ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଭାସ୍କର ରାଓଙ୍କ ନାଁରେ ଏନ୍ବିଡବ୍ଲ୍ୟୁ
ରାୟଗଡ଼ା,୧୩।୧୧(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଏସ୍ଡିଜେଏମ୍ ବର୍ଷା ଦାଶ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାର ଶୁଣାଣିକରି ମଙ୍ଗଳବାର ବିଜେଡି ନେତା ଏନ୍. ଭାସ୍କର ରାଓଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ) ଜାରି କରିଛନ୍ତି। ଭାସ୍କରଙ୍କ ସମେତ ୟାଲା ଭେଙ୍କଟେଶ୍ୱର ରାଓ ଓରଫ୍ କୋଣ୍ଡାବାବୁ, କେ.କ୍ରିଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ଏନ୍. ଆଦି ନାରାୟଣା ଓ ପି.ଦିଲୀପ କୁମାରଙ୍କ ନାଁରେ ଗିରଫ ପରଓ୍ବାନା ଜାରି ହୋଇଥିବା ପ୍ରତିପକ୍ଷ ଓକିଲ ସାମୁଏଲ ତାଣ୍ଡି ସୂଚନା […] The post ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଭାସ୍କର ରାଓଙ୍କ ନାଁରେ ଏନ୍ବିଡବ୍ଲ୍ୟୁ appeared first on Dharitri Odia News.
ରାୟଗଡ଼ା,୧୩।୧୧(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଏସ୍ଡିଜେଏମ୍ ବର୍ଷା ଦାଶ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାର ଶୁଣାଣିକରି ମଙ୍ଗଳବାର ବିଜେଡି ନେତା ଏନ୍. ଭାସ୍କର ରାଓଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ) ଜାରି କରିଛନ୍ତି। ଭାସ୍କରଙ୍କ ସମେତ ୟାଲା ଭେଙ୍କଟେଶ୍ୱର ରାଓ ଓରଫ୍ କୋଣ୍ଡାବାବୁ, କେ.କ୍ରିଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ଏନ୍. ଆଦି ନାରାୟଣା ଓ ପି.ଦିଲୀପ କୁମାରଙ୍କ ନାଁରେ ଗିରଫ ପରଓ୍ବାନା ଜାରି ହୋଇଥିବା ପ୍ରତିପକ୍ଷ ଓକିଲ ସାମୁଏଲ ତାଣ୍ଡି ସୂଚନା ଦେଇଛନ୍ତି। ଭାଗୀରଥୀଙ୍କ ହତ୍ୟା ମାମଲାକୁ ନେଇ ତାଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ଗତ ଏପ୍ରିଲରେ ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟରେ ୧ସି.ସି. କେସ୍ ନଂ. ୬/୨୪ରେ ମାମଲା ରୁଜୁ କରିଥିଲେ।
୨୦୧୦ ଡିସେମ୍ବର ୧୫ରେ ଯୁବ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଥିଲେ। ୪ ଦିନ ପରେ ଆନ୍ଧ୍ରପ୍ରଦେଶ ତୋଟାପିଲି ଡ୍ୟାମ ନିକଟରୁ ତାଙ୍କ ଗଳିତ ମୃତଦେହ ଜବତ ହୋଇଥିଲା। ତେବେ ପରିବାରବର୍ଗ ମୃତଦେହ ଚିହ୍ନଟ କରିପାରି ନ ଥିଲେ। ମୃତଦେହର ଫଟୋ ଜାରି ହେବା ପରେ ତାହା ଭାଗୀରଥିଙ୍କର ବୋଲି ଜଣାପଡ଼ିଲା। ଅନ୍ୟପକ୍ଷେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ପରିବାରବର୍ଗ ଓ ଆଦିବାସୀ ମହାସଂଘ ରାୟଗଡ଼ା ବନ୍ଦ ପାଳନ କରିଥିଲା। ରାୟଗଡ଼ା ପୋଲିସ ଏହାର ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର ୨୦୧୧ ଫେବୃଆରୀରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥିଲେ। କ୍ରାଇମବ୍ରାଞ୍ଚ ଦୀର୍ଘ ବର୍ଷ ଧରି ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। କିନ୍ତୁ କ୍ରାଇମବ୍ରାଞ୍ଚ ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ତତ୍କାଳୀନ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା। କ୍ରାଇମବ୍ରାଞ୍ଚର ତଦନ୍ତରେ ପରିବାରବର୍ଗ ଓ ଆଦିବାସୀ ମହାସଂଘ ସନ୍ତୁଷ୍ଟ ନ ହୋଇ ବିଭିନ୍ନ ସମୟରେ ସିବିଆଇ ତଦନ୍ତ ଦାବି କରିବା ସହ ଆନ୍ଦୋଳନ କରୁଥିଲେ। ୬ ଜଣଙ୍କ ନାଁରେ ୱାରେଣ୍ଟ ଜାରି ପରେ ଆଦିବାସୀ ସଂଘ ନ୍ୟାୟ ପାଇଁ ଲଢ଼େଇରେ ବିଜୟୀ ହୋଇଥିବା ଆଦିବାସୀ ନେତା ବସନ୍ତ ଉଲାକା ଓ ଜଗନ୍ନାଥ ମାଣ୍ଡାଙ୍ଗି ପ୍ରକାଶ କରିଛନ୍ତି।
The post ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଭାସ୍କର ରାଓଙ୍କ ନାଁରେ ଏନ୍ବିଡବ୍ଲ୍ୟୁ appeared first on Dharitri Odia News.