ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ…

ଢେଙ୍କାନାଳ,୨ା୭(ରତନ ନାୟାର):ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍‌ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ ହୋଇଥିଲା। ବ୍ଲକ ମହକୁମାରୁ ପଞ୍ଚାୟତ ମହକୁମାକୁ ବସ୍‌ଗୁଡିକ ଯାତାୟାତ କରୁଥିବା ବେଳେ ମହିଳାମାନଙ୍କ ପାଇଁ ୫ଟଙ୍କା ଟିକେଟ୍‌ ବ୍ୟବସ୍ଥା ଥିଲା। ବସ୍‌ର ରଙ୍ଗ ସବୁଜ ରହିଥିଲା। ହେଲେ ସରକାର ବଦଳିବା ପରେ ଗତ ଜୁନ ୬ ତାରିଖରେ […] The post ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ… appeared first on Dharitri Odia News.

ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ…

ଢେଙ୍କାନାଳ,୨ା୭(ରତନ ନାୟାର):ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍‌ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ବିଜେଡି ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ ହୋଇଥିଲା। ବ୍ଲକ ମହକୁମାରୁ ପଞ୍ଚାୟତ ମହକୁମାକୁ ବସ୍‌ଗୁଡିକ ଯାତାୟାତ କରୁଥିବା ବେଳେ ମହିଳାମାନଙ୍କ ପାଇଁ ୫ଟଙ୍କା ଟିକେଟ୍‌ ବ୍ୟବସ୍ଥା ଥିଲା। ବସ୍‌ର ରଙ୍ଗ ସବୁଜ ରହିଥିଲା। ହେଲେ ସରକାର ବଦଳିବା ପରେ ଗତ ଜୁନ ୬ ତାରିଖରେ ପ୍ରଥମେ ଲକ୍ଷ୍ମୀ ବସ୍‌ରୁ ଷ୍ଟିିକରିଂ ହଟାଯାଇଥିଲା। ଏହାପରେ ବସ୍‌ଗୁଡିକୁ ଗେରୁଆ ରଙ୍ଗ କରାଯାଉଥିବା ଦେଖାଯାଇଛି। ରଥଯାତ୍ରା ଉପଲକ୍ଷେ ଜିଲା ମହକୁମାରୁ ଏହି ବସ୍‌ଗୁଡିକ ପୁରୀ ଅଭିମୁଖେ ଯାତ୍ରା କରିବ ବୋଲି ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କହିଛନ୍ତିି, ରଙ୍ଗ ବଦଳିବା ନେଇ ସରକାରୀ ସ୍ତରରେ କୌଣସି ପତ୍ର ବା ନିର୍ଦ୍ଦେଶନାମା ଆସିନାହିଁ। ଏହା କେବଳ ସାଧାରଣରୁ ଶୁଣିବାକୁ ପାଇଛି। ଜିଲା ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷ ମଧ୍ୟ ଏ ବିଷୟରେ କିଛି ଜଣାଇନାହାନ୍ତି।

The post ନୂଆ ରୂପରେ ସଜେଇ ହେଉଛି ଲକ୍ଷ୍ମୀ ବସ୍‌: ଏବେ ସବୁଜ ବଦଳରେ… appeared first on Dharitri Odia News.