ନୂଆବର୍ଷରେ କଂଗ୍ରେସର ନୂଆ ମଙ୍ଗୁଆଳ । ଖୁବଶୀଘ୍ର ଆସିବ ଡାକରା, ଦିଲ୍ଲୀ ଦେଲା ଇସାରା
କନକ ବ୍ୟୁରୋ: ୬ ମାସ ବିତିଲାଣି, କିନ୍ତୁ ରାଜ୍ୟ କଂଗ୍ରେସକୁ ମିଳୁନି ନୂଆ ମୁଖିଆ। ହାଇକମାଣ୍ଡଙ୍କ ପାଖରେ ରିପୋର୍ଟ ପଡି ରହିଛି, ଦିଲ୍ଲୀରେ ଲବି ମଧ୍ୟ ଜୋର ଧରିଛି। ତଥାପି ମଙ୍ଗୁଆଳଙ୍କ ନାଁରେ ମୋହର ମାରିପାରୁନି ଦଳ। ନୂଆ ସଭାପତି ବାଛିବା ପୂର୍ବରୁ ହାଇକମାଣ୍ଡ ଦ୍ବନ୍ଦ୍ବରେ ଅଛନ୍ତି ନା କଂଗ୍ରେସରେ ଫୋକସରେ ନାହିଁ ଓଡ଼ିଶା। ଏସବୁ ଚର୍ଚ୍ଚା ଭିତରେ ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ଦେଇଛନ୍ତି ଖୁସି ଖବର। ନୂଆବର୍ଷରେ କଂଗ୍ରେସର ନୂଆ ମଙ୍ଗୁଆଳ ଖୁବଶୀଘ୍ର ଆସିବ ଡାକରା, ଦିଲ୍ଲୀ ଦେଲା ଇସାରା କଂଗ୍ରେସରେ ଚାଲିଛି ତାରିଖ ପେ ତାରିଖ। ନିର୍ବାଚନ ପରେ ରାଜ୍ୟରେ ବିନା ମୁଖିଆରେ ଯେଣେତେଣେ ପ୍ରକାର ଚାଲିଛି କଂଗ୍ରେସ। କୋର୍ଟରେ ବାରମ୍ବାର ନୂଆ ତାରିଖ ଆସିବା ଭଳି ରାଜ୍ୟ କଂଗ୍ରେସ ନୂଆ ମୁଖିଆଙ୍କ ନାଁ ଜାଣିବାକୁ ନୂଆ ତାରିଖକୁ ଅପେକ୍ଷା କରୁଛନ୍ତି କର୍ମୀ। ଏହା ଭିତରେ ୬ ମାସ ବିତିଯାଇଛି। କିନ୍ତୁ କଂଗ୍ରେସ ସଭାପତି ଚୟନ ସସପେନ୍ସ ଉପରୁ ଏଯାଏଁ ପରଦା ହଟୁନି। ସଭାପତିଙ୍କ ବିନା ସଙ୍ଗଠନ ସ୍ଥାଣୁ ଅବସ୍ଥାକୁ ଚାଲିଗଲାଣି। ଏଭଳି ସ୍ଥିତିରେ ପୁଣିଥରେ କର୍ମୀଙ୍କ ମନରେ ଜୋସ୍ ଭରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା। କହିଛନ୍ତି… ନୂଆବର୍ଷର ପ୍ରଥମ ସପ୍ତାହରେ ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ ସଭାପତି ଖୁବଶୀଘ୍ର ଓଡ଼ିଶା ନେତାଙ୍କୁ ଆଲୋଚନା ପାଇଁ ଦିଲ୍ଲୀରୁ ଆସିବ ଡାକରା ୨୬ ଓ ୨୭ରେ ହେବାକୁ ଥିବା ସିଡବ୍ଲ୍ୟସି ବୈଠକରେ ନିଆଯିବ ନ

କନକ ବ୍ୟୁରୋ: ୬ ମାସ ବିତିଲାଣି, କିନ୍ତୁ ରାଜ୍ୟ କଂଗ୍ରେସକୁ ମିଳୁନି ନୂଆ ମୁଖିଆ। ହାଇକମାଣ୍ଡଙ୍କ ପାଖରେ ରିପୋର୍ଟ ପଡି ରହିଛି, ଦିଲ୍ଲୀରେ ଲବି ମଧ୍ୟ ଜୋର ଧରିଛି। ତଥାପି ମଙ୍ଗୁଆଳଙ୍କ ନାଁରେ ମୋହର ମାରିପାରୁନି ଦଳ। ନୂଆ ସଭାପତି ବାଛିବା ପୂର୍ବରୁ ହାଇକମାଣ୍ଡ ଦ୍ବନ୍ଦ୍ବରେ ଅଛନ୍ତି ନା କଂଗ୍ରେସରେ ଫୋକସରେ ନାହିଁ ଓଡ଼ିଶା। ଏସବୁ ଚର୍ଚ୍ଚା ଭିତରେ ରାଜ୍ୟର ଏକମାତ୍ର କଂଗ୍ରେସ ସାଂସଦ ଦେଇଛନ୍ତି ଖୁସି ଖବର।
