ନୂଆ ସରକାରଙ୍କ ଖର୍ଚ୍ଚକାଟ ପଡିଲା ମହଙ୍ଗା: ଚାକିରି ଗଲେ ମିଳୁନି, ରାଜରାସ୍ତାରେ ଲୋକେ

ନୂଆଦିଲ୍ଲୀ ୦୧/୧୦: ଆର୍ଜେଣ୍ଟିନାରେ ଏବେ ଲୋକଙ୍କ ସ୍ଥିତି ଅତି ଖରାପ । ନୂଆ ସରକାରଙ୍କ ଖର୍ଚ୍ଚକାଟ ପଦକ୍ଷେପ ମହଙ୍ଗା ସାବ୍ୟସ୍ତ ହେଲାଣି । ଦାରିଦ୍ର‌୍ୟ ହାର ୫୨% ପାର୍‌ କରିଯାଇଛି । ସରଳଭାବେ କହିବାକୁ ଗଲେ ଦେଶରେ ବସବାସ  କରୁଥିବା ମୋଟ ଲୋକଙ୍କ ମଧ୍ୟରୁ ୫୨%ରୁ  ଉଦ୍ଧ୍ୱର୍ ଲୋକ ଏବେ ଗରିବ । ରାଷ୍ଟ୍ରପତି ଜାଭିଅର ମିଲେଇଙ୍କ ଶାସନରେ ଦେଶ ଏଭଳି ଗମ୍ଭୀର ସ୍ଥିତି  ଦେଇ ଗତି କରୁଛି । ଏ ନେଇ ଆର୍ଜେଣ୍ଟିନା ପକ୍ଷରୁ ସରକାରୀ ତଥ୍ୟ ଜାରି କରାଯାଇଛି । ୨୦୨୪ର ପ୍ରଥମ ୬ ମାସରେ ଦେଶର ୪.୭  କୋଟି ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ  ହୋଇଯାଇଛି । ପ୍ରତି ୫ ଜଣରେ ଜଣଙ୍କ ସ୍ଥିତି  ଏଠାରେ ବେହାଲ । ଗତ ଡିସେମ୍ବରରେ ମିଲେଇ  ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରହଣ  କରିଥିବା ବେପରୁଆ ଆର୍ôଥକ ନୀତି ଯୋଗୁ ଏଭଳି  ହୋଇଛି । ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ  ସରକାରଙ୍କ ପଦକ୍ଷେପ ଲୋକଙ୍କ ଆର୍ଥିକ ସ୍ଥିତିକୁ  ବିଗାଡୁଛି । ମୁଦ୍ରାସ୍ଫୀତି ଉତ୍କଟ ହେବାରେ ଲାଗିଛି । ସରକାର ସାଧାରଣ ପରିବହନ, ପେଟ୍ରୋଲ, ଡିଜେଲ ଭଳି ବିଭିନ୍ନ କ୍ଷେତ୍ରରେ ହଠାତ ସବ୍‌ସିଡି  ବନ୍ଦ କରିଦେଇଛନ୍ତି । ଏଭଳି ସ୍ଥିତିରେ ରାଷ୍ଟ୍ରାୟତ୍ତ  କ୍ଷେତ୍ରରେ ହଜାର ହଜାର କର୍ମଚାରୀ ମଧ୍ୟ ନିଯୁକ୍ତି  ହରାଇଛନ୍ତି । ବାର୍ଷିକ ଭିତ୍ତିରେ ମୁଦ୍ରାସ୍ଫୀତି ଅଗଷ୍ଟରେ  ୨୩୬.୭% ବଢିଛି, ଯାହାକି ଚିନ୍ତାଜନକ । ଡିସେମ୍ବରରେ ମିଲେଇ ଶାସନ କ୍ଷମତାକୁ ଆସିବା

