ଯେଉଁଠି ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ, ସେଇଠି ପୁଣି ଆଜି ଦୋହଲିଗଲା ପାକିସ୍ତାନ

ଇସଲାମବାଦ,୨୭।୫: ଏଥର ଆତଙ୍କବାଦର ଆଶ୍ରୟସ୍ଥଳ ପାକିସ୍ତାନ ରାତି ହେଉ ହେଉ ଦୋହଲି ଯାଇଛି। ଗୋଟିଏ ପଟେ, ଭାରତ ବିମାନ ଆକ୍ରମଣ କରି ପାକିସ୍ତାନର ଆତଙ୍କବାଦୀ ଶିବିର ଏବଂ ସାମରିକ ଘାଟିଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ଅନ୍ୟପକ୍ଷରେ, ପ୍ରକୃତି ମଧ୍ୟ ଆତଙ୍କବାଦକୁ ସହ୍ୟ କରିବାକୁ ମନସ୍ଥ ନାହିଁ। ମଙ୍ଗଳବାର ସଂଧ୍ୟାରେ, ପାକିସ୍ତାନ ଭୂମିକମ୍ପ ଯୋଗୁ ଥରି ଉଠିଛି। ଭାରତ ଯେଉଁଠାରେ ବିମାନ ଆକ୍ରମଣ କରି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା, ତା’ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଏହି […] The post ଯେଉଁଠି ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ, ସେଇଠି ପୁଣି ଆଜି ଦୋହଲିଗଲା ପାକିସ୍ତାନ appeared first on Dharitri Odia News.

ଯେଉଁଠି ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ, ସେଇଠି ପୁଣି ଆଜି ଦୋହଲିଗଲା ପାକିସ୍ତାନ

ଇସଲାମବାଦ,୨୭।୫: ଏଥର ଆତଙ୍କବାଦର ଆଶ୍ରୟସ୍ଥଳ ପାକିସ୍ତାନ ରାତି ହେଉ ହେଉ ଦୋହଲି ଯାଇଛି। ଗୋଟିଏ ପଟେ, ଭାରତ ବିମାନ ଆକ୍ରମଣ କରି ପାକିସ୍ତାନର ଆତଙ୍କବାଦୀ ଶିବିର ଏବଂ ସାମରିକ ଘାଟିଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ଅନ୍ୟପକ୍ଷରେ, ପ୍ରକୃତି ମଧ୍ୟ ଆତଙ୍କବାଦକୁ ସହ୍ୟ କରିବାକୁ ମନସ୍ଥ ନାହିଁ। ମଙ୍ଗଳବାର ସଂଧ୍ୟାରେ, ପାକିସ୍ତାନ ଭୂମିକମ୍ପ ଯୋଗୁ ଥରି ଉଠିଛି। ଭାରତ ଯେଉଁଠାରେ ବିମାନ ଆକ୍ରମଣ କରି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା, ତା’ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଏହି ଭୂମିକମ୍ପ ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର୍‌ ସିସମୋଲୋଜି ଅନୁଯାୟୀ, ମଙ୍ଗଳବାର ସଂଧ୍ୟା ୭:୨୦ ରେ ଘଟିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ମାପ କରାଯାଇଥିଲା। ଏହାର କେନ୍ଦ୍ର ଝାଙ୍ଗ ସଦର ସହରରୁ ୧୯ କିଲୋମିଟର ପୂର୍ବରେ ଅବସ୍ଥିତ ଥିଲା। ଝାଙ୍ଗ ସଦର ପାକିସ୍ତାନର ପଞ୍ଜାବ ପ୍ରଦେଶର ଏକ ବଡ଼ ସହର, ଯାହା ଫୈସଲାବାଦ ଡିଭିଜନର ଚେନାବ ନଦୀ କୂଳରେ ଅବସ୍ଥିତ।

The post ଯେଉଁଠି ଏୟାରଷ୍ଟ୍ରାଇକ୍‌ କରିଥିଲା ଭାରତ, ସେଇଠି ପୁଣି ଆଜି ଦୋହଲିଗଲା ପାକିସ୍ତାନ appeared first on Dharitri Odia News.