ନୂଆଦିଲ୍ଲୀରେ ଓଏମସିକୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ
ଭୁବନେଶ୍ୱର : କ୍ରୀଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ଓଡ଼ିଶା ଖଣି ନିଗମ ପୁରସ୍କୃତ । ନୂଆଦିଲ୍ଲୀରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ ଅବସରରେ ଓଏମସିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୩ ବର୍ଷ ପାଇଁ ପ୍ରଦାନ କରାଯାଇଥିବା ପୁରସ୍କାର କାର୍ଯ୍ୟକ୍ରମରେ ଓଡ଼ିଶାକୁ ଗୌରବ ଆଣି ଦେଇଛି ଓଡ଼ିଶା ଖଣି ନିଗମ- ଓଏମସି। ରା ଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି […] The post ନୂଆଦିଲ୍ଲୀରେ ଓଏମସିକୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ appeared first on KNews Odisha.

ଭୁବନେଶ୍ୱର : କ୍ରୀଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ଓଡ଼ିଶା ଖଣି ନିଗମ ପୁରସ୍କୃତ । ନୂଆଦିଲ୍ଲୀରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ ଅବସରରେ ଓଏମସିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୩ ବର୍ଷ ପାଇଁ ପ୍ରଦାନ କରାଯାଇଥିବା ପୁରସ୍କାର କାର୍ଯ୍ୟକ୍ରମରେ ଓଡ଼ିଶାକୁ ଗୌରବ ଆଣି ଦେଇଛି ଓଡ଼ିଶା ଖଣି ନିଗମ- ଓଏମସି। ରା
ଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଓଏମସି ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂ। କ୍ରୀଡ଼ାର ସାମଗ୍ରିକ ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଓଏମସିକୁ ଏହି ପୁରସ୍କାର ମିଳିଛି ।
ଦୀର୍ଘ ବର୍ଷ ଧରି ଓଏମସି ତାର ସାମାଜିକ ଦାୟିତ୍ୱ ତୁଲାଇ ଆସୁଛି । ଏହା ମାଧ୍ୟମରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ବର୍ଗରେ ଉଲ୍ଲେଖନୀୟ ଅବଦାନ ଦେଇ ଆସୁଛି। ଓଡିଶା ସରକାରଙ୍କ ଅଧୀନସ୍ଥ ଓଏମସି ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଦିଗରେ କାର୍ଯ୍ୟ କରି ଆସୁଛି। ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାରେ ନିଜର ପ୍ରୟାସ ଜାରି ରଖିଛି। ଓଏମସି ଗତ ପାଞ୍ଚ ବର୍ଷ ଏବଂ ପରବର୍ତ୍ତୀ ଦଶ ବର୍ଷ ପାଇଁ ଭାରତରେ ହକିର ଦୀର୍ଘକାଳୀନ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଓଏମସି।
ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ସହିତ ସହଭାଗିତା ରଖି ହକି ଇଣ୍ଡିଆକୁ ସହଯୋଗ କରିଆସୁଛି। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶକୁ ସୁଗମ କରିବା, ସ୍ଥାନୀୟ ସମ୍ପ୍ରଦାୟର ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା, ଓଡିଶା ତଥା ସମଗ୍ର ଦେଶର କ୍ରୀଡା ଭିତ୍ତିଭୂମିରେ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିଛି ଓଡ଼ିଶା ଖଣି ନିଗମ । ନିଜ କାର୍ଯ୍ୟରେ ସଫଳତା ପରେ ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଥିବାରୁ ଓଏମସିକୁ ଚାରିଆଡୁ ପ୍ରଶଂସା ଛୁଟିଛି।
The post ନୂଆଦିଲ୍ଲୀରେ ଓଏମସିକୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ appeared first on KNews Odisha.