ନେପାଳରେ ଭାଙ୍ଗିଲା ‘ପ୍ରଚଣ୍ଡ’ ସରକାର, ପୁଷ୍ପ କମଲ ଦହଲ ସଂସଦରେ ହାରିଲେ ଆସ୍ଥା ଭୋଟ୍‌

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ଲାଗିଛି ବଡ଼ ଝଟ୍‌କା । ସଂସଦରେ ଆସ୍ଥା ଭୋଟ୍‌ ହାରି ଯାଇଛନ୍ତି ପ୍ରଚଣ୍ଡ । ୧୯ ମାସ ଶାସନରେ ରହିବା ପରେ ଏବେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଛି । ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍‌-ୟୁଏମ୍‌ଏଲ୍‌ ‘ପ୍ରଚଣ୍ଡ’ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ସେ ବିଶ୍ୱାସ ମତ ହାସଲ ପାଇଁ ବାଧ୍ୟ ହୋଇଥିଲେ । ୫ମ ଥର ପାଇଁ ପ୍ରଚଣ୍ଡ ସଂସଦରେ ଆସ୍ଥା […] The post ନେପାଳରେ ଭାଙ୍ଗିଲା ‘ପ୍ରଚଣ୍ଡ’ ସରକାର, ପୁଷ୍ପ କମଲ ଦହଲ ସଂସଦରେ ହାରିଲେ ଆସ୍ଥା ଭୋଟ୍‌ appeared first on KNews Odisha.

ନେପାଳରେ ଭାଙ୍ଗିଲା ‘ପ୍ରଚଣ୍ଡ’ ସରକାର, ପୁଷ୍ପ କମଲ ଦହଲ ସଂସଦରେ ହାରିଲେ ଆସ୍ଥା ଭୋଟ୍‌
pachand

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ଲାଗିଛି ବଡ଼ ଝଟ୍‌କା । ସଂସଦରେ ଆସ୍ଥା ଭୋଟ୍‌ ହାରି ଯାଇଛନ୍ତି ପ୍ରଚଣ୍ଡ । ୧୯ ମାସ ଶାସନରେ ରହିବା ପରେ ଏବେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଛି । ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସିପିଏନ୍‌-ୟୁଏମ୍‌ଏଲ୍‌ ‘ପ୍ରଚଣ୍ଡ’ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ସେ ବିଶ୍ୱାସ ମତ ହାସଲ ପାଇଁ ବାଧ୍ୟ ହୋଇଥିଲେ ।

୫ମ ଥର ପାଇଁ ପ୍ରଚଣ୍ଡ ସଂସଦରେ ଆସ୍ଥା ଭୋଟ୍‌ର ସମ୍ମୁଖୀନ ହୋଇଥିଲେ । ଏହା ପୂର୍ବରୁ ୪ଟି ପ୍ରୟାସରେ ସେ ଆସ୍ଥା ଭୋଟ୍‌ ଜିତିବାରେ ସଫଳ ରହିଥିଲେ । ଦହଲଙ୍କର ସବୁଠାରୁ ବଡ଼ ମେଣ୍ଟ ସହଯୋଗୀ ସିପିଏନ୍‌-ୟୁଏମ୍‌ଏଲ୍‌ ଜୁଲାଇ ୩ରେ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ୨୦୨୨ ଡିସେମ୍ବର ୨୫ରେ ପୁଷ୍ପ କମଲ ଦହଲ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ । ପାଖାପାଖି ୧୯ ମାସ ପରେ ତାଙ୍କର ସରକାର ବର୍ତ୍ତମାନ ଭାଙ୍ଗିଯାଇଛି ।

୬୯ ବର୍ଷୀୟ ପ୍ରଚଣ୍ଡଙ୍କୁ ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ମାତ୍ର ୬୩ଟି ଭୋଟ୍‌ ମିଳିଥିଲା ଏବଂ ବିଶ୍ୱାସ ପ୍ରସ୍ତାବ ବିରୋଧରେ ୧୯୪ଟି ଭୋଟ୍‌ ପଡ଼ିଥିଲା ।

The post ନେପାଳରେ ଭାଙ୍ଗିଲା ‘ପ୍ରଚଣ୍ଡ’ ସରକାର, ପୁଷ୍ପ କମଲ ଦହଲ ସଂସଦରେ ହାରିଲେ ଆସ୍ଥା ଭୋଟ୍‌ appeared first on KNews Odisha.