ନେପାଳରେ ବଡ଼ଧରଣର ଭୂକମ୍ପ, ୫୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ବଡ଼ଧରଣର ଭୂକମ୍ପ। ନେପାଳ ସୀମାନ୍ତ ତିବ୍ବତ ଅଂଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୫୩... The post ନେପାଳରେ ବଡ଼ଧରଣର ଭୂକମ୍ପ, ୫୩ ଜଣଙ୍କ ମୃତ୍ୟୁ appeared first on .

ନେପାଳରେ ବଡ଼ଧରଣର ଭୂକମ୍ପ, ୫୩ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ବଡ଼ଧରଣର ଭୂକମ୍ପ। ନେପାଳ ସୀମାନ୍ତ ତିବ୍ବତ ଅଂଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୫୩ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୬୨ ଜଣ ଆହତ ହୋଇଛନ୍ତି। ନେପାଳ ସୀମାନ୍ତ ତିବ୍ବତ ଅଂଚଳର ସିଜାଙ୍ଗ ଅଂଚଳରେ ଏହି ଭୟଙ୍କର ଭୂକମ୍ପ ଆସିଛି। ଭୂକମ୍ପର ତୀବ୍ରତା ରହିଛି ୭.୧। ତିବ୍ବତ ଅଂଚଳର ସିଗାସ୍ତେ ବିପୁଳ କ୍ଷତି ଘଟିଥିବା ଚୀନ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ମିନିଟ ମଧ୍ୟରେ ପ୍ରାୟ ୬ ଧର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ନେପାଳ ସମେତ ଦିଲ୍ଲୀ, ବିହାର, ସିକ୍କିମ, ଉତ୍ତର ଭାରତ ସମେତ ଭୂଟାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ତେବେ ଦେଶରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଆଜି ସକାଳ ପ୍ରାୟ ୬ଟା ୩୫ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୟରେ ଘରୁ ବାହାରକୁ ଚାଲିଆସିଥିଲେ ଲୋକେ।

The post ନେପାଳରେ ବଡ଼ଧରଣର ଭୂକମ୍ପ, ୫୩ ଜଣଙ୍କ ମୃତ୍ୟୁ appeared first on .