ନୂଆଗାଁ ବୁଥରେ ମତଦାନ ବେଳେ ଅଘଟଣ,ଭୋଟ୍ ଦେଇସାରି ଆଖି ବୁଜିଲେ ବୃଦ୍ଧା

ଖଣ୍ଡପଡା ୨୫/୫: ଭୋଟ୍‌ ଦେଇସାରିବା ପରେ ଟଳିପଡିଲେ ବୃଦ୍ଧା । ଭାପୁର ବ୍ଲକ ବଳଦିଆ ନୂଆଗାଁ ବୁଥରେ ଅଘଟଣ । ମୃତକ ପଥର ପୁଞ୍ଜି ଅଞ୍ଚଳର କୁମୁଦିନୀ ଦଳେଇ । ଭୋଟ୍‌ ଦେଇସାରିବା ପରେ ଥକା ଲାଗିବାରୁ ବୁଥ କେନ୍ଦ୍ର ନିକଟରେ ବସିପଡିଥିଲେ କୁମୁଦିନୀ । ମୁଣ୍ଡ ବୁଲାଉଛି କହିବାରୁ ପରିବାର ଲୋକେ ତାଙ୍କୁ ଖଣ୍ଡପଡା ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁର କାରଣ ଜଣାପଡିନଥିଲେ ମଧ୍ୟ ଅତ୍ୟଧିକ ଗରମ ଯୋଗୁ ଏପରି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । 