ମୋଟରସାଇକେଲ-ସ୍କୁଟି ମୁହାଁମୁହିଁ, ଚାଲିଗଲା ୩ ଜୀବନ

ବାରିପଦା,୨୯ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗୁରୁବାର ବାରିପଦା-ଉଦଳା ରାଜ୍ୟ ରାଜପଥ ବାଲିଯୋଡ଼ା ନିକଟରେ ମୋଟରସାଇକେଲ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡ଼ିଆଲବନ୍ଧ ଗ୍ରାମର ଲକ୍ଷ୍ମଣ ସିଂ(୨୦) ଓ ଆକାଶ ବିନ୍ଧାଣୀ(୧୫) ଏବଂ ଦଲକିଶୋଳର ରାଜେନ ସିଂ(୨୫) ବୋଲି ଜଣାପଡ଼ିଛିି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ପଠାଇଛି। ତେବେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା […] The post ମୋଟରସାଇକେଲ-ସ୍କୁଟି ମୁହାଁମୁହିଁ, ଚାଲିଗଲା ୩ ଜୀବନ appeared first on Dharitri Odia News.

ମୋଟରସାଇକେଲ-ସ୍କୁଟି ମୁହାଁମୁହିଁ, ଚାଲିଗଲା ୩ ଜୀବନ

ବାରିପଦା,୨୯ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗୁରୁବାର ବାରିପଦା-ଉଦଳା ରାଜ୍ୟ ରାଜପଥ ବାଲିଯୋଡ଼ା ନିକଟରେ ମୋଟରସାଇକେଲ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡ଼ିଆଲବନ୍ଧ ଗ୍ରାମର ଲକ୍ଷ୍ମଣ ସିଂ(୨୦) ଓ ଆକାଶ ବିନ୍ଧାଣୀ(୧୫) ଏବଂ ଦଲକିଶୋଳର ରାଜେନ ସିଂ(୨୫) ବୋଲି ଜଣାପଡ଼ିଛିି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ପଠାଇଛି। ତେବେ ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ଲୋକଙ୍କୁ ବୁଝାଶୁଝା କରୁଛି।
ସୂଚନାଯୋଗ୍ୟ, ଆକାଶ ଓ ଲକ୍ଷ୍ମଣ ଔଷଧ ଆଣିବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ମୋଟରସାଇକେଲ ସହ ଧକ୍କା ହୋଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା।

The post ମୋଟରସାଇକେଲ-ସ୍କୁଟି ମୁହାଁମୁହିଁ, ଚାଲିଗଲା ୩ ଜୀବନ appeared first on Dharitri Odia News.