ନୂଆ ବାଇକ୍‌ Jawa 42 FJ ଭାରତରେ ଲଞ୍ଚ୍

ନୂଆଦିଲ୍ଲୀ: ଜାୱା ୪୨ ସିରିଜ୍‌ ନୂଆ ବାଇକ୍‌ Jawa 42 FJ ଭାରତରେ ଲଞ୍ଚ ହୋଇଛି। ଏହାର ଏକ୍ସ ଶୋ-ରୁମ ମୂଲ୍ୟ ୧,୯୯,୧୪୨ ଟଙ୍କା ରଖାଯାଇଛି। ଜାୱା ୪୨ ଲାଇଫ୍‌ ସିରିଜ୍‌ର ଏହା ନୂଆ ମେମ୍ବର। ଏହି ସିରିଜ୍‌ରେ ୪୨ ଓ ୪୨ ବବର ମଧ୍ୟ ରହିଛନ୍ତି। ତେବେ ନୂଆ ଲଞ୍ଚ ହୋଇଥିବା Jawa 42 FJ ୫ କଲର ଅପସନଅରୋରା ଗ୍ରୀନ ମେଟ୍ଟ, ମିଷ୍ଟିକ କପର, କସ୍‌ମୋ ବ୍ଲୁ ମେଟ, ଡିପ୍‌ ବ୍ଲାକ ମେଟ ବ୍ଲାକ୍ ଏବଂ ଡିପ୍‌ ବ୍ଲାକ୍ ମେଟ ରେଡ୍ ସହ ଲଞ୍ଚ ହୋଇଛି। ନୂଆ ଷ୍ଟାଇଲ ଓ ଉନ୍ନତମାନର ଇଞ୍ଜିନ ଭଳି ସୁବିଧା ସହିତ ଲଞ୍ଚ ହୋଇଥିବା ଏହି ବାଇକ୍‌ରେ ନୂଆ ସିଟ୍ ଡିଜାଇନ କରାଯାଇଛି। ମେସିନ୍ ଫିନିଶ୍ ଏବଂ ସହିତ ଆଲୟ ହ୍ୱିଲ୍ ଓ ଅଫ୍ ସେଟ୍ ଫ୍ୟୁଲ ଟ୍ୟାଙ୍କ କ୍ୟାପ୍ ଦିଆଯାଇଛି। ବାଇକ୍ ଆରୋହୀଙ୍କ ସୁବିଧା ପାଇଁ କମ୍ପାନୀ ଫୋନ୍ ଚାର୍ଜ କରିବା ପାଇଁ USB ଚାର୍ଜିଂ ପୋର୍ଟ ମଧ୍ୟ ଦେଇଛି। ବାଇକ୍ର ବୁକିଂ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହାର ଡିଷ୍ଟ୍ରିବ୍ୟୁଟ ଆରମ୍ଭ ହୋଇଯିବ। Jawa 42 FJ ବାଇକ୍ ୧,୯୯ ହଜାର ଟଙ୍କାରେ ଲଞ୍ଚ ହୋଇଥିବା ବେଳେ ଏହାର ପ୍ରତିଦ୍ୱନ୍ଦ୍ୱୀ ଟିଭିଏସ ରୋନିନ, ରୟାଲ ଏନ୍‌ଫିଲ୍ଡ କ୍ଲାସିକ ୩୫୦ ଓ ରୟାଲ ଏନ୍‌ଫିଲ୍ଡ ହଣ୍ଟର ୩୫୦ ବାଇକକୁ ଟକ୍କର ଦେବ। Jawa 42 FJ ଫିଚର୍ସ ବିଷୟରେ ଦେଖିଲେ ଏଥିରେ ଏଲ୍‌ଇଡି ହ୍ୟାଣ୍ଡଲ୍ୟାମ୍ପ ସହିତ ସେମି ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନ୍ସୋଲ, ଆସିଷ୍ଟ-ସ୍ଲିପର କ୍ଲଚ ଓ ଡୁଆଲ ଚ୍ୟାନେଲ ଏବିଏସ ଭଲି ଫିଚର୍ସ

ନୂଆ ବାଇକ୍‌ Jawa 42 FJ ଭାରତରେ ଲଞ୍ଚ୍

ନୂଆଦିଲ୍ଲୀ: ଜାୱା ୪୨ ସିରିଜ୍‌ ନୂଆ ବାଇକ୍‌ Jawa 42 FJ ଭାରତରେ ଲଞ୍ଚ ହୋଇଛି। ଏହାର ଏକ୍ସ ଶୋ-ରୁମ ମୂଲ୍ୟ ୧,୯୯,୧୪୨ ଟଙ୍କା ରଖାଯାଇଛି। ଜାୱା ୪୨ ଲାଇଫ୍‌ ସିରିଜ୍‌ର ଏହା ନୂଆ ମେମ୍ବର। ଏହି ସିରିଜ୍‌ରେ ୪୨ ଓ ୪୨ ବବର ମଧ୍ୟ ରହିଛନ୍ତି। ତେବେ ନୂଆ ଲଞ୍ଚ ହୋଇଥିବା Jawa 42 FJ ୫ କଲର ଅପସନଅରୋରା ଗ୍ରୀନ ମେଟ୍ଟ, ମିଷ୍ଟିକ କପର, କସ୍‌ମୋ ବ୍ଲୁ ମେଟ, ଡିପ୍‌ ବ୍ଲାକ ମେଟ ବ୍ଲାକ୍ ଏବଂ ଡିପ୍‌ ବ୍ଲାକ୍ ମେଟ ରେଡ୍ ସହ ଲଞ୍ଚ ହୋଇଛି। 

