ନୂଆପଡ଼ା ଜିଲାକୁ ଦାଦନମୁକ୍ତ କରାଯିବ: ମନ୍ତ୍ରୀ
ନୂଆପଡ଼ା,୧୮ା୭ (ମକାରୁ ବେମାଲ): ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଜିଲା ଗସ୍ତରେ ଆସି ୨୬୪ କୋଟି ଟଙ୍କାର ଭେଟି ଦେବା ସହ ଜିଲାକୁ ଦାଦନମୁକ୍ତ କରାଯିବ ବୋଲି ଘୋଷଣା କରିଛନ୍ତି। ମଧ୍ୟାହ୍ନରେ ମନ୍ତ୍ରୀ ନାୟକ ଭୁବନେଶ୍ୱରରୁ ରେଳ ଯୋଗେ ଆସି ନୂଆପଡ଼ାରେ ପହଞ୍ଚତ୍ଥିଲେ। ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ ସଭାରେ ମନ୍ତ୍ରୀ ଯୋଗଦେଇ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ […] The post ନୂଆପଡ଼ା ଜିଲାକୁ ଦାଦନମୁକ୍ତ କରାଯିବ: ମନ୍ତ୍ରୀ appeared first on Dharitri Odia News.
ନୂଆପଡ଼ା,୧୮ା୭ (ମକାରୁ ବେମାଲ): ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଜିଲା ଗସ୍ତରେ ଆସି ୨୬୪ କୋଟି ଟଙ୍କାର ଭେଟି ଦେବା ସହ ଜିଲାକୁ ଦାଦନମୁକ୍ତ କରାଯିବ ବୋଲି ଘୋଷଣା କରିଛନ୍ତି। ମଧ୍ୟାହ୍ନରେ ମନ୍ତ୍ରୀ ନାୟକ ଭୁବନେଶ୍ୱରରୁ ରେଳ ଯୋଗେ ଆସି ନୂଆପଡ଼ାରେ ପହଞ୍ଚତ୍ଥିଲେ। ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ ସଭାରେ ମନ୍ତ୍ରୀ ଯୋଗଦେଇ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ୧୩ କୋଟି ୯୯ ଲକ୍ଷ ଟଙ୍କାର ୩୪୬ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫ଟି ମେଗା ପାନୀୟ ଜଳ ପ୍ରକଳ୍ପରେ ୪ ବ୍ଲକର ୨୨୧ ଗଁାକୁ ହରଘର ଜଳ ଗାଁ ଭାବରେ ଘୋଷଣା କରିଥିଲେ। ଏହାପରେ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ୧୧୫.୩୪ କୋଟି ଟଙ୍କାର ୯ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫.୨୩ କୋଟି ଟଙ୍କା ବ୍ୟୟ ଅଟକଳରେ କାମପୁର-କନକପୁର ରାସ୍ତାର ସାହାଜନାଳା ଉପରେ ନିର୍ମିତ ସେତୁର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ନୂଆପଡାବାସୀଙ୍କୁ ସମ୍ବୋଧିତ କରି ଜିଲାର ଉନ୍ନତି କଳ୍ପେ ପାଣ୍ଠିର ଅଭାବ ରହିବ ନାହିଁ। ଜିଲାକୁ ଦାଦନମୁକ୍ତ କରିବା ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି ା ବହୁତ ଶୀଘ୍ର ଜିଲାକୁ ଦାଦନମୁକ୍ତ କରାଯିବ ବୋଲି କହିଥିଲେ। ଏହି ସମୟରେ ଜିଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ନୂଆପଡ଼ା ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରି ମାଝି, ବୋଡେନ ବ୍ଲକ ଅଧ୍ୟକ୍ଷା ପ୍ରେମଶିଳା ନାଗ, ଖରିଆର ରୋଡ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, କଲାହାଣ୍ଡି ଏମପି ପ୍ରତିନିଧି ପ୍ରେମ ଅଗ୍ରୱାଲ, ଜିଲାପାଳ ମଧୁସୂଦନ ଦାଶ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ ସଭା ସଂଯୋଜନା କରିଥିଲେ।
The post ନୂଆପଡ଼ା ଜିଲାକୁ ଦାଦନମୁକ୍ତ କରାଯିବ: ମନ୍ତ୍ରୀ appeared first on Dharitri Odia News.