ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଦେଶର ଅନ୍ୟ ତିନିଧାମକୁ ଗଡ଼ିବ ସୁପର ପ୍ରିମିୟମ ଲଗ୍‌ଜୁରୀ ବସ୍

ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପୁରୀରୁ ଅଯୋଧ୍ୟା ଏବଂ ତିରୁପତିକୁ ବସସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।

ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଦେଶର ଅନ୍ୟ ତିନିଧାମକୁ ଗଡ଼ିବ ସୁପର ପ୍ରିମିୟମ ଲଗ୍‌ଜୁରୀ ବସ୍

ଅତ୍ୟାଧୁନିକ ବସ୍ ରେଡି । ଯୋଜନା ବି ପ୍ରସ୍ତୁତ । ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଦେଶର ଅନ୍ୟ ତିନିଧାମକୁ ଗଡ଼ିବ ସୁପର ପ୍ରିମିୟମ ଲଗ୍‌ଜୁରୀ ବସ୍ । ଶୀତତାପ ନିୟନ୍ତ୍ରିତ ଅତି ବିଳାସପୂର୍ଣ୍ଣ ବସରେ ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ଧାମ ବୁଲି ପାରିବେ ତୀର୍ଥଯାତ୍ରୀ। ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପୁରୀରୁ ଅଯୋଧ୍ୟା ଏବଂ ତିରୁପତିକୁ ବସସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।