ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼
ପୁରୀ : ମହୋଦଧିରେ ସ୍ନାନ ସହ ମହାପ୍ରଭୁଙ୍କ ଦର୍ଶନରୁ ନୂତନ ବର୍ଷ ଆରମ୍ଭ ଲକ୍ଷ୍ୟ ନେଇ ପୁରୀ ସହରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ। ଲମ୍ବା ଧାଡିରେ ଯାଇ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ସିଂହଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା ହୋଇଥିବାବେଳେ ଅନ୍ୟ ୩ ଦ୍ଵାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରୁଛନ୍ତି। ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ […]

ପୁରୀ : ମହୋଦଧିରେ ସ୍ନାନ ସହ ମହାପ୍ରଭୁଙ୍କ ଦର୍ଶନରୁ ନୂତନ ବର୍ଷ ଆରମ୍ଭ ଲକ୍ଷ୍ୟ ନେଇ ପୁରୀ ସହରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ। ଲମ୍ବା ଧାଡିରେ ଯାଇ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ସିଂହଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା ହୋଇଥିବାବେଳେ ଅନ୍ୟ ୩ ଦ୍ଵାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରୁଛନ୍ତି। ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।