ରୁଷରେ ୨୨ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ, ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ: ରୁଷର ପୂର୍ବ ପ୍ରାନ୍ତରେ ଶନିବାର ଏକ ହେଲିକପ୍ଟର ଉଡାଣ ଭରିବା ପରେ ନିଖୋଜ ହୋଇଛି । ଏଥିରେ ୩ ଜଣ କ୍ରିୟୁ ସଦସ୍ୟଙ୍କ ସମେତ ମୋଟ ୨୨ ଜଣ ଯାତ୍ରା କରୁଥିଲେ । ରୁଷର ସଂଘୀୟ ବିମାନ ପରିବହନ ଏଜନ୍ସି ପକ୍ଷରୁ ଜାରି ବୟାନରେ କୁହାଯାଇଛି, MI-8 ହେଲିକପ୍ଟର କାମଚଟକା କ୍ଷେତ୍ରରେ ଭାଚକାଝେତ୍ସ ଅଗ୍ନେୟଗିରି ନିକଟରେ ଉଡାଣ ଭରୁଥିଲା, କିନ୍ତୁ ନିର୍ଦ୍ଧାରିତ ସମୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନାହିଁ ।ରୁଷର ନ୍ୟୁଜ୍ ଏଜେନ୍ସି ଟାସ୍ ଅନୁସାରେ, ହେଲିକପ୍ଟର ଭିଟଆଜ-ଏୟରୋ ଏୟାରଲାଇନ ମାଲିକାନାରେ ଥିବା ବେଳେ ସଂସ୍ଥା ପର୍ଯ୍ୟଟନ ସେବା ଉପଲବ୍ଧ କରାଇଥାଏ । ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ।ଏମଆଇ-୮ ଦୁଇ ଇଞ୍ଜିନ ବିଶିଷ୍ଟ ହେଲିକପ୍ଟର ଯାହାକୁ ୧୯୬୦ ଦଶନ୍ଧିରେ ଡିଜାଇନ୍ କରାଯାଇଥିଲା । ବ୍ୟାପକ ମାତ୍ରାରେ ରୁଷରେ ଏହାର ବ୍ୟବହାର କରାଯାଏ ଏବଂ ଦୁର୍ଘଟଣାର ଅନେକ ଖବର ମଧ୍ୟ ଆସେ । ଏହା ବ୍ୟତୀତ ପଡ଼ୋଶୀ ଦେଶ ଏବଂ ଅନ୍ୟ ଦେଶରେ ମଧ୍ୟ ଏମଆଇ-୮ ହେଲିକପ୍ଟରକୁ ବ୍ୟବହାର କରାଯାଉଛି । ଏମଆଇ-୮ ହେଉଛି ଦୁନିଆରେ ଅଧିକ ନିର୍ମାଣ ହେଉଥିବା ହେଲିକପ୍ଟର । 

ରୁଷରେ ୨୨ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ, ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ: ରୁଷର ପୂର୍ବ ପ୍ରାନ୍ତରେ ଶନିବାର ଏକ ହେଲିକପ୍ଟର ଉଡାଣ ଭରିବା ପରେ ନିଖୋଜ ହୋଇଛି । ଏଥିରେ ୩ ଜଣ କ୍ରିୟୁ ସଦସ୍ୟଙ୍କ ସମେତ ମୋଟ ୨୨ ଜଣ ଯାତ୍ରା କରୁଥିଲେ । ରୁଷର ସଂଘୀୟ ବିମାନ ପରିବହନ ଏଜନ୍ସି ପକ୍ଷରୁ ଜାରି ବୟାନରେ କୁହାଯାଇଛି, MI-8 ହେଲିକପ୍ଟର କାମଚଟକା କ୍ଷେତ୍ରରେ ଭାଚକାଝେତ୍ସ ଅଗ୍ନେୟଗିରି ନିକଟରେ ଉଡାଣ ଭରୁଥିଲା, କିନ୍ତୁ ନିର୍ଦ୍ଧାରିତ ସମୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନାହିଁ ।

ରୁଷର ନ୍ୟୁଜ୍ ଏଜେନ୍ସି ଟାସ୍ ଅନୁସାରେ, ହେଲିକପ୍ଟର ଭିଟଆଜ-ଏୟରୋ ଏୟାରଲାଇନ ମାଲିକାନାରେ ଥିବା ବେଳେ ସଂସ୍ଥା ପର୍ଯ୍ୟଟନ ସେବା ଉପଲବ୍ଧ କରାଇଥାଏ । ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ।

ଏମଆଇ-୮ ଦୁଇ ଇଞ୍ଜିନ ବିଶିଷ୍ଟ ହେଲିକପ୍ଟର ଯାହାକୁ ୧୯୬୦ ଦଶନ୍ଧିରେ ଡିଜାଇନ୍ କରାଯାଇଥିଲା । ବ୍ୟାପକ ମାତ୍ରାରେ ରୁଷରେ ଏହାର ବ୍ୟବହାର କରାଯାଏ ଏବଂ ଦୁର୍ଘଟଣାର ଅନେକ ଖବର ମଧ୍ୟ ଆସେ । ଏହା ବ୍ୟତୀତ ପଡ଼ୋଶୀ ଦେଶ ଏବଂ ଅନ୍ୟ ଦେଶରେ ମଧ୍ୟ ଏମଆଇ-୮ ହେଲିକପ୍ଟରକୁ ବ୍ୟବହାର କରାଯାଉଛି । ଏମଆଇ-୮ ହେଉଛି ଦୁନିଆରେ ଅଧିକ ନିର୍ମାଣ ହେଉଥିବା ହେଲିକପ୍ଟର ।