ନୂଆବର୍ଷରୁ ରାଜ୍ୟରେ ଥରାଇବ ଜାଡ, କମିବ ରାତ୍ରି ତାପମାତ୍ରା
ଭୁବନେଶ୍ୱର : ଜିରୋ ନାଇଟରୁ ବଢିବ ଜାଡ଼ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବ । ପ୍ରବଳ ଜାଡ ସାଙ୍ଗକୁ ଅସ୍ତବ୍ୟବସ୍ତ କରିବ ଘନ କୁହୁଡି। କାଲିଠୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ହେବା ସହ ରାତିର ତାପମାତ୍ରା କମିବ । ତେଣୁ ୩୧ ତାରିଖ ରାତିରୁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ରାଜ୍ୟରେ ସବୁଠି ପାଗ […] The post ନୂଆବର୍ଷରୁ ରାଜ୍ୟରେ ଥରାଇବ ଜାଡ, କମିବ ରାତ୍ରି ତାପମାତ୍ରା appeared first on KNews Odisha.

ଭୁବନେଶ୍ୱର : ଜିରୋ ନାଇଟରୁ ବଢିବ ଜାଡ଼ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢିବ । ପ୍ରବଳ ଜାଡ ସାଙ୍ଗକୁ ଅସ୍ତବ୍ୟବସ୍ତ କରିବ ଘନ କୁହୁଡି। କାଲିଠୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ହେବା ସହ ରାତିର ତାପମାତ୍ରା କମିବ । ତେଣୁ ୩୧ ତାରିଖ ରାତିରୁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଜିଠୁ ରାଜ୍ୟରେ ସବୁଠି ପାଗ ଶୁଖିଲା ରହିବ । କେତେକେ ସ୍ଥାନରେ ମେଘୁଆ ପାଗ ରହିପାରେ । ପାଗ ଶୁଖିଲା ରହିବା ସହ ଧୀରେ ଧୀରେ ଶୀତ ବଢିବ। ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶାରେ ଓ ପରେ ଉପକୂଳ ଓଡ଼ିଶାରେ ଖସିବ ରାତି ତାପମାତ୍ରା । ୨ରୁ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।
ଅନ୍ୟପଟେ ବର୍ଷା କମିବା ପରେ ରାଜ୍ୟରେ ଶୀତର ମାତ୍ରା ବଢିଛି । ଦାରିଙ୍ଗିବାଡିରେ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀ ଓ କୋରାପୁଟର ତାପମାତ୍ରା ୧୨.୫ ଡିଗ୍ରୀ, ଅନୁଗୋଳ ୧୨.୬ ଡିଗ୍ରୀ, ଭଦ୍ରକ ୧୨.୮, ଢେଙ୍କାନାଳ ୧୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ରାଉରକେଲା, ଯାଜପୁର, ଝାରସୁଗୁଡା ଓ କଟକ ତାପମାତ୍ରା ୧୫ ଡିଗ୍ରୀରୁ କମ ଥିଲା ।
The post ନୂଆବର୍ଷରୁ ରାଜ୍ୟରେ ଥରାଇବ ଜାଡ, କମିବ ରାତ୍ରି ତାପମାତ୍ରା appeared first on KNews Odisha.