ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ

ପୁରୀ : ନୂଆ ବର୍ଷରେ ନୂଆ ଉତ୍ସାହ, ଉଦ୍ଦୀପନା । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଭିଡ଼ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଲମ୍ବା ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ସନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତକାଲି ରାତି ୧୦ଟା ୨୫ରେ ପହୁଡ଼ ହୋଇ ରାତି ୧ଟା ୫ ରେ ଦ୍ୱାର ଫିଟାଯାଇଥିଲା । ପରେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇ ରାତି […] The post ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ appeared first on KNews Odisha.

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ
Puri_1703256631 3

ପୁରୀ : ନୂଆ ବର୍ଷରେ ନୂଆ ଉତ୍ସାହ, ଉଦ୍ଦୀପନା । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଭିଡ଼ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଲମ୍ବା ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ସନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତକାଲି ରାତି ୧୦ଟା ୨୫ରେ ପହୁଡ଼ ହୋଇ ରାତି ୧ଟା ୫ ରେ ଦ୍ୱାର ଫିଟାଯାଇଥିଲା । ପରେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇ ରାତି ୨ ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ସାଧାରଣ ଶ୍ରଦ୍ଧାଳୁମାନେ ଆଜି ସିଂହଦ୍ବାର ଦେଇ କେବଳ ପ୍ରବେଶ କରିବେ। କିନ୍ତୁ ସିଂହଦ୍ବାର ଦେଇ ପ୍ରବେଶ ନକରି ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ।

ସେପଟେ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡର ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏ ବ୍ୟାରିକେଡ଼ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ବ୍ୟାରିକେଡ଼ରେ ଫଙ୍ଖା ଲଗାଯାଇଛି । ଭକ୍ତଙ୍କୁ ପାନୀୟ ଜଳ ଯୋଗାଣ ପାଇଁ 30ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ସ୍ବେଛାସେବୀଙ୍କୁ ଏଥିପାଇଁ ନିୟୋଜନ କରାଯାଇଛି । ପୋଲିସ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

The post ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ appeared first on KNews Odisha.