ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଲଂଘନ, ବର୍ଣ୍ଣବୈଷମ୍ୟ ଅଭିଯୋଗ

ନୂଆଦିଲ୍ଲୀ,୨୩ା୯: ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଳଂଘନ ଓ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆସିବା ପରେ ଏହି ଆମେରିକୀୟ ଷ୍ଟ୍ରିମିଂ ଜାଏଣ୍ଟର ବ୍ୟବସାୟିକ କାର୍ଯ୍ୟପ୍ରଣାଳୀକୁ ନେଇ ଭାରତ ତଦନ୍ତ ଚଳାଇଛି। ନେଟ୍‌ଫ୍ଲିକ୍ସର ଜଣେ ପୂର୍ବତନ କର୍ମଚାରୀଙ୍କ ନିକଟକୁ ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ଏକ ଇ-ମେଲ୍‌ରୁ ଏହି ବିଷୟ ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ମାମଲାର ତଦନ୍ତ ଚାଲିଥିବା ନେଇ ଗତ ଜୁଲାଇ ୨୦ରେ ପ୍ରେରିତ ଇ-ମେଲ୍‌ ଯାଞ୍ଚ କରି ରଏଟର୍ସ ଜାଣିବାକୁ ପାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ନେଟ୍‌ଫ୍ଲିକ୍ସ ଇଣ୍ଡିଆର […] The post ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଲଂଘନ, ବର୍ଣ୍ଣବୈଷମ୍ୟ ଅଭିଯୋଗ appeared first on Dharitri Odia News.

ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଲଂଘନ, ବର୍ଣ୍ଣବୈଷମ୍ୟ ଅଭିଯୋଗ

ନୂଆଦିଲ୍ଲୀ,୨୩ା୯: ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଳଂଘନ ଓ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆସିବା ପରେ ଏହି ଆମେରିକୀୟ ଷ୍ଟ୍ରିମିଂ ଜାଏଣ୍ଟର ବ୍ୟବସାୟିକ କାର୍ଯ୍ୟପ୍ରଣାଳୀକୁ ନେଇ ଭାରତ ତଦନ୍ତ ଚଳାଇଛି। ନେଟ୍‌ଫ୍ଲିକ୍ସର ଜଣେ ପୂର୍ବତନ କର୍ମଚାରୀଙ୍କ ନିକଟକୁ ଭାରତ ସରକାରଙ୍କ ପକ୍ଷରୁ ପଠାଯାଇଥିବା ଏକ ଇ-ମେଲ୍‌ରୁ ଏହି ବିଷୟ ଜଣାପଡ଼ିଛି।
ସରକାରଙ୍କ ପକ୍ଷରୁ ମାମଲାର ତଦନ୍ତ ଚାଲିଥିବା ନେଇ ଗତ ଜୁଲାଇ ୨୦ରେ ପ୍ରେରିତ ଇ-ମେଲ୍‌ ଯାଞ୍ଚ କରି ରଏଟର୍ସ ଜାଣିବାକୁ ପାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ନେଟ୍‌ଫ୍ଲିକ୍ସ ଇଣ୍ଡିଆର ପୂର୍ବତନ ବିଜ୍‌ନେସ୍‌ ଓ ଆଇନ ବ୍ୟାପାର ନିର୍ଦ୍ଦେଶିକା ନନ୍ଦିନୀ ମେହଟ୍ଟାଙ୍କ ନିକଟକୁ ପଠାଇଥିଲେ। ନନ୍ଦିନୀ ୨୦୨୦ରେ ଉକ୍ତ କମ୍ପାନୀ ଛାଡ଼ିଥିଲେ। ଏହା ଭାରତରେ ନେଟ୍‌ଫ୍ଲିକ୍ସର ଭିଜା ଓ ଟିକସ ନିୟମ ଉଲ୍ଲଂଘନ ସମ୍ପର୍କିତ ବୋଲି ମନ୍ତ୍ରଣାଳୟର ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେଶନ୍‌ ଅଫିସ୍‌ (ଏଫ୍‌ଆର୍‌ଆର୍‌ଓ) ଦୀପକ ଯାଦବ ନନ୍ଦିନୀଙ୍କ ନିକଟକୁ ପଠାଇଥିବା ମେଲ୍‌ରେ ଉଲ୍ଲେଖ କରିଥିଲେ। ଏଥିରେ ଦୀପକ ଆହୁରି ଉଲ୍ଲେଖ କରିଥିଲେ ଯେ, ସମ୍ପୃକ୍ତ କମ୍ପାନୀ ଭାରତରେ ବ୍ୟବସାୟ କରିବାବେଳେ ଭିଜା ଉଲ୍ଲଂଘନ, ଟିକସ ଠକେଇ ଓ ଅନ୍ୟ ଅସାଧୁ କାର୍ଯ୍ୟକଳାପ ସହ ବର୍ଣ୍ଣ ବୈଷମ୍ୟରେ ଲିପ୍ତ ରହିଥିଲା।
ଇ-ମେଲ୍‌ କରିଥିବା ଏକ ବିବୃତିରେ ଜଣାଇଛନ୍ତି ଯେ, ନେଟ୍‌ଫ୍ଲିକ୍ସ ବେଆଇନ ଭାବେ ତାଙ୍କୁ ହଟାଇଦେଇଥିବାରୁ ଏବଂ ବର୍ଣ୍ଣଭେଦୀ ତଥା ଲିଙ୍ଗଗତ ବୈଷମ୍ୟପୂର୍ଣ୍ଣ ଆଚରଣ କରିଥିବାରୁ ସେ ଆମେରିକାରେ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି। ଭାରତୀୟ ତଦନ୍ତକୁ ସେ ସ୍ବାଗତ କରିବା ସହ ତଦନ୍ତରୁ ମିଳିବାକୁ ଥିବା ତଥ୍ୟ ସାର୍ବଜନୀନ କରାଯିବା ନେଇ ଆଶାବାଦୀ ଥିବା କହିଛନ୍ତି। ପ୍ରକାଶ ଯେ, ଭାରତରେ ନେଟ୍‌ଫ୍ଲିକ୍ସର ପ୍ରାୟ ୧ କୋଟି ୟୁଜର୍ସ ରହିଛନ୍ତି। କିଛି ବର୍ଷ ହେଲା ଆମେରିକାର ଏହି କମ୍ପାନୀ ବଲିଉଡ୍‌ କଳାକାରଙ୍କ ପାଇଁ ଅନେକ ସ୍ଥାନୀୟ କଣ୍ଟେଣ୍ଟ ପ୍ରସ୍ତୁତ କରିଛି।

The post ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଲଂଘନ, ବର୍ଣ୍ଣବୈଷମ୍ୟ ଅଭିଯୋଗ appeared first on Dharitri Odia News.