ନେପାଳ ବନ୍ୟାରେ ୬୬ ମୃତ

କାଠମାଣ୍ଡୁ, ୨୯।୯: ଲଗାଣ ବର୍ଷା ଯୋଗୁ ନେପାଳରେ ଶୁକ୍ରବାରଠାରୁ ବନ୍ୟାସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବରେ ଦେଶରେ ଶନିବାର ସୁଦ୍ଧା ୬୬ ଜଣଙ୍କର ମୃତ୍ୟୁ ଘଟିଥିବା ନେପାଳ ଗୃହ ମନ୍ତ୍ରଣାଳୟର ଅଧିକାରୀ ଦିଲ କୁମାର ତମାଙ୍ଗ ସୂଚନା ଦେଇଛନ୍ତି। ତେବେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ ଆଶଙ୍କାବ୍ୟକ୍ତ କରିଛନ୍ତି। ସେହିପରି ଶନିବାର ସୁଦ୍ଧା ବନ୍ୟା ଏବଂ ଭୂସ୍ଖଳନରେ ଦେଶର ୬୯ ଜଣ ନିଖୋଜ ଥିବାବେଳେ ୬୦ ଜଣ ଆହତ […] The post ନେପାଳ ବନ୍ୟାରେ ୬୬ ମୃତ appeared first on Dharitri Odia News.

ନେପାଳ ବନ୍ୟାରେ ୬୬ ମୃତ

କାଠମାଣ୍ଡୁ, ୨୯।୯: ଲଗାଣ ବର୍ଷା ଯୋଗୁ ନେପାଳରେ ଶୁକ୍ରବାରଠାରୁ ବନ୍ୟାସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବରେ ଦେଶରେ ଶନିବାର ସୁଦ୍ଧା ୬୬ ଜଣଙ୍କର ମୃତ୍ୟୁ ଘଟିଥିବା ନେପାଳ ଗୃହ ମନ୍ତ୍ରଣାଳୟର ଅଧିକାରୀ ଦିଲ କୁମାର ତମାଙ୍ଗ ସୂଚନା ଦେଇଛନ୍ତି। ତେବେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ ଆଶଙ୍କାବ୍ୟକ୍ତ କରିଛନ୍ତି। ସେହିପରି ଶନିବାର ସୁଦ୍ଧା ବନ୍ୟା ଏବଂ ଭୂସ୍ଖଳନରେ ଦେଶର ୬୯ ଜଣ ନିଖୋଜ ଥିବାବେଳେ ୬୦ ଜଣ ଆହତ ହୋଇଛନ୍ତି। କେବଳ କାଠମାଣ୍ଡୁ ଉପତ୍ୟକାରୁ ସର୍ବାଧିକ ୪୦ରୁ ଅଧିକ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ବନ୍ୟାରେ କାଠମାଣ୍ଡୁ ସହରର ଟ୍ରାଫିକ୍‌ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ସାଧାରଣ କାର୍ଯ୍ୟକଳାପକୁ ଅଟକାଇ ଦେଇଛି।
ସେହିପରି ବନ୍ୟାରେ ଟ୍ରାନ୍ସମିଶନ୍‌ ଲାଇନ ବାଧାପ୍ରାପ୍ତ ହୋଇଥିବାରୁ ସମ୍ପୂର୍ଣ୍ଣ କାଠମାଣ୍ଡୁରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। କେବଳ ଶୁକ୍ରବାର କାଠମାଣ୍ଡୁରେ ୩୨୨.୨ ମିମି ବର୍ଷା ରେକର୍ଡ ହୋଇଛି। ଫଳରେ ଦେଶରେ ଅଧିକାଂଶ ନଦୀ ଫୁଲି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟାରେ ନେପାଳର ୪୪ଟି ସ୍ଥାନରେ ମୁଖ୍ୟ ରାଜପଥ ଅବରୋଧ ହୋଇଥିବା ସହ ବିମାନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ସେହିପରି ଶନିବାର ସୁଦ୍ଧା ଦେଶର ୨୨୬ଟି ଘର ଜଳମଗ୍ନ ହୋଇଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୩ ହଜାରରୁ ଅଧିକ ଉଦ୍ଧାରକାରୀ ଦଳ ନେପାଳ ସରକାରଙ୍କ ପକ୍ଷରୁ ନିୟୋଜିତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ହେଲିକପ୍ଟର ଏବଂ ରବର ବୋଟ୍‌ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଶନିବାର ସୁଦ୍ଧା ବନ୍ୟାଘେରରେ ଫସି ରହିଥିବା ୧ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ନେପାଳ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି।

The post ନେପାଳ ବନ୍ୟାରେ ୬୬ ମୃତ appeared first on Dharitri Odia News.