ନୂତନ ଅଦା ଜାତୀୟ ଉଦ୍ଭିଦ ଆବିଷ୍କାର କଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ
ବାରିପଦା,୨୬ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳରୁ ଏକ ନୂତନ ଅଦା ଜାତୀୟ ଉଦ୍ଭିଦ ଆବିଷ୍କାର କରିଛି। ବିଭାଗର ସହକାରୀ ପ୍ରାଧ୍ୟାପକ ଡ.ସୁଦାମ ଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଗବେଷଣାରତ ଛାତ୍ରୀ ସିଫନ ପ୍ରିୟଦର୍ଶନୀଙ୍କ ଦ୍ୱାରା ଶିମିଳିପାଳ ଅଭୟାରଣ୍ୟର କୁଳିପାଳ ଅଞ୍ଚଳରୁ ଏହି ନୂତନ ଉଦ୍ଭିଦ ଆବିଷ୍କାର କରାଯାଇଛି। ପ୍ରାକ୍ ଗବେଷଣା ଲବ୍ଧ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ୮ ପ୍ରଜାତି ଏବଂ […] The post ନୂତନ ଅଦା ଜାତୀୟ ଉଦ୍ଭିଦ ଆବିଷ୍କାର କଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ appeared first on Dharitri Odia News.
ବାରିପଦା,୨୬ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳରୁ ଏକ ନୂତନ ଅଦା ଜାତୀୟ ଉଦ୍ଭିଦ ଆବିଷ୍କାର କରିଛି। ବିଭାଗର ସହକାରୀ ପ୍ରାଧ୍ୟାପକ ଡ.ସୁଦାମ ଚରଣ ସାହୁଙ୍କ ତତ୍ତ୍ୱାବଧାନରେ ଗବେଷଣାରତ ଛାତ୍ରୀ ସିଫନ ପ୍ରିୟଦର୍ଶନୀଙ୍କ ଦ୍ୱାରା ଶିମିଳିପାଳ ଅଭୟାରଣ୍ୟର କୁଳିପାଳ ଅଞ୍ଚଳରୁ ଏହି ନୂତନ ଉଦ୍ଭିଦ ଆବିଷ୍କାର କରାଯାଇଛି।
ପ୍ରାକ୍ ଗବେଷଣା ଲବ୍ଧ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମୋଟ ୮ ପ୍ରଜାତି ଏବଂ ୨୯ ଜାତିର ଅଦା ଜାତୀୟ ଉଦ୍ଭିଦ ଦେଖାଯାଇଥାଏ। ଏହି ଉଦ୍ଭିଦ ଉପରେ ପର୍ଯ୍ୟବେଶିତ ୩ ବର୍ଷର ଗବେଷଣା ମଧ୍ୟରେ ଏହାକୁ ଠାବ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦିନ ଏହି ଉଦ୍ଭିଦଟି ଗବେଷକମାନଙ୍କ ଅନୁସନ୍ଧାନ ତଥା ପର୍ଯ୍ୟବେକ୍ଷଣରୁ ପ୍ରାପ୍ତ ହୋଇଥିବାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରି ତାଙ୍କ ନାମ ଅନୁଯାୟୀ ‘ଜିଞ୍ଜିବର ଜଗନ୍ନାଥି’ ଭାବେ ନାମକରଣ କରାଯାଇଛି।
ଏକ ଅନ୍ତର୍ଜାତୀୟ ଗବେଷଣାମୂଳକ ପତ୍ରିକା ‘ଫାଇଟୋଟାକ୍ସା’ରେ ୨୦୨୫ ଫେବୃଆରୀ ୪ରେ ଏ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି। ଗବେଷକଙ୍କ କହିବା ଅନୁଯାୟୀ, ଏହି ଉଦ୍ଭିଦଟି ଶିମିଳିପାଳର ନିର୍ଦ୍ଦିଷ୍ଟ ଏକ ଅଞ୍ଚଳରୁ ଠାବ କରାଯାଇଥିବାରୁ ଏହାର ସଂରକ୍ଷଣ ଏବଂ ସଂଖ୍ୟାବୃଦ୍ଧିର ଆବଶ୍ୟକତା ରହିଛି। ଉଦ୍ଭିଦ ବିଜ୍ଞାନ ଗବେଷକ ଡ. ସାହୁଙ୍କ ମତ ଅନୁସାରେ ଶିମିଳିପାଳ ଏକ ଜୈବ ବିବିଧତାର କେନ୍ଦ୍ରସ୍ଥଳୀ ହୋଇଥିବାରୁ କନ୍ଦା ଓ ଅଦା ଜାତୀୟ ଉଦ୍ଭିଦର ବ୍ୟବହାର ଏବଂ ଔଷଧୀୟ ଗୁଣବତା ଉପରେ ଗବେଷଣା ଏକାନ୍ତ ଆବଶ୍ୟକ।
The post ନୂତନ ଅଦା ଜାତୀୟ ଉଦ୍ଭିଦ ଆବିଷ୍କାର କଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ appeared first on Dharitri Odia News.