରେଟିଂ ପଏଣ୍ଟ ମିଳିଛି। ସେ ଭାରତର ଏକ ମାତ୍ର ବ୍ୟାଟର ଭାବେ ଟପ୍-୧୦ରେ ରହିଛନ୍ତି। ଋଷଭ ପନ୍ତ ଗୋଟିଏ ସ୍ଥାନ ତଳକୁ ଖସି ୧୨ତମ ସ୍ଥାନରେ ରହିଥିବା ବେଳେ ଗିଲ୍ ୨୦ତମ ସ୍ଥାନରେ ରହିଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମା ଟପ୍-୨୦ରେ ବି ନାହାନ୍ତି।