ନୂଆଗଡ ବ୍ଲକ ବି.ଖଜୁରୀପଦା ରାସ୍ତାରେ ଗୋରୁ ଚମଡ଼ା ବୋଝେଇ ଟ୍ରକ ଗଜପତି ପୋଲିସ ଦ୍ବାରା ଜବତ
ପାରଳାଖେମୁଣ୍ଡି:୧୯/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ୍ ଖଜୁରୀପଦା ଗ୍ରାମ ନିକଟ ଘାଟିରେ ଏକ ଗୋରୁ ଚମଡ଼ା ବୋଝେଇ ଟ୍ରକ୍କୁ ସେରଙ୍ଗ ଥାନା ଅଧୀନ ଖଜୁରୀପଦା ଫାଣ୍ଡି ପୁଲିସ ଜବତ କରିଥିବା ସୂଚନା ମିଳିଛି. ଏହି ଟ୍ରକରେ ୫ ହଜାରରୁ ଉର୍ଦ୍ଧ ଗୋରୁ ଚମଡା ରହିଥିବା ସୂଚନା ମିଳିଛି. ଏଥି ସହ ଚମଡା ବେପାରୀ, ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖାଯାଇ ତଦନ୍ତ କରୁଛି ପୋଲିସ. ଏହି ୫ ହଜାରରୁ ଊର୍ଦ୍ଧ୍ବ ଗୋରୁ ଚମଡ଼ା ବୋଝେଇ ଟ୍ରକ୍ଟି […] The post ନୂଆଗଡ ବ୍ଲକ ବି.ଖଜୁରୀପଦା ରାସ୍ତାରେ ଗୋରୁ ଚମଡ଼ା ବୋଝେଇ ଟ୍ରକ ଗଜପତି ପୋଲିସ ଦ୍ବାରା ଜବତ appeared first on Odisha.News.

ପାରଳାଖେମୁଣ୍ଡି:୧୯/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ୍ ଖଜୁରୀପଦା ଗ୍ରାମ ନିକଟ ଘାଟିରେ ଏକ ଗୋରୁ ଚମଡ଼ା ବୋଝେଇ ଟ୍ରକ୍କୁ ସେରଙ୍ଗ ଥାନା ଅଧୀନ ଖଜୁରୀପଦା ଫାଣ୍ଡି ପୁଲିସ ଜବତ କରିଥିବା ସୂଚନା ମିଳିଛି. ଏହି ଟ୍ରକରେ ୫ ହଜାରରୁ ଉର୍ଦ୍ଧ ଗୋରୁ ଚମଡା ରହିଥିବା ସୂଚନା ମିଳିଛି. ଏଥି ସହ ଚମଡା ବେପାରୀ, ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖାଯାଇ ତଦନ୍ତ କରୁଛି ପୋଲିସ. ଏହି ୫ ହଜାରରୁ ଊର୍ଦ୍ଧ୍ବ ଗୋରୁ ଚମଡ଼ା ବୋଝେଇ ଟ୍ରକ୍ଟି ଭ୍ରମରପୁର ଠାରୁ ଖୋର୍ଦ୍ଧା ଦେଇ କୋଲକତା ଯିବା ପାଇଁ ଯୋଜନା ରହିଥିଲା. ଖଜୁରୀପଦା ପୋଖରୀ ନିକଟରେ ଟ୍ରକ୍ଟି ଘାଟି ଚଢ଼ି ପାରିନଥିଲା। ବାରମ୍ବାର ଟ୍ରକ୍ଟି ତଳକୁ ଖସୁଥିବାରୁ କିଛି ଯୁବକ ସହାୟତାର ହାତ ବଢ଼ାଇଥିଲେ। ତେବେ ଗାଡ଼ିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିଲା । ଚାଳକ ଜଣକ କୁକୁଡ଼ା ଲୋଡ୍ ହୋଇଛି ବୋଲି ମିଛ କହିଥିଲେ । ଫଳରେ ଉକ୍ତ ଯୁବକମାନେ ସନ୍ଦେହରେ ନିକଟସ୍ଥ ଗ୍ରାମର ଆଉ କିଛି ଯୁବକଙ୍କୁ ଡାକିବା ସହ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ଖଜୁରିପଦା ଫାଣ୍ଡି ପୁଲିସ ପହଞ୍ଚି ଟ୍ରକ୍ ସହ ଚାଳକ ଏବଂ ହେଲପର୍ଙ୍କୁ କାବୁ କରିଥିଲା। ତଦନ୍ତକାରୀ ଅଧିକାରୀ ନଳିନୀ କହଁର ତଦନ୍ତ ଜାରି ରଖିଛନ୍ତି. ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ତେବେ ଅଞ୍ଚଳରେ କୌଣସି ପ୍ରକାର ଗୋ କଂସେଇଖାନା ନ ଥିବାବେଳେ ଏତେ ପରିମାଣର ଚମଡ଼ା କେଉଁଠୁ ଆସିଲା ଏବଂ ଏହାର ଟେର ପୁଲିସ କେମିତି ପାଇପାରୁନି ଏନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠିବା ସହ ଅସନ୍ତୋଷ ପ୍ରକାଶ ପାଇଛି.
The post ନୂଆଗଡ ବ୍ଲକ ବି.ଖଜୁରୀପଦା ରାସ୍ତାରେ ଗୋରୁ ଚମଡ଼ା ବୋଝେଇ ଟ୍ରକ ଗଜପତି ପୋଲିସ ଦ୍ବାରା ଜବତ appeared first on Odisha.News.