ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ: ସମସ୍ତଙ୍କ ସହଯୋଗରେ ହେବ ୧ ନମ୍ବର ଶିକ୍ଷା ବ୍ଲକ

କର୍ଲାମୁଣ୍ଡା:୫।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ସୋମବାର ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗ ଦେବା ସମୟରେ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ଶିକ୍ଷକ ସଂଘ ସଭାପତି ଓ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ, ସିଆର୍‌ସିସିମାନେ ଉପସ୍ଥିତ ରହି ତାଙ୍କୁ ସ୍ବାଗତ ଜଣାଇଥିଲେ। କର୍ଲାମୁଣ୍ଡା ବ୍ଲକକୁ ରାଜ୍ୟସ୍ତରରେ ଶିକ୍ଷା କ୍ଷେତ୍ରରେ ଏକ ନମ୍ବର ବ୍ଲକ ଭାବେ ଗଢିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। […] The post ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ: ସମସ୍ତଙ୍କ ସହଯୋଗରେ ହେବ ୧ ନମ୍ବର ଶିକ୍ଷା ବ୍ଲକ appeared first on Dharitri Odia News.

ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ: ସମସ୍ତଙ୍କ ସହଯୋଗରେ ହେବ ୧ ନମ୍ବର ଶିକ୍ଷା ବ୍ଲକ

କର୍ଲାମୁଣ୍ଡା:୫।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ସୋମବାର ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗ ଦେବା ସମୟରେ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ଶିକ୍ଷକ ସଂଘ ସଭାପତି ଓ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ, ସିଆର୍‌ସିସିମାନେ ଉପସ୍ଥିତ ରହି ତାଙ୍କୁ ସ୍ବାଗତ ଜଣାଇଥିଲେ।

କର୍ଲାମୁଣ୍ଡା ବ୍ଲକକୁ ରାଜ୍ୟସ୍ତରରେ ଶିକ୍ଷା କ୍ଷେତ୍ରରେ ଏକ ନମ୍ବର ବ୍ଲକ ଭାବେ ଗଢିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେ ତାଙ୍କ ଚାକିରି ଏହି ବ୍ଲକର ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟରୁ ୧୯୮୯ରୁ ୧୯୯୭ ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ। ଏନେଇ ବ୍ଲକର ସମସ୍ତଙ୍କ ସହଯୋଗ ପାଇବି ବୋଲି ଆଶା ବ୍ୟକ୍ତ କରିଛନ୍ତି। କର୍ଲାମୁଣ୍ଡା ବ୍ଲକରେ ଯୋଗ ଦେବା ପୂର୍ବରୁ ସେ ଜୁନାଗଡ଼ ବ୍ଲକ ମହିଚଲା ବାଲାଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।

The post ନୂତନ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ: ସମସ୍ତଙ୍କ ସହଯୋଗରେ ହେବ ୧ ନମ୍ବର ଶିକ୍ଷା ବ୍ଲକ appeared first on Dharitri Odia News.