- ନୂଆବର୍ଷରେ କଂଗ୍ରେସର ନୂଆ ମଙ୍ଗୁଆଳ
- ଖୁବଶୀଘ୍ର ଆସିବ ଡାକରା, ଦିଲ୍ଲୀ ଦେଲା ଇସାରା
କଂଗ୍ରେସରେ ଚାଲିଛି ତାରିଖ ପେ ତାରିଖ। ନିର୍ବାଚନ ପରେ ରାଜ୍ୟରେ ବିନା ମୁଖିଆରେ ଯେଣେତେଣେ ପ୍ରକାର ଚାଲିଛି କଂଗ୍ରେସ। କୋର୍ଟରେ ବାରମ୍ବାର ନୂଆ ତାରିଖ ଆସିବା ଭଳି ରାଜ୍ୟ କଂଗ୍ରେସ ନୂଆ ମୁଖିଆଙ୍କ ନାଁ ଜାଣିବାକୁ ନୂଆ ତାରିଖକୁ ଅପେକ୍ଷା କରୁଛନ୍ତି କର୍ମୀ। ଏହା ଭିତରେ ୬ ମାସ ବିତିଯାଇଛି। କିନ୍ତୁ କଂଗ୍ରେସ ସଭାପତି ଚୟନ ସସପେନ୍ସ ଉପରୁ ଏଯାଏଁ ପରଦା ହଟୁନି। ସଭାପତିଙ୍କ ବିନା ସଙ୍ଗଠନ ସ୍ଥାଣୁ ଅବସ୍ଥାକୁ ଚାଲିଗଲାଣି। ଏଭଳି ସ୍ଥିତିରେ ପୁଣିଥରେ କର୍ମୀଙ୍କ ମନରେ ଜୋସ୍ ଭରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା। କହିଛନ୍ତି…
- ନୂଆବର୍ଷର ପ୍ରଥମ ସପ୍ତାହରେ ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ ସଭାପତି
- ଖୁବଶୀଘ୍ର ଓଡ଼ିଶା ନେତାଙ୍କୁ ଆଲୋଚନା ପାଇଁ ଦିଲ୍ଲୀରୁ ଆସିବ ଡାକରା
- ୨୬ ଓ ୨୭ରେ ହେବାକୁ ଥିବା ସିଡବ୍ଲ୍ୟସି ବୈଠକରେ ନିଆଯିବ ନିଷ୍ପତ୍ତି
- ଚରଣ ଦାସ ମହନ୍ତ ପିସିସି ସଭାପତି ଚୟନ ନେଇ ହାଇକମାଣ୍ଡଙ୍କୁ ଦେଇଛନ୍ତି ଚୂଡାନ୍ତ ରିପୋର୍ଟ
ଓଡ଼ିଶାର କଂଗ୍ରେସ ମୁଖିଆ ଭାବେ ହାଇକମାଣ୍ଡ କାହା ନାଁରେ ମୋହର ମାରିବେ? ଏହି ଚର୍ଚ୍ଚା ଭିତରେ ପିସିସି ରେସରେ ଥିବା ନେତା ନିଜ ସ୍ତରରେ ଲବି ଆରମ୍ଭ କରିଛନ୍ତି। ଏପଟେ ସଭାପତି ଚୟନ ବିଳମ୍ବର କାରଣ ଦର୍ଶାଇ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ଯୋଗ୍ୟ ଚେହେରା ଖୋଜିବାକୁ ସମୟ ଲାଗେ। ସେହିପରି ଅନ୍ତଃକନ୍ଦଳ ସଭାପତି ଚୟନରେ ବାଧକ ସାଜିବନି ବୋଲି ସଫେଇ ରଖିଛନ୍ତି ବିଧାୟକ ଅଶୋକ ଦାସ।
ଚରଣ ଦାସ ମହନ୍ତଙ୍କ ରିପୋର୍ଟ ହାଇକମାଣ୍ଡଙ୍କ ପାଖରେ ମାସେରୁ ଅଧିକ ସମୟ ହେବ ପଡି ରହିଛି। ଏହା ଭିତରେ କଂଗ୍ରେସର ତୁଙ୍ଗ ନେତାଙ୍କ ଦିଲ୍ଲୀ ଲବି ଜୋର ହୋଇଛି। ଯାହା ସଭାପତି ଚୟନକୁ ବିଳମ୍ବିତ କରିଛି।। କିନ୍ତୁ ଦୀର୍ଘଦିନ ଧରି ରାଜ୍ୟ କଂଗ୍ରେସକୁ ମୁଖିଆ ବିହୀନ କରି ରଖିବା ଦଳୀୟ ନେତୃତ୍ବ, ସଙ୍ଗଠକ ଓ କର୍ମୀଙ୍କୁ ଦୁର୍ବଳ କରୁଛି। ପୁଣିଥରେ ଦଳ ପୁରୁଣା ପରମ୍ପରାକୁ ଆପଣାଇବନି ତ?