ହରିୟାଣା ଭୋଟିଂ ଭିତରେ ବଡ଼ ଖବର, କଂଗ୍ରେସ ରାଲିରେ ମହିଳା ନେତାଙ୍କ ସହ ଅସଦାଚରଣ, ଭାଇରାଲ ହେଲା ଭିଡିଓ

ଗଣ୍ଡିଗଡ,୫।୧୦: ହରିୟାଣା ନିର୍ବାଚନ ଭିତରେ ଘଟିଛି ବଡ଼ ଅଘଟଣ। ଷ୍ଟେଜ ଉପରେ ମହିଳା ଦଳୀୟ କର୍ମୀ ହୋଇଛନ୍ତି ଅସଦାଚରଣର ଶିକାର। ଏପରି ଘଟଣା ଦେଖିବାକୁ ମିଳିଛି କଂଗ୍ରେସ ନେତା ଦିପେନ୍ଦର ସିଂହ ହୁଡ୍ଡାଙ୍କ ଏକ ରାଲିରେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ନେଇ ରାଜ୍ୟ କଂଗ୍ରେସର ପୂର୍ବ ଅଧ୍ୟକ୍ଷ କୁମାରୀ ସେଲଜା ଓ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଷ୍ଟେଜ ଉପରେ […] The post ହରିୟାଣା ଭୋଟିଂ ଭିତରେ ବଡ଼ ଖବର, କଂଗ୍ରେସ ରାଲିରେ ମହିଳା ନେତାଙ୍କ ସହ ଅସଦାଚରଣ, ଭାଇରାଲ ହେଲା ଭିଡିଓ appeared first on Dharitri Odia News.

ହରିୟାଣା ଭୋଟିଂ ଭିତରେ ବଡ଼ ଖବର, କଂଗ୍ରେସ ରାଲିରେ ମହିଳା ନେତାଙ୍କ ସହ ଅସଦାଚରଣ, ଭାଇରାଲ ହେଲା ଭିଡିଓ

ଗଣ୍ଡିଗଡ,୫।୧୦: ହରିୟାଣା ନିର୍ବାଚନ ଭିତରେ ଘଟିଛି ବଡ଼ ଅଘଟଣ। ଷ୍ଟେଜ ଉପରେ ମହିଳା ଦଳୀୟ କର୍ମୀ ହୋଇଛନ୍ତି ଅସଦାଚରଣର ଶିକାର। ଏପରି ଘଟଣା ଦେଖିବାକୁ ମିଳିଛି କଂଗ୍ରେସ ନେତା ଦିପେନ୍ଦର ସିଂହ ହୁଡ୍ଡାଙ୍କ ଏକ ରାଲିରେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ନେଇ ରାଜ୍ୟ କଂଗ୍ରେସର ପୂର୍ବ ଅଧ୍ୟକ୍ଷ କୁମାରୀ ସେଲଜା ଓ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଷ୍ଟେଜ ଉପରେ ଗହଳି ଥିବାରୁ ଫାଇଦା ଉଠାଇ କଂଗ୍ରେସର ଜଣେ ପୁରୁଷ କର୍ମୀ ମହିଳାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଛନ୍ତି। ଅବଶ୍ୟ ମହିଳା କର୍ମୀଙ୍କ ପାଖରେ ଛିଡା ହୋଇଥିବା ଆଉ ଜଣେ ନେତା ଅଭିଯୁକ୍ତଙ୍କ ହାତକୁ ଠେଲି ଦେଇଥିଲେ। ହରିୟାଣାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଏପରି ଘଟଣା ସର୍ବସମ୍ମୁଖରେ ଘଟିଛି। ଭାଜପା ଘଟଣା ବେଳର ଭିଡିଓକୁ ଜାରି କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହିଳା କଂଗ୍ରେସ କର୍ମୀ ଜଣଙ୍କ ଜଣେ ଚାଷୀ ନେତା। ତାଙ୍କୁ ଅସଦାଚରଣ କରାଯାଇଥିଲେ ହେଁ ସେ ହଠାତ ଏ ସମ୍ପର୍କରେ ଭିଡ ଯୋଗୁ ଜାଣି ପାରିନଥିଲେ। ଘଟଣା ବେଳେ ଷ୍ଟେଜ ଉପରେ ଲୋକ ସଭା ଏମପି ଦୀପେନ୍ଦର ହୁଡା ଓ ଆଉ କିଛି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ।

କଂଗ୍ରେସର ହରିୟାଣା ମୁଖ୍ୟ କୁମାରୀ ସେଲଜା ମଧ୍ୟ ଘଟଣାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ସ୍ପଷ୍ଟ ଦିବାଲୋକରେ ତା’ ପୁଣି କଂଗ୍ରେସ ମଞ୍ଚରେ ଦୀପେନ୍ଦର ହୁଡାଙ୍କ ଉପସ୍ଥିତିରେ ଜଣେ ନେତ୍ରୀଙ୍କୁ ଖୋଲାଖୋଲି ଭାବେ ଅସଦାଚରଣ କରାଯାଉଛି। ଯଦି କଂଗ୍ରେସରେ ମହିଳାମାନେ ସୁରକ୍ଷିତ ନୁହନ୍ତି, ତେବେ ରାଜ୍ୟରେ ମହିଳାମାନେ କେମିତି ନିଜକୁ ସୁରକ୍ଷିତ ମଣିବେ? କଂଗ୍ରେସ ହେଉଛି ମହିଳା ବିରୋଧୀ ପାର୍ଟି। ଦଳର ଟିକେଟ ଟଙ୍କା ଓ ପ୍ରଭାବ ଆଧାରରେ ବଣ୍ଟା ଯାଇଛି। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବେ ହୁଡାଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

The post ହରିୟାଣା ଭୋଟିଂ ଭିତରେ ବଡ଼ ଖବର, କଂଗ୍ରେସ ରାଲିରେ ମହିଳା ନେତାଙ୍କ ସହ ଅସଦାଚରଣ, ଭାଇରାଲ ହେଲା ଭିଡିଓ appeared first on Dharitri Odia News.