ନୂଆବର୍ଷରେ ଗଡିଲା ମୁଣ୍ଡ, ନୂତନ ବର୍ଷରେ ଭୋଜି କରିବାକୁ ଯାଇଥିଲେ ଜଗନ୍ନାଥ
ବୋରିଗୁମ୍ମା ୦୨।୦୧ : ନୂଆବର୍ଷରେ ଗଡିଲା ମୁଣ୍ଡ । ସାଥୀ ହୋଇ ରାତିରେ ପିକ୍ନିକ୍ କରିଲେ । ଆଉ ସକାଳୁ ମିଳିଲା ଜଗନ୍ନାଥଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ।କୋରାପୁଟ ଜିଲ୍ଲା ବୋରିଗୁମ୍ମା ନକୁଳଗୁଡ଼ା ଗାଁରେ ଘଟିଛି ଘଟଣା । ଖବର ଅନୁଯାୟୀ, ବୋରିଗୁମ୍ମା ନକୁଳଗୁଡା ଗ୍ରାମର ଜଗନ୍ନାଥ ମାଝୀ ବୟସ ୨୮ ବର୍ଷ। ନୂଆ ବର୍ଷରେ ସାଙ୍ଗ ସାଥିଙ୍କ ସହ ଦିନରେ ଜଗନ୍ନାଥ ଭୋଜି ଭାତ କରି ଖାଇଥିଲେ। ପୁଣି ରାତିରେ ଜଗନ୍ନାଥ ନିଜ ସାଙ୍ଗ ସାଥି ସହ ନିଜ ଘର ପଛ ପଟେ ଥିବା ପରିବା ବଗିଚାରେ ଭୋଜି କରୁଥିଲେ । ଆଉ ରାତିରେ ଭୋଜି ଖାଇ ଆଉ ଘରକୁ ଫେରିନଥିଲେ ଜଗନ୍ନାଥ। ସକାଳୁ ଜଗନ୍ନାଥଙ୍କ ମାଆ ଜଗନ୍ନାଥଙ୍କୁ ଘରେ ନପାଇ ଖୋଜାଖୋଜି କରିଥିଲେ। ଶେଷରେ ଘର ପଛରେ ଥିବା ପରିବା କ୍ଷେତରେ ଜଗନ୍ନାଥଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିଲା ।ସେପଟେ ମୃତକଙ୍କ ମାଆ ଗାଁ ଲୋକଙ୍କୁ ଖବର ଦେଇଥିଲେ।ବିସିଂପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସେହିପରି ସାଇଣ୍ଟିଫିକ ଟିମ ଆସିବା ପରେ ଅଧିକ ତଦନ୍ତ ହେବ ବୋଲି ସୂଚନା ମିଳିଛି।
ବୋରିଗୁମ୍ମା ୦୨।୦୧ : ନୂଆବର୍ଷରେ ଗଡିଲା ମୁଣ୍ଡ । ସାଥୀ ହୋଇ ରାତିରେ ପିକ୍ନିକ୍ କରିଲେ । ଆଉ ସକାଳୁ ମିଳିଲା ଜଗନ୍ନାଥଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ।କୋରାପୁଟ ଜିଲ୍ଲା ବୋରିଗୁମ୍ମା ନକୁଳଗୁଡ଼ା ଗାଁରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ବୋରିଗୁମ୍ମା ନକୁଳଗୁଡା ଗ୍ରାମର ଜଗନ୍ନାଥ ମାଝୀ ବୟସ ୨୮ ବର୍ଷ। ନୂଆ ବର୍ଷରେ ସାଙ୍ଗ ସାଥିଙ୍କ ସହ ଦିନରେ ଜଗନ୍ନାଥ ଭୋଜି ଭାତ କରି ଖାଇଥିଲେ। ପୁଣି ରାତିରେ ଜଗନ୍ନାଥ ନିଜ ସାଙ୍ଗ ସାଥି ସହ ନିଜ ଘର ପଛ ପଟେ ଥିବା ପରିବା ବଗିଚାରେ ଭୋଜି କରୁଥିଲେ । ଆଉ ରାତିରେ ଭୋଜି ଖାଇ ଆଉ ଘରକୁ ଫେରିନଥିଲେ ଜଗନ୍ନାଥ। ସକାଳୁ ଜଗନ୍ନାଥଙ୍କ ମାଆ ଜଗନ୍ନାଥଙ୍କୁ ଘରେ ନପାଇ ଖୋଜାଖୋଜି କରିଥିଲେ। ଶେଷରେ ଘର ପଛରେ ଥିବା ପରିବା କ୍ଷେତରେ ଜଗନ୍ନାଥଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିଲା ।ସେପଟେ ମୃତକଙ୍କ ମାଆ ଗାଁ ଲୋକଙ୍କୁ ଖବର ଦେଇଥିଲେ।ବିସିଂପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସେହିପରି ସାଇଣ୍ଟିଫିକ ଟିମ ଆସିବା ପରେ ଅଧିକ ତଦନ୍ତ ହେବ ବୋଲି ସୂଚନା ମିଳିଛି।