ଗଞ୍ଜାମ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ହେଲେ ପ୍ରଫେସର ସ୍ମରଣୀକା ହୋତା
ଗଞ୍ଜାମ, ୪।୫(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷା ଭାବେ ପ୍ରଫେସର ଡ. ସ୍ମରଣିକା ହୋତା ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଅଧ୍ୟକ୍ଷ ଥିବା ପ୍ରଫେସର ସିମାଞ୍ଚଳ ଭୋଳ ଅବସର ଗ୍ରହଣ କରିଛନ୍ତି । ଗଞ୍ଜାମ ମହାବିଦ୍ୟାଳୟକୁ ୫୫ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧ୍ୟକ୍ଷା ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଅଧ୍ୟକ୍ଷା ଡ଼. ହୋତା ଗଞ୍ଜାମ ମହାବିଦ୍ୟାଳୟରେ ଦୀର୍ଘବର୍ଷ ହେବ ଇଂଲିଶ ବିଭାଗର ପ୍ରଧ୍ୟାପିକା ଭାବେ […] The post ଗଞ୍ଜାମ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ହେଲେ ପ୍ରଫେସର ସ୍ମରଣୀକା ହୋତା appeared first on Dharitri Odia News.
ଗଞ୍ଜାମ, ୪।୫(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷା ଭାବେ ପ୍ରଫେସର ଡ. ସ୍ମରଣିକା ହୋତା ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଅଧ୍ୟକ୍ଷ ଥିବା ପ୍ରଫେସର ସିମାଞ୍ଚଳ ଭୋଳ ଅବସର ଗ୍ରହଣ କରିଛନ୍ତି । ଗଞ୍ଜାମ ମହାବିଦ୍ୟାଳୟକୁ ୫୫ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧ୍ୟକ୍ଷା ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ନୂତନ ଅଧ୍ୟକ୍ଷା ଡ଼. ହୋତା ଗଞ୍ଜାମ ମହାବିଦ୍ୟାଳୟରେ ଦୀର୍ଘବର୍ଷ ହେବ ଇଂଲିଶ ବିଭାଗର ପ୍ରଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ। ଜଣେ ଦକ୍ଷ, ମିଷ୍ଟାଭାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ନୂତନ ଅଧ୍ୟକ୍ଷ ହୋତା ଦାୟିତ୍ୱ ଗ୍ରହଣ କରିବା ପରେ ମହାବିଦ୍ୟାଳୟର ଶିକ୍ଷାର ମାନ ବଢାଇବା, ପାଠ ପଢାରେ ସମୟାନୁବର୍ତ୍ତିତା,ଭିତ୍ତିଭୂମିର ବିକାଶ,ସୂବର୍ଣ୍ଣ ଜୟନ୍ତୀ ପାଳନ, ମହାବିଦ୍ୟାଳୟ ପୂର୍ବ ଗାରିମାକୁ ଫେରାଇ ଆଣିବା ସହ ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପ୍ରାଥମିକତା ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
The post ଗଞ୍ଜାମ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ହେଲେ ପ୍ରଫେସର ସ୍ମରଣୀକା ହୋତା appeared first on Dharitri Odia News.