ନୂଆ ମ୍ୟାଲେରିଆ ଟିକା ଫଳପ୍ରଦ

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ନୂଆ ମ୍ୟାଲେରିଆ ଟିକା ସୁରକ୍ଷିତ ଓ ଉଚ୍ଚ ରୋଗ ପ୍ରତିରୋଧୀ ବୋଲି ଜଣାପଡ଼ିଛି। ଏହାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆଫ୍ରିକୀୟ ପିଲାମାନଙ୍କ ଉପରେ କରାଯାଇଥିବାବେଳେ ଅନ୍ତରୀଣ ଫଳାଫଳରୁ ଟିକା ଆଶାଜନକ ପ୍ରଭାବକାରୀ ବୋଲି ସ୍ପଷ୍ଟ ହୋଇଛି। ଆର୍‌ଏଚ୍‌୫.୧/ମାଟ୍ରିକ୍ସ-ଏମ୍‌ ନାମକ ଏହି ବ୍ଲଡ୍‌-ଷ୍ଟେଜ୍‌ ଟାଇପ୍‌ ଭାକ୍ସିନ୍‌ ରକ୍ତରେ ଥିବା ମ୍ୟାଲେରିଆ ପରଜୀବୀଙ୍କୁ ଟାର୍ଗେଟ କରିଥାଏ। ପରୀକ୍ଷାର ଫଳାଫଳ ଲାନ୍‌ସେଟ୍‌ ଇନ୍‌ଫେକ୍ଟିଅସ୍‌ ଡିଜିଜ୍‌ ପତ୍ରିକାରେ ପ୍ରକାଶ ପାଇଛି। ସଂକ୍ରମିତ ମାଈ ଆନୋଫିଲିସ୍‌ ମଶା କାମୁଡ଼ଲେ ପ୍ଲାସ୍‌ମୋଡିଅମ୍‌ ପାରାସାଇଟ୍‌ ସଂକ୍ରମଣ […] The post ନୂଆ ମ୍ୟାଲେରିଆ ଟିକା ଫଳପ୍ରଦ appeared first on Dharitri Odia News.

ନୂଆ ମ୍ୟାଲେରିଆ ଟିକା ଫଳପ୍ରଦ

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ନୂଆ ମ୍ୟାଲେରିଆ ଟିକା ସୁରକ୍ଷିତ ଓ ଉଚ୍ଚ ରୋଗ ପ୍ରତିରୋଧୀ ବୋଲି ଜଣାପଡ଼ିଛି। ଏହାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆଫ୍ରିକୀୟ ପିଲାମାନଙ୍କ ଉପରେ କରାଯାଇଥିବାବେଳେ ଅନ୍ତରୀଣ ଫଳାଫଳରୁ ଟିକା ଆଶାଜନକ ପ୍ରଭାବକାରୀ ବୋଲି ସ୍ପଷ୍ଟ ହୋଇଛି। ଆର୍‌ଏଚ୍‌୫.୧/ମାଟ୍ରିକ୍ସ-ଏମ୍‌ ନାମକ ଏହି ବ୍ଲଡ୍‌-ଷ୍ଟେଜ୍‌ ଟାଇପ୍‌ ଭାକ୍ସିନ୍‌ ରକ୍ତରେ ଥିବା ମ୍ୟାଲେରିଆ ପରଜୀବୀଙ୍କୁ ଟାର୍ଗେଟ କରିଥାଏ। ପରୀକ୍ଷାର ଫଳାଫଳ ଲାନ୍‌ସେଟ୍‌ ଇନ୍‌ଫେକ୍ଟିଅସ୍‌ ଡିଜିଜ୍‌ ପତ୍ରିକାରେ ପ୍ରକାଶ ପାଇଛି।
ସଂକ୍ରମିତ ମାଈ ଆନୋଫିଲିସ୍‌ ମଶା କାମୁଡ଼ଲେ ପ୍ଲାସ୍‌ମୋଡିଅମ୍‌ ପାରାସାଇଟ୍‌ ସଂକ୍ରମଣ ହୋଇ ମ୍ୟାଲେରିଆ ସୃଷ୍ଟି ହୋଇଥାଏ। ଗବେଷକମାନେ ଆଫ୍ରିକୀୟ ଦେଶର ୩୬୧ ଜଣ ପିଲାଙ୍କୁ ଏହି ଟିକାର ୩ଟି ଡୋଜ୍‌ ଦେଇଥିଲେ। ମାସେ ଅନ୍ତରରେ ଦିଆଯାଇଥିବା ଡୋଜ୍‌ ୪୦ ପ୍ରତିଶତ ଏବ ବିଳମ୍ବିତ ଡୋଜ୍‌ ୫୫ ପ୍ରତିଶତ ଫଳପ୍ରଦ ଦେଖାଇଥିଲା।

The post ନୂଆ ମ୍ୟାଲେରିଆ ଟିକା ଫଳପ୍ରଦ appeared first on Dharitri Odia News.