୩୦ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ସରପଞ୍ଚ

ପରଜଙ୍ଗ,୨୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ମକର ଚାନ୍ଦ ସାହୁ ପଞ୍ଚାୟତର ସିଏଫ୍‌ସି ଫଣ୍ଡ୍‌ ଟଙ୍କା ହଡ଼ପ ଅଭିଯୋଗରେ ବାନ୍ଧିଛି ପରଜଙ୍ଗ ପୋଲିସ। ୭ଟି ଚେକ୍‌ରେ ୩୦ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଚଳୁ କରି ଦେଇଛନ୍ତି ସରପଞ୍ଚ ମକର ଚାନ୍ଦ ସାହୁ। ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ସାମଲଙ୍କ ଅଭିଯୋଗ ଆଧାରରେ ବିଡିଓ ସୌଭାଗ୍ୟ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ତଦନ୍ତ କରିଥିଲେ। ଯାହାକୁ ନେଇ ଓଡ଼ିଶା ପଞ୍ଚାୟତିରାଜ […] The post ୩୦ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ସରପଞ୍ଚ appeared first on Dharitri Odia News.

୩୦ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ସରପଞ୍ଚ

ପରଜଙ୍ଗ,୨୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ମକର ଚାନ୍ଦ ସାହୁ ପଞ୍ଚାୟତର ସିଏଫ୍‌ସି ଫଣ୍ଡ୍‌ ଟଙ୍କା ହଡ଼ପ ଅଭିଯୋଗରେ ବାନ୍ଧିଛି ପରଜଙ୍ଗ ପୋଲିସ। ୭ଟି ଚେକ୍‌ରେ ୩୦ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଚଳୁ କରି ଦେଇଛନ୍ତି ସରପଞ୍ଚ ମକର ଚାନ୍ଦ ସାହୁ। ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ସାମଲଙ୍କ ଅଭିଯୋଗ ଆଧାରରେ ବିଡିଓ ସୌଭାଗ୍ୟ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ତଦନ୍ତ କରିଥିଲେ। ଯାହାକୁ ନେଇ ଓଡ଼ିଶା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆକ୍ସନ ନିଆଯାଇଛି। ବିନା କାମରେ, ବିନା ଦସ୍ତାବିଜରେ ମନ ଇଚ୍ଛା ଟଙ୍କା ଉଠାଇବା ଏବଂ ଏ ନେଇ ନୂତନ ଭାବେ ନିଯୁକ୍ତ ନିର୍ବାହୀ ଅଧିକାରୀଙ୍କୁ କୌଣସି ତଥ୍ୟ କିମ୍ବା ହିସାବ ନଦେବା ସନ୍ଦେହ ସୃଷ୍ଟି କରିଥିଲା। ଯାହାକୁ ନେଇ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ସାମଲ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ କାମାକ୍ଷାନଗର ମୁଣ୍ଡିଦେଉଳୀ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ସମ୍ପୂର୍ଣ୍ଣ ବିବରଣୀ ମିଳିଥିଲା। ଯାହାକୁ ନେଇ ତନାଘନା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ଏନେଇ ବିଡିଓ ପରଜଙ୍ଗ ଥାନାରେ ସରପଞ୍ଚଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ। ତେବେ ସରପଞ୍ଚ ସବୁ ସତ କଥା ମାନିଯାଇଥିଲେ। ଫଳରେ ଶୁକ୍ରବାର ପରଜଙ୍ଗ ଥାନାରେ ୧୨୩/୨୫ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସରପଞ୍ଚଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏଏସ୍‌ଆଇ ରମେଶ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି । ତୁରନ୍ତ ତାଙ୍କୁ ପଦବୀରୁ ବହିଷ୍କାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post ୩୦ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ସରପଞ୍ଚ appeared first on Dharitri Odia News.