ତୀରନ୍ଦାଜୀ ପ୍ରତିଯୋଗିତାରେ ବରଗଡ଼ର ୨ ଦିବ୍ୟାଙ୍ଗ
ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ୨ଜଣ ଦିବ୍ୟାଙ୍ଗ ଯୁବ କ୍ରୀଡ଼ାବିତ ତରଣୀ ସୁନା ଓ ସୁମନ୍ତ ପଧାନ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଆୟୋଜିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବେ। ସେଥିପାଇଁ ଶୁକ୍ରବାର ସେମାନେ ଟ୍ରେନ୍ ଯୋଗେ ରାଉରକେଲା ଅଭିମୁଖେ ବରଗଡ଼ ରେଳ ଷ୍ଟେଶନରୁ ଯାତ୍ରା କରିଛନ୍ତି। ଅନ୍ୟପକ୍ଷରେ ଦିବ୍ୟାଙ୍ଗ କ୍ରୀଡ଼ାବିତ ସାନ ମେହେର ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ମଧ୍ୟ ଭାଗନେବେ। ଉକ୍ତ ପ୍ରତିଯୋଗିତା ଆସନ୍ତା ୮ ଓ ୯ ତାରିଖ ୨ଦିନ ଧରି ରାଉରକେଲା ଓ […] The post ତୀରନ୍ଦାଜୀ ପ୍ରତିଯୋଗିତାରେ ବରଗଡ଼ର ୨ ଦିବ୍ୟାଙ୍ଗ appeared first on Dharitri Odia News.
ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ୨ଜଣ ଦିବ୍ୟାଙ୍ଗ ଯୁବ କ୍ରୀଡ଼ାବିତ ତରଣୀ ସୁନା ଓ ସୁମନ୍ତ ପଧାନ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଆୟୋଜିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବେ। ସେଥିପାଇଁ ଶୁକ୍ରବାର ସେମାନେ ଟ୍ରେନ୍ ଯୋଗେ ରାଉରକେଲା ଅଭିମୁଖେ ବରଗଡ଼ ରେଳ ଷ୍ଟେଶନରୁ ଯାତ୍ରା କରିଛନ୍ତି। ଅନ୍ୟପକ୍ଷରେ ଦିବ୍ୟାଙ୍ଗ କ୍ରୀଡ଼ାବିତ ସାନ ମେହେର ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ମଧ୍ୟ ଭାଗନେବେ। ଉକ୍ତ ପ୍ରତିଯୋଗିତା ଆସନ୍ତା ୮ ଓ ୯ ତାରିଖ ୨ଦିନ ଧରି ରାଉରକେଲା ଓ ସୁନ୍ଦରଗଡଠାରେ ଅନୁଷ୍ଠିତ ହେବ । ସନ ମେହେର ଷ୍ଟେଟ ସ୍ପୋର୍ଟସ ହଷ୍ଟେଲ ସୁନ୍ଦରଗଡଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ। ଓଡ଼ିଶା ଜନତା ସଂଘର୍ଷ ସମିତି ସଭାପତି କିଶୋର ଚନ୍ଦ୍ର ସାହୁ, ସମ୍ପାଦକ ଅଭୟ କୁମାର ପଧାନ, ବରଗଡ଼ ଆଚିଭର୍ସ ହେଲ୍ପିଙ୍ଗ ଫାଉଣ୍ଡେଶନ ସଭାପତି ଦିବାକର ମାଝୀ, ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ମାନସିକ ଅନଗ୍ରସର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମେଘନାଦ ସାହୁ ଓ ପାୱାର ଅଫ ଦିବ୍ୟାଙ୍ଗ୍ସ ବରଗଡ଼ର ସଭାପତି ଶ୍ୟାମସୁନ୍ଦର ଅଗ୍ରୱାଲ ସେମାନଙ୍କୁ ବରଗଡ଼ ରେଳ ଷ୍ଟେଶନରେ ଅଭିନନ୍ଦନ ଜଣାଇଥିଲେ l
The post ତୀରନ୍ଦାଜୀ ପ୍ରତିଯୋଗିତାରେ ବରଗଡ଼ର ୨ ଦିବ୍ୟାଙ୍ଗ appeared first on Dharitri Odia News.