ନୂଆ ସରକାରଙ୍କ ଖର୍ଚ୍ଚକାଟ ପଡିଲା ମହଙ୍ଗା: ଚାକିରି ଗଲେ ମିଳୁନି, ରାଜରାସ୍ତାରେ ଲୋକେ

ନୂଆଦିଲ୍ଲୀ ୦୧/୧୦: ଆର୍ଜେଣ୍ଟିନାରେ ଏବେ ଲୋକଙ୍କ ସ୍ଥିତି ଅତି ଖରାପ । ନୂଆ ସରକାରଙ୍କ ଖର୍ଚ୍ଚକାଟ ପଦକ୍ଷେପ ମହଙ୍ଗା ସାବ୍ୟସ୍ତ ହେଲାଣି । ଦାରିଦ୍ର‌୍ୟ ହାର ୫୨% ପାର୍‌ କରିଯାଇଛି । ସରଳଭାବେ କହିବାକୁ ଗଲେ ଦେଶରେ ବସବାସ  କରୁଥିବା ମୋଟ ଲୋକଙ୍କ ମଧ୍ୟରୁ ୫୨%ରୁ  ଉଦ୍ଧ୍ୱର୍ ଲୋକ ଏବେ ଗରିବ । ରାଷ୍ଟ୍ରପତି ଜାଭିଅର ମିଲେଇଙ୍କ ଶାସନରେ ଦେଶ ଏଭଳି ଗମ୍ଭୀର ସ୍ଥିତି  ଦେଇ ଗତି କରୁଛି । ଏ ନେଇ ଆର୍ଜେଣ୍ଟିନା ପକ୍ଷରୁ ସରକାରୀ ତଥ୍ୟ ଜାରି କରାଯାଇଛି । 

୨୦୨୪ର ପ୍ରଥମ ୬ ମାସରେ ଦେଶର ୪.୭  କୋଟି ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ  ହୋଇଯାଇଛି । ପ୍ରତି ୫ ଜଣରେ ଜଣଙ୍କ ସ୍ଥିତି  ଏଠାରେ ବେହାଲ । ଗତ ଡିସେମ୍ବରରେ ମିଲେଇ  ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରହଣ  କରିଥିବା ବେପରୁଆ ଆର୍ôଥକ ନୀତି ଯୋଗୁ ଏଭଳି  ହୋଇଛି । ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ  ସରକାରଙ୍କ ପଦକ୍ଷେପ ଲୋକଙ୍କ ଆର୍ଥିକ ସ୍ଥିତିକୁ  ବିଗାଡୁଛି । ମୁଦ୍ରାସ୍ଫୀତି ଉତ୍କଟ ହେବାରେ ଲାଗିଛି । 

ସରକାର ସାଧାରଣ ପରିବହନ, ପେଟ୍ରୋଲ, ଡିଜେଲ ଭଳି ବିଭିନ୍ନ କ୍ଷେତ୍ରରେ ହଠାତ ସବ୍‌ସିଡି  ବନ୍ଦ କରିଦେଇଛନ୍ତି । ଏଭଳି ସ୍ଥିତିରେ ରାଷ୍ଟ୍ରାୟତ୍ତ  କ୍ଷେତ୍ରରେ ହଜାର ହଜାର କର୍ମଚାରୀ ମଧ୍ୟ ନିଯୁକ୍ତି  ହରାଇଛନ୍ତି । ବାର୍ଷିକ ଭିତ୍ତିରେ ମୁଦ୍ରାସ୍ଫୀତି ଅଗଷ୍ଟରେ  ୨୩୬.୭% ବଢିଛି, ଯାହାକି ଚିନ୍ତାଜନକ । 

ଡିସେମ୍ବରରେ ମିଲେଇ ଶାସନ କ୍ଷମତାକୁ ଆସିବା  ପରେ ମୁଦ୍ରାସ୍ଫୀତି ୨୫.୫% ବଢ଼ିଛି । ମୁଦ୍ରା ପେସୋ’ର  ୫୦% ଅବମୂଲ୍ୟାୟନ ଯୋଗୁ ଏହି ଦେଶରେ ସ୍ଥିତି  ଭୟଙ୍କର ହୋଇଛି । ସେହିଭଳି ବିଭିନ୍ନ ଖର୍ଚ୍ଚ ପାଇଁ  ସରକାର ଅକ୍ଷମ ହେବାରୁ ବୃହତ୍‌ ଭାବେ ବଜେଟ  କାଟ କରିଛନ୍ତି । ଗତ ୧୨ ବର୍ଷରେ ପ୍ରଥମ ଥର ଲାଗି  ଜାନୁଆରୀରେ ବଜେଟ ବଳକା ହୋଇଥିଲା ଏହି ଦେଶ । 

