ବାଛୁରୀକୁ ଖାଇଗଲା ବାଘ
ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ ଶୁକ୍ରବାର ଏନେଇ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକାଶ ଯେ, ବଳରାମ ତାଙ୍କ ଗାଈ, ବାଛୁରୀଙ୍କୁ ଶ୍ରୀଅରବିନ୍ଦ ଶକ୍ତିପୀଠ ଆଶ୍ରମ ପଛପଟେ ବାନ୍ଧି ଘରକୁ ଆସି ଥିଲେ। ଶୁକ୍ରବାର ଭୋରରେ ସେ ଯାଇ ଦେଖିବା ବେଳକୁ ବାଛୁରୀ ନ ଥିଲା। […] The post ବାଛୁରୀକୁ ଖାଇଗଲା ବାଘ appeared first on Dharitri Odia News.
ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ ଶୁକ୍ରବାର ଏନେଇ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରକାଶ ଯେ, ବଳରାମ ତାଙ୍କ ଗାଈ, ବାଛୁରୀଙ୍କୁ ଶ୍ରୀଅରବିନ୍ଦ ଶକ୍ତିପୀଠ ଆଶ୍ରମ ପଛପଟେ ବାନ୍ଧି ଘରକୁ ଆସି ଥିଲେ। ଶୁକ୍ରବାର ଭୋରରେ ସେ ଯାଇ ଦେଖିବା ବେଳକୁ ବାଛୁରୀ ନ ଥିଲା। ବାଛୁରୀଙ୍କୁ ଘେରାଉ କରି ରଖାଯାଇଥିବା ବାଉଁଶ ବାଡ଼ ଭାଙ୍ଗି ଥିବା ଦେଖିଥିଲେ।
ଏନେଇ ବଳରାମ ବାଛୁରୀକୁ ଖୋଜାଖୋଜି କରିଥିଲେ। ଖୋଜାଖୋଜି ପରେ କିଛି ଦୂରରେ ଏକ ବୁଦା ମଧ୍ୟରେ ବାଛୁରୀ ଗୋଡ ଓ ଚମଡ଼ା ପଡ଼ିଥିବା ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ।
ଏ ନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ହେଟାବାଘ ସମେତ ଆଉ କିଛି ବନ୍ୟପ୍ରାଣୀଙ୍କ ଆକ୍ରମଣରେ ବାଛୁରୀ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୮ ମାସ ତଳେ ଏକ ବନ୍ୟଯନ୍ତୁ ଏକ ବାଛୁରୀକୁ ଖାଇ ଦେଇଥିଲା। ହେଲେ କୌଣସି ପ୍ରମାଣ ନ ଥିବା କହି ବନ କର୍ମଚାରୀ ସେତିକିବେଳେ ଘଟଣାକୁ ଚାପି ଦେଇଥିଲେ।
ଅନ୍ୟପଟେ କିଛି ଦିନ ହେବ ତାରସିଂ, ଜଗନ୍ନାଥପ୍ରସାଦ ସମେତ ଅନ୍ୟ ରେଞ୍ଜରେ ବନ୍ୟପ୍ରାଣୀ ଶିକାର ବଢୁଥିବା ଲକ୍ଷ୍ୟ କରାଯାଉଛି । ଆଗକୁ ନୂଆବର୍ଷ। ତେଣୁ ଜଙ୍ଗଲି ମାଂସ ଲୋଭରେ ଶିକାର ବଢିବା ସମ୍ଭାବନା ରହିଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
The post ବାଛୁରୀକୁ ଖାଇଗଲା ବାଘ appeared first on Dharitri Odia News.