ନେଗିଗୁଡା ଫୁଟବଲ ଚାମ୍ପିୟାନସିପ ବଗାଡ଼ ଦଳ ଚାମ୍ପିୟାନ।
କୋକସରା:୨୦/୦୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ନେଗିଗୁଡା ଖେଳ ପଡ଼ିଆ ରେ ଠାରେ ମା ଭଣ୍ଡାର ଘରଣୀ କ୍ଲବ ଆନୁକୂଲ୍ୟରେ ଫୁଟବଲ୍ ଚାମ୍ପିୟାନସିପ ପ୍ରତିଯୋଗିତାର ଫାଇନାଲ ଖେଳ ଶନିବାର ଅନୁଷ୍ଠିତ ହୋଇଛି। ଫାଇନାଲ ମ୍ୟାଚ ବଗାଡ଼ ଓ ଡ଼ହଗାଁ ଫୁଟବଲ୍ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଗାଡ଼ ଟିମ୍ ୨-୧ ଗୋଲ ଦେଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ […] The post ନେଗିଗୁଡା ଫୁଟବଲ ଚାମ୍ପିୟାନସିପ ବଗାଡ଼ ଦଳ ଚାମ୍ପିୟାନ। appeared first on Odisha.News.
କୋକସରା:୨୦/୦୧ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ନେଗିଗୁଡା ଖେଳ ପଡ଼ିଆ ରେ ଠାରେ ମା ଭଣ୍ଡାର ଘରଣୀ କ୍ଲବ ଆନୁକୂଲ୍ୟରେ ଫୁଟବଲ୍ ଚାମ୍ପିୟାନସିପ ପ୍ରତିଯୋଗିତାର ଫାଇନାଲ ଖେଳ ଶନିବାର ଅନୁଷ୍ଠିତ ହୋଇଛି। ଫାଇନାଲ ମ୍ୟାଚ ବଗାଡ଼ ଓ ଡ଼ହଗାଁ ଫୁଟବଲ୍ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଗାଡ଼ ଟିମ୍ ୨-୧ ଗୋଲ ଦେଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ସାନ ପୋଡ଼ାଗୁଡା ସରପଞ୍ଚ ଜୟରାମ ନାଗ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ପୋଡ଼ାଗୁଡା ରାଜୀବ ଖମାରି, ସାମାଜିକ କର୍ମି ସଂଜୟ ସିଙ୍ଘଲ,ୱାର୍ଡ଼ ସଭ୍ୟ ବାଲେକ ଖମାରି,ରମଣୀ ବାଗ, ଟେକାନ୍ତି ଗୋପାଳ ଯୋଗଦେଇ ଉଭୟ ବିଜେତା ବଗାଡ଼ ଓ ଉପବିଜେତା ଡହଗାଁ ଦଳକୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ମା ଭଣ୍ଡାର ଘରଣୀ କ୍ଳବ ସଭାପତି ଗୋମଲାଲ ଗୋପାଳ,ଚୈତନ୍ୟ ବାଗ, ମଦନ ନାଗ, ହଳଧର ବାଗ, ଉମାଶାଙ୍କର ଗୋପାଳ,କଂହେଇ ବାଗ, ବିପିନ ବିହାରୀ ଗୋପାଳ, ରାହାସ ଗୋପାଳ, ମହେନ୍ଦ୍ର ନାଗ, ସୁବାସ ଚନ୍ଦ୍ର ଗୋପାଳ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଫାଇନାଲ ଫୁଟବଲ ଖେଳ ଦେଖିବାକୁ ପଡ଼ିଆ ରେ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ।
The post ନେଗିଗୁଡା ଫୁଟବଲ ଚାମ୍ପିୟାନସିପ ବଗାଡ଼ ଦଳ ଚାମ୍ପିୟାନ। appeared first on Odisha.News.