ନୂଆଦିଲ୍ଲୀ ଆସନରେ ଏଥର ତ୍ରିକୋଣୀୟ ଲଢ଼େଇ; ଜାଣନ୍ତୁ କିଏ ଭିଡ଼ିବେ କେଜ୍ରିଓ୍ବାଲଙ୍କ ସହିତ ?
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଭୋଟ୍ ପାଇଁ ଏଯାଏ ନିର୍ବାଚନ ତାରିଖ ବାହାରିନାହିଁ । ମାତ୍ର କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଦେଲାଣି । ବିଧାନସଭା ନିର୍ବାଚନ ପାଇଁ ରବିବାର ଆପ୍ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ୭୦ଜଣ ଆଶାୟୀ ପ୍ରାର୍ଥୀଙ୍କ ନାଁ ରହିଛି । ଏହି ତାଲିକା ଆନୁଯାୟୀ, ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ଥରେ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ମୈଦାନଙ୍କୁ ଓହ୍ଲାଇବେ । ଯାହା ଫଳରେ ଏହି ବିଧାନସଭା କ୍ଷେତ୍ର ରାଜଧାନୀର ହାଇ-ପ୍ରୋଫାଇଲ୍ ସିଟ୍ ହୋଇଯାଇଛି । ଏହି ହାଇ-ପ୍ରୋଫାଇଲ୍ ସିଟ୍ରେ ଦେଖିବାକୁ ମିଳିବ ତ୍ରିକୋଣୀୟ ଲଢ଼େଇ । ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ କଂଗ୍ରେସରୁ ସନ୍ଦୀପ ଦିକ୍ଷୀତ୍ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ସେହିପରି ବିଜେପିରୁ ଟକ୍କର ଦେଇପାରନ୍ତି ପୂର୍ବତନ ସାଂସଦ ପ୍ରବେଶ ବର୍ମା । ଭାରତୀୟ ଜନତା ପାର୍ଟି ପକ୍ଷରୁ କୌଣସି ଲିଷ୍ଟ ଜାରି ହୋଇନଥିଲେ ମଧ୍ୟ ପ୍ରବେଶ ବର୍ମା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ନୂଆଦିଲ୍ଲୀ ବିଧାନସଭା ଆସନରୁ ପ୍ରବେଶଙ୍କୁ ଟିକେଟ୍ ମିଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ । ନୂଆଦିଲ୍ଲୀ ଆସନରୁ କଂଗ୍ରେସ ପକ୍ଷରୁ ସିଲ୍ଲା ଦିକ୍ଷୀତ୍ ମୁଖ୍ୟମନ୍ତ୍ରୀ ଥିଲେ । ଏବେ ଏହି ଆସନ ଆମ ଆଦାମୀ ପାର୍ଟି ଅକ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଭୋଟ୍ ପାଇଁ ଏଯାଏ ନିର୍ବାଚନ ତାରିଖ ବାହାରିନାହିଁ । ମାତ୍ର କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଦେଲାଣି । ବିଧାନସଭା ନିର୍ବାଚନ ପାଇଁ ରବିବାର ଆପ୍ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ୭୦ଜଣ ଆଶାୟୀ ପ୍ରାର୍ଥୀଙ୍କ ନାଁ ରହିଛି । ଏହି ତାଲିକା ଆନୁଯାୟୀ, ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ଥରେ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ମୈଦାନଙ୍କୁ ଓହ୍ଲାଇବେ । ଯାହା ଫଳରେ ଏହି ବିଧାନସଭା କ୍ଷେତ୍ର ରାଜଧାନୀର ହାଇ-ପ୍ରୋଫାଇଲ୍ ସିଟ୍ ହୋଇଯାଇଛି ।
ଏହି ହାଇ-ପ୍ରୋଫାଇଲ୍ ସିଟ୍ରେ ଦେଖିବାକୁ ମିଳିବ ତ୍ରିକୋଣୀୟ ଲଢ଼େଇ । ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ କଂଗ୍ରେସରୁ ସନ୍ଦୀପ ଦିକ୍ଷୀତ୍ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ସେହିପରି ବିଜେପିରୁ ଟକ୍କର ଦେଇପାରନ୍ତି ପୂର୍ବତନ ସାଂସଦ ପ୍ରବେଶ ବର୍ମା । ଭାରତୀୟ ଜନତା ପାର୍ଟି ପକ୍ଷରୁ କୌଣସି ଲିଷ୍ଟ ଜାରି ହୋଇନଥିଲେ ମଧ୍ୟ ପ୍ରବେଶ ବର୍ମା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।
ନୂଆଦିଲ୍ଲୀ ବିଧାନସଭା ଆସନରୁ ପ୍ରବେଶଙ୍କୁ ଟିକେଟ୍ ମିଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ । ନୂଆଦିଲ୍ଲୀ ଆସନରୁ କଂଗ୍ରେସ ପକ୍ଷରୁ ସିଲ୍ଲା ଦିକ୍ଷୀତ୍ ମୁଖ୍ୟମନ୍ତ୍ରୀ ଥିଲେ । ଏବେ ଏହି ଆସନ ଆମ ଆଦାମୀ ପାର୍ଟି ଅକ୍ତିଆରରେ ରହିଛି । କେଜ୍ରିଓ୍ବାଲ ଏହି ଆସନରୁ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ବିଧାୟକ ରହିଥିଲେ ।...