ସମାଲୋଚକ କହିଛନ୍ତି, ଗରିବ ଏବଂ ଶ୍ରମିକ  ଶ୍ରେଣୀକୁ ସମସ୍ୟାରେ ପକାଇ ମିଲେଇ ସରକାର  କିଛିଟା ସଫଳତା ପାଇଛନ୍ତି । ଦ୍ୱିତୀୟ ତ୍ରୈମାସରେ  ଜିଡିପି ୧.୭% ଖସିଛି । ବେକାରି ୭.୬% ବଢ଼ିଯାଇଛି ।  ମହିଳାମାନେ ସବୁଠାରୁ ଖରାପ ସ୍ଥିତିରେ ରହିଛନ୍ତି ।  ଯେଉଁ ଦେଶରେ ଆୟକୁ ନେଇ ଦାରିଦ୍ର‌୍ୟ  ମୂଲ୍ୟାୟନ କରାଯାଏ ସେଠାରେ ଆମେ ସମସ୍ତେ  ଗରିବ । ଏହା ଏକ ବାସ୍ତବ ସତ୍ୟ ବୋଲି ରାଷ୍ଟ୍ରପତିଙ୍କ ପ୍ରବକ୍ତା ମାନୁଏଲ ଆଡୋନି କହିଛନ୍ତି । ସେ କହିଛନ୍ତି  ଯେ, ଦାରିଦ୍ର‌୍ୟ ବିରୋଧରେ ଲଢ଼ିବାର ସର୍ବୋତ୍ତମ  ତରିକା ହେଉଛି ମୁଦ୍ରାସ୍ଫୀତି ବିରୋଧରେ ଲଢ଼େଇ । 

ଅର୍ଥନୀତିଜ୍ଞ ମାରିନା ଡି ପୋଗୋଟୋ କହିଛନ୍ତି,  ସରକାରଙ୍କ ଏଭଳି ମନୋଭାବ ଅନେକ ଲୋକଙ୍କୁ  ଗୁରୁତ୍ୱ ଦିଏନାହିଁ । ଏହା ଦ୍ୱାରା କେବଳ ଏକ ଭଗ୍ନ  ସମାଜ ଗଠନ କରାଯାଇପାରେ । ନିଯୁକ୍ତି ହରାଇଥିବା  ଅନେକ ଲୋକଙ୍କୁ ଏବେ ମାସ ମାସ ଧରି ଚାକିରି  ଖଣ୍ଡେ ମିଳୁନାହିଁ । କାମ ଦରକାର ବୋଲି ଲୋକେ  ରାସ୍ତା କଡରେ ପ୍ଲା କାର୍ଡ ଧରି ଛିଡ଼ା ହେଉଛନ୍ତି । 

ନିଯୁକ୍ତି ଚାଲିଯାଇଥିବା ଭିଭିଆନ କୁଏଭିଡୋ  କହିଛନ୍ତି, ଦୀର୍ଘ ମାସ ଧରି ଚାକିରି ଚାଲିଯିବାରୁ  ଭଡ଼ା ଦେବାକୁ ସକ୍ଷମ ହେଲିନି । ଏବେ ରାସ୍ତାକଡରେ  ଏଣେ ତେଣେ ରାତି କଟାଇବାକୁ ପଡୁଛି ।  ସରକାର ସମସ୍ୟାରେ ଥିବା ଲୋକଙ୍କୁ ୮୫ ଡଲାର  ସହାୟତା ଦେଉଛନ୍ତି ଯାହା ପର୍ଯ୍ୟାପ୍ତ ନୁହେଁ । ବହୁତ କଷ୍ଟରେ ଜୀବନ ଅତିବାହିତ କରିବାକୁ  ପଡୁଛି । ଏବେ କ୍ଷୁଧାର ଆତଙ୍କ ଜାରି ରହିଛି।