ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଯୋଗୁଁ ୧୮ ମୃତ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ଼ଧରଣର ଅଘଟଣ । ଦଳାଚକଟାରେ ୧୮ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ । ମହାକୁମ୍ଭ ଯିବା ନିମନ୍ତେ ଲୋକଙ୍କ ବିଶାଳ ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ଓ ରେଳବାଇ କର୍ତ୍ତୃପକ୍ଷଙ୍କ ବିଫଳତା ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଶ୍ମଶାନରେ ପରିଣତ କରିଛି। ଦଳାଚକଟାରେ ଅନ୍ୟୂନ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଗତକାଲି ରାତିରେ କୁମ୍ଭ […]

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ଼ଧରଣର ଅଘଟଣ । ଦଳାଚକଟାରେ ୧୮ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ । ମହାକୁମ୍ଭ ଯିବା ନିମନ୍ତେ ଲୋକଙ୍କ ବିଶାଳ ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ଓ ରେଳବାଇ କର୍ତ୍ତୃପକ୍ଷଙ୍କ ବିଫଳତା ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଶ୍ମଶାନରେ ପରିଣତ କରିଛି। ଦଳାଚକଟାରେ ଅନ୍ୟୂନ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଗତକାଲି ରାତିରେ କୁମ୍ଭ ମେଳା ଯିବା ପାଇଁ ଯାତ୍ରୀଙ୍କ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିବା କୁହାଯାଉଛି। ମୃତାହତମାନଙ୍କୁ ଲୋକନାୟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଦିଲ୍ଲୀ ଏଲ୍ଜି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରେଳ ଷ୍ଟେସନରେ ପହଞ୍ଚିଥିଲେ। ଦଳଚକଟା ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହାସହ ରେଳଷ୍ଟେସନରେ ଜମାହୋଇଥିବା ଲୋକଙ୍କ ପାଇଁ ୪ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଆହୁରି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ରାତି ୮ଟା ୫ ମିନିଟରେ ଶିବଗଙ୍ଗା ଏକ୍ସପ୍ରେସ ଟ୍ରେନ୍ ଧରିବା ପାଇଁ ପ୍ଲାଟଫର୍ମ ୧୨ରେ ଏକ ସମୟରେ ହଜାର ହଜାର ଯାତ୍ରୀଙ୍କ ଭିଡ଼ ଲାଗିଥିଲା। ସେହିପରି ପ୍ଲାଟଫର୍ମ ନମ୍ବର ୧୩, ପ୍ଲାଟଫର୍ମ ୧୪ ଓ ୮ ନମ୍ବର ପ୍ଲାଟଫର୍ମରେ ଏତେ ଭିଡ଼ ହୋଇଥିଲା ଯେ ଲୋକମାନେ ଅଣନିଃଶ୍ୱାସୀ ହୋଇ ଯାଇଥିଲେ। ଷ୍ଟେସନରେ ଶିବଗଙ୍ଗା ଏକ୍ସପ୍ରେସରେ ସ୍ଲିପର, ପ୍ରତ୍ୟେକ ଡ଼ବା, ଶୌଚାଳୟ ଭିତରେ ବି ଲୋକ ପଶି ଯାଇଥିଲେ। ଏପରିକି ଟ୍ରେନ୍ ଭିତର ଓ ପ୍ଲାଟଫର୍ମରେ ଭୟଙ୍କର ଭିଡ଼ ଅସମ୍ଭାଳ ହୋଇ ଯାଇଥିଲା। ଏହି ସମୟରେ ଶିବଗଙ୍ଗା ଏକ୍ସପ୍ରେସ ପ୍ଲାଟଫର୍ମ ଛାଡ଼ି ଦେଇଥିଲା। ଏହି ସମୟରେ ବାରମ୍ବାର ଟ୍ରେନ୍ର ପ୍ଲାଟଫର୍ମ ପରିବର୍ତ୍ତନ ଘୋଷଣା ଲୋକଙ୍କୁ ଅସମଞ୍ଜସ୍ୟ କର ଦେଇଥିଲା। ଲୋକମାନେ ସେମାନେ ଅଚାନକ ୧୪ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ପ୍ରୟାଗରାଜ ଟ୍ରେନ୍ ଆଡ଼କୁ ମୁହାଁଇଥିଲେ। ୧୫ ଓ ୮ ନମ୍ବର ପ୍ଲାଟଫର୍ମରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଷ୍ଟେସନରେ ପାଦ ରଖିବାକୁ ବି ସ୍ଥାନ ନ ଥିଲା। ପୂର୍ବରୁ ସ୍ୱତନ୍ତ୍ରତା ସେନାନୀ ଏକ୍ସପ୍ରେସ ଓ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ବିଳମ୍ବରେ ଚାଲୁଥିବାରୁ ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଥିଲା, ଏହି ସମୟରେ ପ୍ରୟାଗରାଜ ଟ୍ରେନ୍ ଧରିବା ପାଇଁ ଲୋକଙ୍କ ଭିଡ଼ ମାଡ଼ି ଆସିବାରୁ ୧୬ ନମ୍ବର ପ୍ଲାଟଫର୍ମର ଏକ୍ସଲେଟର ସହ ୧୪ ଓ ୧୫ ନମ୍ବର ପ୍ଲାଟଫର୍ମ ନିକଟରେ ଦଳାଚକଟା ସ୍ଥିତି ଦେଖା ଦେଇଥିଲା। ଫଳରେ ମହିଳା ଓ ଶିଶୁଙ୍କ ସହ ଅନେକ ଲୋକ ତଳେ ପଡ଼ି ଯାଇଥିଲେ, ଅନ୍ୟ ଲୋକମାନେ ସେମାନଙ୍କୁ ଦଳି ଦେଇଥିଲେ। ନୂଆଦିଲ୍ଲୀ ରେଳଷ୍ଟେସନରେ ଏପରି ଅବସ୍ଥା ଦେଖିବା ପରେ ତୁରନ୍ତ କର୍ତ୍ତୃପକ୍ଷ ସିଆର୍ପିଏଫ୍ ଓ ଆର୍ପିଏଫ୍କୁ ଡ଼କା ଯାଇଥିଲେ ହେଁ ସେମାନେ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ।