ନୂଆ ସରକାର ପ୍ରଭାବ, ସମସ୍ତ ରେକର୍ଡ ଭାଙ୍ଗିଲା ସେୟାର ମାର୍କେଟ୍
ମୁମ଼୍ବାଇ, ୭ା୬: ଦେଶରେ ପୁଣିଥରେ ମୋଦି ସରକାର ଏବଂ ରିଜର୍ଭ ବ୍ୟାଙ୍କ୍ର ନିଷ୍ପତ୍ତିର ପ୍ରଭାବ ସେୟାର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଷ୍ଟକ୍ ଏକ୍ସଚେଞ୍ଜ ସେନ୍ସେକ୍ସର ସୂଚକାଙ୍କ ୧୭୦୦ ଅଙ୍କ ବୃଦ୍ଧି ସହିତ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ସେନ୍ସେକ୍ସ ୭୬,୭୯୫.୩୧ ପଏଣ୍ଟରେ ପହଞ୍ଚିଯାଇଛି। ପୂର୍ବରୁ ଏହି ରେକର୍ଡ ୭୬,୫୩୬.୨୯ ପଏଣ୍ଟ ରହିଥିଲା । ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨.୦୫ ପ୍ରିତିଶତରୁ ଅଧିକ ବୃଦ୍ଧି ପାଇ ୨୩,୨୯୦.୧୫ ପଏଣ୍ଟରେ ବନ୍ଦ ହୋଇଛି। ତେବେ […] The post ନୂଆ ସରକାର ପ୍ରଭାବ, ସମସ୍ତ ରେକର୍ଡ ଭାଙ୍ଗିଲା ସେୟାର ମାର୍କେଟ୍ appeared first on Dharitri Odia News.
ମୁମ଼୍ବାଇ, ୭ା୬: ଦେଶରେ ପୁଣିଥରେ ମୋଦି ସରକାର ଏବଂ ରିଜର୍ଭ ବ୍ୟାଙ୍କ୍ର ନିଷ୍ପତ୍ତିର ପ୍ରଭାବ ସେୟାର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଷ୍ଟକ୍ ଏକ୍ସଚେଞ୍ଜ ସେନ୍ସେକ୍ସର ସୂଚକାଙ୍କ ୧୭୦୦ ଅଙ୍କ ବୃଦ୍ଧି ସହିତ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ସେନ୍ସେକ୍ସ ୭୬,୭୯୫.୩୧ ପଏଣ୍ଟରେ ପହଞ୍ଚିଯାଇଛି। ପୂର୍ବରୁ ଏହି ରେକର୍ଡ ୭୬,୫୩୬.୨୯ ପଏଣ୍ଟ ରହିଥିଲା । ଅନ୍ୟପଟେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨.୦୫ ପ୍ରିତିଶତରୁ ଅଧିକ ବୃଦ୍ଧି ପାଇ ୨୩,୨୯୦.୧୫ ପଏଣ୍ଟରେ ବନ୍ଦ ହୋଇଛି।
ତେବେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ କମିଟିର ନିଷ୍ପତ୍ତି ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା। କାରବାରର ମଝିରେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ନୂଆ ରେକର୍ଡ କରିବା ସ୍ତରରେ କାରବାର କରୁଥିଲା। ସେନ୍ସେକ୍ସରେ ପାଖାପାଖି ୧୩ ଶହ ଅଙ୍କରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। ଅନ୍ୟପଟେ ନିଫ୍ଟିରେ ୧୮୦ ଅଙ୍କରୁ ଅଧିକ ବଢ଼ିଥିଲା। ଯେଉଁ କାରଣରୁ ନିଫ୍ଟି ୨୩ ହଜାର ଅଙ୍କ ପାର କରିଥିଲା। ସେନ୍ସେକ୍ସରେ ଅଲ୍ ଟାଇମ୍ ରେକର୍ଡ ୭୬,୫୩୬.୨୯ ରହିଥିଲା। କାରବାର ମଝିରେ ଏହା ୭୬,୩୯୨ ଅଙ୍କ ଉପରେ କାରବାର କରୁଥିଲା।
ସୂଚନା ଥାଉକି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣ ବଜେଟ ପୂର୍ବରୁ ଆରବିଆଇ ବହୁ ପ୍ରତୀକ୍ଷିତ ମୁଦ୍ରା ନୀତି କମିଟି ବୈଠକ ଆଜି ଶେଷ କରିଛି। ଏଥର ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ନ କରିବାକୁ କମିଟି ପୁଣି ଥରେ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ରେପୋ ରେଟ୍ ୬.୫ ପ୍ରତିଶତରେ ସ୍ଥିର ରହିବାକୁ ଯାଉଛି। ରିଜର୍ଭ ବ୍ୟାଙ୍କର ଶକ୍ତିଶାଳୀ ମୁଦ୍ରା ନୀତି କମିଟିର କ୍ରମାଗତ ଅଷ୍ଟମ ବୈଠକରେ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କର ଏମ୍ପିସି ଗତ ଫେବୃଆରୀ ୨୦୨୩ରେ ରେପୋ ରେଟ୍କୁ ବଦଳାଇ ଦେଇଥିଲା ଏବଂ ପରେ ଏହାକୁ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହାର ଅର୍ଥ ହେଉଛି ରେପୋ ରେଟ୍ ୧୬ ମାସ ପାଇଁ ସମାନ ସ୍ତରରେ ସ୍ଥିର ରହିଛି।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା ସୁଧ ହାରରେ ହ୍ରାସ ଆଶା କରୁଥିବା ଲୋକଙ୍କୁ ନିରାଶ କରିଛି। ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ନ ହେବା ଯୋଗୁ, ଲୋକଙ୍କ ଇଏମ୍ଆଇଭାରରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହି ଘୋଷଣା ସେହି ନିବେଶକମାନଙ୍କ ପାଇଁ ଏକ ଖୁସି ଖବର, ଯେଉଁମାନେ ଏଫ୍ଡିରେ ଟଙ୍କା ବିନିଯୋଗ କରିବାକୁ ପସନ୍ଦ କରନ୍ତି। ହାଇ ରେପୋ ରେଟ୍ ସ୍ଥିର ରହିବା ଅର୍ଥ ହେଉଛି ଏଫ୍ଡି ଉପରେ ଅଧିକ ସୁଧର ଲାଭ ଉପଲବ୍ଧ ରହିବ।
The post ନୂଆ ସରକାର ପ୍ରଭାବ, ସମସ୍ତ ରେକର୍ଡ ଭାଙ୍ଗିଲା ସେୟାର ମାର୍କେଟ୍ appeared first on Dharitri Odia News.