ନୂଆଁଖାଇ ପାଇଁ ସ୍କୁଲ ଛୁଟି, ବନ୍ଦ ରହିବ ସରକାରୀ ଓ ବେସରକାରୀ ଅନୁଷ୍ଠାନ
ଭୁବନେଶ୍ୱର ୦୪/୦୯: ନୂଆଁଖାଇ ପାଇଁ ସ୍କୁଲ ଛୁଟି । ଆସନ୍ତା ସୋମବାର ୯ ତାରିଖରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା ହୋଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ ଗୁଡିକ ବନ୍ଦ ରହିବ । ବନ୍ଦ ରଖିବାକୁ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ସୂଚନା ଥାଉକି, ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ଆସନ୍ତା ସୋମବାର (ସେପ୍ଟେମ୍ବର ୯ ତାରିଖ) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିବାକୁ ଆଜି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର ୦୪/୦୯: ନୂଆଁଖାଇ ପାଇଁ ସ୍କୁଲ ଛୁଟି । ଆସନ୍ତା ସୋମବାର ୯ ତାରିଖରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା ହୋଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ ଗୁଡିକ ବନ୍ଦ ରହିବ । ବନ୍ଦ ରଖିବାକୁ ବିଭାଗ ପକ୍ଷରୁ ଘୋଷଣା ହୋଇଛି ।
ସୂଚନା ଥାଉକି, ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ଆସନ୍ତା ସୋମବାର (ସେପ୍ଟେମ୍ବର ୯ ତାରିଖ) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିବାକୁ ଆଜି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।