ନୂତନ ଅପରାଧିକ ଆଇନରେ ସାଢ଼େ ୫ଲକ୍ଷ ମାମଲା ରୁଜୁ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ଦୁଇ ଶହ ବର୍ଷରୁ ଅଧିକ ସମୟ ଧରି ପ୍ରଚଳିତ ଥିବା ଔପନିବେଶିକ ଅପରାଧିକ ଆଇନ- ଆଇପିସି, ସିଆର୍‌ପିସି ଓ ଇଣ୍ଡିଆନ୍‌ ଏଭିଡେନ୍‌ସ ଆକ୍ଟ ରଦ୍ଦ ହେବାପରେ ଭାରତୀୟ ନିଜସ୍ବ ଆଇନର ନୂଆ ଯୁଗ ଆରମ୍ଭ ହୋଇଛି। ଚଳିତ ବର୍ଷ ୧ ଜୁଲାଇରୁ ନୂତନ ଆପରାଧିକ ଆଇନ- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ନୂତନ ଆପରାଧିକ ଆଇନ ଲାଗୁ ହେବା ଦିନଠାରୁ […]

ନୂତନ ଅପରାଧିକ ଆଇନରେ ସାଢ଼େ ୫ଲକ୍ଷ ମାମଲା ରୁଜୁ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ଦୁଇ ଶହ ବର୍ଷରୁ ଅଧିକ ସମୟ ଧରି ପ୍ରଚଳିତ ଥିବା ଔପନିବେଶିକ ଅପରାଧିକ ଆଇନ- ଆଇପିସି, ସିଆର୍‌ପିସି ଓ ଇଣ୍ଡିଆନ୍‌ ଏଭିଡେନ୍‌ସ ଆକ୍ଟ ରଦ୍ଦ ହେବାପରେ ଭାରତୀୟ ନିଜସ୍ବ ଆଇନର ନୂଆ ଯୁଗ ଆରମ୍ଭ ହୋଇଛି। ଚଳିତ ବର୍ଷ ୧ ଜୁଲାଇରୁ ନୂତନ ଆପରାଧିକ ଆଇନ- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି। ନୂତନ ଆପରାଧିକ ଆଇନ ଲାଗୁ ହେବା ଦିନଠାରୁ ଚଳିତ ମାସ ୩ ତାରିଖ ସୁଦ୍ଧା ସମଗ୍ର ଦେଶରେ ୫ଲକ୍ଷ ୫୬ ହଜାର ମାମଲା ରୁଜୁ ହୋଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାନୁସାରେ, ଏହି ମାମଲାଗୁଡ଼ିକ ୧ ଜୁଲାଇ ରୁ ୩ ସେପ୍ଟମ୍ବର ୨୦୨୪ ମଧ୍ୟରେ ରୁଜୁ ହୋଇଛି। ନୂତନ ଆଇନ ସମ୍ପର୍କରେ ୮ଲକ୍ଷରୁ ଊର୍ଦ୍ଧ୍ବ ଅଧିକାରୀଙ୍କୁ ପ୍ରତ୍ୟକ୍ଷ ଓ ଆଭାସୀ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛି। ଏହାସହ ‘ଏନ୍‌ସିଆର୍‌ବି’ ପକ୍ଷରୁ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ ଓ ୱେବ୍‌ ଆପ୍ଲିକେସନ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହାଦ୍ବାରା ଲୋକମାନେ ତିନି ନୂତନ ଆପରାଧିକ ଆଇନ ସମ୍ପର୍କରେ ଅବଗତ ହୋଇପାରିବେ।