ଭଞ୍ଜସେନାରେ ଯୋଗଦେଲେ ସୁନାରାମଙ୍କ ନାତୁଣୀ
ବାରିପଦା,୮ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରଥଯାତ୍ରା ଅବସରରେ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ଆଦିବାସୀ କଲ୍ୟାଣମନ୍ତ୍ରୀ ଭଞ୍ଜବୀର ସୁନାରାମ ସୋରେନଙ୍କ ନାତୁଣୀ ସୋନାଲୀ ସୋରେନ ଭଞ୍ଜସେନାରେ ଯୋଗଦାନ କରିଛନ୍ତି। ଭଞ୍ଜସେନା ବାମନଘାଟି ଆଦିବାସୀ ଶାଖା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧଭାବେ ଦଳରେ ଯୋଗଦେଇଛନ୍ତି। ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନ କ୍ରମେ ଜିଲା ଆଦିବାସୀ ଶାଖା ସଭାପତି ବାଜୁନ ହଁାସଦା ଉପସ୍ଥିତ ରହି ସୋନାଲୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ବାମନଘାଟି ଉପଖଣ୍ଡ […] The post ଭଞ୍ଜସେନାରେ ଯୋଗଦେଲେ ସୁନାରାମଙ୍କ ନାତୁଣୀ appeared first on Dharitri Odia News.
ବାରିପଦା,୮ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରଥଯାତ୍ରା ଅବସରରେ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ଆଦିବାସୀ କଲ୍ୟାଣମନ୍ତ୍ରୀ ଭଞ୍ଜବୀର ସୁନାରାମ ସୋରେନଙ୍କ ନାତୁଣୀ ସୋନାଲୀ ସୋରେନ ଭଞ୍ଜସେନାରେ ଯୋଗଦାନ କରିଛନ୍ତି। ଭଞ୍ଜସେନା ବାମନଘାଟି ଆଦିବାସୀ ଶାଖା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧଭାବେ ଦଳରେ ଯୋଗଦେଇଛନ୍ତି। ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନ କ୍ରମେ ଜିଲା ଆଦିବାସୀ ଶାଖା ସଭାପତି ବାଜୁନ ହଁାସଦା ଉପସ୍ଥିତ ରହି ସୋନାଲୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ ଏବଂ ଜାମଦା ବ୍ଲକ୍ ସଭାପତି ଭାଗବତ ହେମ୍ବ୍ରମ ଉପସ୍ଥିତ ଥିଲେ।
The post ଭଞ୍ଜସେନାରେ ଯୋଗଦେଲେ ସୁନାରାମଙ୍କ ନାତୁଣୀ appeared first on Dharitri Odia News.