ମନ୍ତ୍ରୀଙ୍କ ପାଖଲୋକ କହି ହାଇପ୍ରୋଫାଇଲ ଠକେଇ: ମାଡ଼ିବସିଲା ପୋଲିସ

ଦେବଗଡ,୨୮ା୪(ଶଶାଙ୍କ ଶେଖର ଝାଙ୍କର):ନିଜକୁ ପ୍ରଭାବଶାଳୀ ନେତା, ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଅଭିନବ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଦେବଗଡ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଦେବଗଡ ପୌରାଞ୍ଚଳ ନିଳବେର୍ଣ୍ଣୀସାହିର ଡ. ଉଇଲିୟମ ହେନେଜ(୫୦)। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ୟୁନିଟ୍‌-୪ରେ ଅସ୍ଥାୟୀ ଭାବେ ରହୁଥିବା ହେନେଜ […] The post ମନ୍ତ୍ରୀଙ୍କ ପାଖଲୋକ କହି ହାଇପ୍ରୋଫାଇଲ ଠକେଇ: ମାଡ଼ିବସିଲା ପୋଲିସ appeared first on Dharitri Odia News.

ମନ୍ତ୍ରୀଙ୍କ ପାଖଲୋକ କହି ହାଇପ୍ରୋଫାଇଲ ଠକେଇ: ମାଡ଼ିବସିଲା ପୋଲିସ

ଦେବଗଡ,୨୮ା୪(ଶଶାଙ୍କ ଶେଖର ଝାଙ୍କର):ନିଜକୁ ପ୍ରଭାବଶାଳୀ ନେତା, ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଅଭିନବ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଦେବଗଡ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଦେବଗଡ ପୌରାଞ୍ଚଳ ନିଳବେର୍ଣ୍ଣୀସାହିର ଡ. ଉଇଲିୟମ ହେନେଜ(୫୦)। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ୟୁନିଟ୍‌-୪ରେ ଅସ୍ଥାୟୀ ଭାବେ ରହୁଥିବା ହେନେଜ ଅନେକଥର ବୈଠକ ମାଧ୍ୟମରେ ସରକାରୀ କାଗଜପତ୍ର ଦେଖାଇବା ସହ ନିଜକୁ ଉଚ୍ଚ ଶିକ୍ଷିତ ଏଚ୍‌ଏଡିଟି, ୟୁଏନ୍‌ ଜାତିସଂଘ, ୟୁଏନ୍‌ ହାବିଟାଟ ଓ ଏପିଏଚ୍‌ଏସ୍‌, ୟୁନାଇଟେଡ ନେସନ୍ସ ସଂସ୍ଥାର ୧୧ଗୋଟି ଦେଶର ବୋଲି ପରିଚୟ ଦେବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ନିଜକୁ ସେମାନଙ୍କ ଫାଖଲୋକ ବୋଲି ଦର୍ଶାଉଥିଲେ। ଏଥିସହ ମୁଖ୍ୟ ଶାସନ ସଚିବ, ଆଇଏଏସ୍‌, ଆଇପିଏସ୍‌ ତଥା କେଜିଏଫ୍‌ ମାଇନିଙ୍ଗ କମ୍ପାନୀର ମାଲିକଙ୍କ ପରିଚୟ ଦେଇ ଲୋକଙ୍କୁ ଏନ୍‌ଏଚ୍‌ଏଆଇ, ପୋଲିସ ଚାକିରି, ସିବିଲ ଲାଇସେନ୍ସ, ମଦ ବାର୍‌ ଲାଇସେନ୍ସ, ରେଲୱେ ଚାକିରି,ପେଟ୍ରୋଲ ପମ୍ପ, ମାଇନିଂ ଟ୍ରାନ୍ସପୋର୍ଟିଂ, ଓଏମ୍‌ସି ଚାକିରି ସମେତ ଟ୍ରଷ୍ଟ ମାଧ୍ୟମରେ ସ୍କର୍ପିଓ, ହାଇୱା କରାଇଦେବେ ବୋଲି ସୁନ୍ଦରଗଡ ଜିଲା କେ. ବଲାଙ୍ଗ ଗ୍ରାମର ପୁରନ୍ଦର କୁମ୍ଭାରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଏଚ୍‌ଏଡିଟି ଟ୍ରଷ୍ଟ ଜରିଆରେ ୨ଗୋଟି ହାଇୱା ଗାଡିର ରେଜଷ୍ଟ୍ରେସନ ବାବଦରେ କୁମ୍ଭାରଙ୍କଠାରୁ ୨୦୨୪ ନଭେମ୍ବର ୧୮ରେ ୩ଲକ୍ଷ ୪୦ ହଜାର ଟଙ୍କା, ମଦ ବାର୍‌ ବାବଦରେ ୪ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ପରବର୍ତ୍ତୀ ଉଇଲିୟମଙ୍କ ଚରିତ୍ର ବିଷୟରେ ଜାଣିବା ପରେ ପୁରନ୍ଦର ଟଙ୍କା ମାଗିଥିଲେ। ହେଲେ ସେ ତାଙ୍କୁ ଧମକ ଦେଇଥିଲେ। ଏନେଇ ପୁରନ୍ଦର ଗୁରୁବାର ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୭୭/୨୫) ରୁଜୁ କରିଥିଲା।

The post ମନ୍ତ୍ରୀଙ୍କ ପାଖଲୋକ କହି ହାଇପ୍ରୋଫାଇଲ ଠକେଇ: ମାଡ଼ିବସିଲା ପୋଲିସ appeared first on Dharitri Odia News.