ନୂଆ ଷ୍ଟାଇଲ ଓ ଉନ୍ନତମାନର ଇଞ୍ଜିନ ଭଳି ସୁବିଧା ସହିତ ଲଞ୍ଚ ହୋଇଥିବା ଏହି ବାଇକ୍‌ରେ ନୂଆ ସିଟ୍ ଡିଜାଇନ କରାଯାଇଛି। ମେସିନ୍ ଫିନିଶ୍ ଏବଂ ସହିତ ଆଲୟ ହ୍ୱିଲ୍ ଓ ଅଫ୍ ସେଟ୍ ଫ୍ୟୁଲ ଟ୍ୟାଙ୍କ କ୍ୟାପ୍ ଦିଆଯାଇଛି। ବାଇକ୍ ଆରୋହୀଙ୍କ ସୁବିଧା ପାଇଁ କମ୍ପାନୀ ଫୋନ୍ ଚାର୍ଜ କରିବା ପାଇଁ USB ଚାର୍ଜିଂ ପୋର୍ଟ ମଧ୍ୟ ଦେଇଛି। ବାଇକ୍ର ବୁକିଂ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହାର ଡିଷ୍ଟ୍ରିବ୍ୟୁଟ ଆରମ୍ଭ ହୋଇଯିବ। 


Jawa 42 FJ ବାଇକ୍ ୧,୯୯ ହଜାର ଟଙ୍କାରେ ଲଞ୍ଚ ହୋଇଥିବା ବେଳେ ଏହାର ପ୍ରତିଦ୍ୱନ୍ଦ୍ୱୀ ଟିଭିଏସ ରୋନିନ, ରୟାଲ ଏନ୍‌ଫିଲ୍ଡ କ୍ଲାସିକ ୩୫୦ ଓ ରୟାଲ ଏନ୍‌ଫିଲ୍ଡ ହଣ୍ଟର ୩୫୦ ବାଇକକୁ ଟକ୍କର ଦେବ। Jawa 42 FJ ଫିଚର୍ସ ବିଷୟରେ ଦେଖିଲେ ଏଥିରେ ଏଲ୍‌ଇଡି ହ୍ୟାଣ୍ଡଲ୍ୟାମ୍ପ ସହିତ ସେମି ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନ୍ସୋଲ, ଆସିଷ୍ଟ-ସ୍ଲିପର କ୍ଲଚ ଓ ଡୁଆଲ ଚ୍ୟାନେଲ ଏବିଏସ ଭଲି ଫିଚର୍ସ ଦିଆଯାଇଛି। Jawa 42 FJ ବାଇକ୍‌ରେ ଅପଗ୍ରେଡ୍ ୩୩୪ ସିସି ସିଙ୍ଗଲ ସିଲିଣ୍ଡର ଲିକ୍ୱିଡ କୁଲ୍ଡ ମୋଟର ଦିଆଯାଇଛି। 

କେବଳ ସେତିକି ନୁହେଁ ବ୍ଲୁଟୁଥ କନେକ୍ଟିଭିଟି ସପୋର୍ଟ ସହିତ ଏହି ବାଇକ୍‌ରେ ଆପଣଙ୍କୁ ଇନ୍‌କମିଂ କଲ୍ସ ଓ ଏସ୍‌ଏମଏସ୍ ଆଲର୍ଟ୍ସ ଆଦିର ସୂଚନା ବାଇକ୍‌ର ଡିସ୍‌ପ୍ଲେରେ ମିଳିବ। ନୂଆ ବାଇକ୍‌ରେ ଇଞ୍ଜିନ ଏନ୍‌ବିଏଚ ଲେବଲ ଓ ପରଫରମାନ୍ସରେ ଅନେକ ସୁଧାର କରାଯାଇଛି। ପୂର୍ବ ମଡେଲ ତୁଳନାରେ ଥର୍ମାଲ ମ୍ୟାନେଜମେଣ୍ଟ ୟୁନିଟକୁ ଉନ୍ନତମାନର କରାଯାଇଛି। 

ଇଞ୍ଜିନ ୨୨ବିଏଚପି ପାୱାର ସହ ୨୮ ଏନଏମ ଟର୍କ ଜେନେରେଟ କରିଥାଏ। ଏଥିରେ ୬ ସ୍ପିଡ୍ ଗିୟରବକ୍ସ ଅପ୍‌ସନ ସହ ଲଞ୍ଚ କରାଯାଇଛି। ବାଇକ୍‌ରେ ଫ୍ରଣ୍ଟ ଟେଲିସ୍କୋପିକ୍ ଫୋର୍କ୍ସ ଓ ରିୟର ଟ୍ୱିନ ଶକ୍ ଅବଜ୍‌ରବର ଦିଆୟଇଥିବା ବେଳେ ଡୁଆଲ-ଚ୍ୟାନେଲ ଏବିଏସ ଡିକ୍ସ ବ୍ରେକ ମିଳିବ।