ନେହେରୁଙ୍କ ଚିଠି ଫେରାଇବାକୁ ସୋନିଆ ଗାନ୍ଧିଙ୍କୁ କହିଲା ବିଜେପି
ଡେସ୍କ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠିକୁ ‘ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପାଠାଗାର’କୁ ଫେରାଇବାକୁ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ବିଜେପି କହିଛି। ଏହି ଐତିହାସିକ ଦସ୍ତାବିଜ ଗୁଡ଼ିକ ଦେଶର ବୋଲି ଦଳ କହିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସଂଗ୍ରହାଳୟର ତତ୍କାଳୀନ ନିର୍ଦ୍ଦେଶକଙ୍କ ଅନୁମୋଦନ ପରେ ନେହରୁଙ୍କ ୫୧ କାର୍ଟୁନ୍ ଚିଠି ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିଲା। ଏହି ଚିଠିରେ ଶେଷ ବ୍ରିଟିଶ ଭାଇସରୟଙ୍କ ପତ୍ନୀ ଏଡ୍ୱିନା […]

ଡେସ୍କ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠିକୁ ‘ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପାଠାଗାର’କୁ ଫେରାଇବାକୁ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ବିଜେପି କହିଛି। ଏହି ଐତିହାସିକ ଦସ୍ତାବିଜ ଗୁଡ଼ିକ ଦେଶର ବୋଲି ଦଳ କହିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସଂଗ୍ରହାଳୟର ତତ୍କାଳୀନ ନିର୍ଦ୍ଦେଶକଙ୍କ ଅନୁମୋଦନ ପରେ ନେହରୁଙ୍କ ୫୧ କାର୍ଟୁନ୍ ଚିଠି ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିଲା। ଏହି ଚିଠିରେ ଶେଷ ବ୍ରିଟିଶ ଭାଇସରୟଙ୍କ ପତ୍ନୀ ଏଡ୍ୱିନା ମାଉଣ୍ଟବ୍ୟାଟେନ ଏବଂ ବିଶିଷ୍ଟ ନେତା ଜୟପ୍ରକାଶ ନାରାୟଣ ଓ ଜଗଜୀବନ ରାମଙ୍କ ସହ ନେହେରୁଙ୍କ ଚିଠି ଥିଲା।
ଶ୍ରୀ ପାତ୍ର କହିଛନ୍ତି, ସୋସାଇଟିର ଅନ୍ୟତମ ସଦସ୍ୟ ରିଜୱାନ କାଦରୀ ନିକଟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ସଂଗ୍ରହାଳୟର ହେପାଜତକୁ କାଗଜପତ୍ର ଫେରାଇ ଆଣିବା ପାଇଁ ସାହାଯ୍ୟ ମାଗିଥିଲେ। ସେ କହିଛନ୍ତି, ଶ୍ରୀ କାଦ୍ରିଙ୍କୁ ଶ୍ରୀ ଗାନ୍ଧୀଙ୍କ ଠାରୁ କୌଣସି ଉତ୍ତର ମିଳିନାହିଁ।