ନୋଟ ବାସ୍ନା ବାଜିଲେ ବାୟା ହୋଇଯାଆନ୍ତି ବିଡିଓ

ଭବାନୀପାଟଣା,୨।୮: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଶୁକ୍ରବାର ଗିରଫ ହୋଇଛନ୍ତି। ଗୁରୁବାର ଅପରାହ୍ନରେ ସରକାରୀ ଗାଡ଼ିରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ଧରି ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା। ଯାଞ୍ଚ ବେଳେ ବିଡିଓଙ୍କ ସରକାରୀ ଗାଡ଼ିରୁ ନଗଦ ୪.୯୨ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ହେଲେ ସେ ଜବତ ଟଙ୍କା ସମ୍ପର୍କରେ ସଠିକ ଉତ୍ତର ଦେଇ ପାରି ନ ଥିଲେ। […] The post ନୋଟ ବାସ୍ନା ବାଜିଲେ ବାୟା ହୋଇଯାଆନ୍ତି ବିଡିଓ appeared first on Dharitri Odia News.

ନୋଟ ବାସ୍ନା ବାଜିଲେ ବାୟା ହୋଇଯାଆନ୍ତି ବିଡିଓ

ଭବାନୀପାଟଣା,୨।୮: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଶୁକ୍ରବାର ଗିରଫ ହୋଇଛନ୍ତି। ଗୁରୁବାର ଅପରାହ୍ନରେ ସରକାରୀ ଗାଡ଼ିରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ଧରି ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ ବିଭାଗ ମାଡ଼ି ବସିଥିଲା। ଯାଞ୍ଚ ବେଳେ ବିଡିଓଙ୍କ ସରକାରୀ ଗାଡ଼ିରୁ ନଗଦ ୪.୯୨ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ହେଲେ ସେ ଜବତ ଟଙ୍କା ସମ୍ପର୍କରେ ସଠିକ ଉତ୍ତର ଦେଇ ପାରି ନ ଥିଲେ। ଭିଜିଲାନ୍ସ ଅଧିକାରୀଙ୍କ କହିବା ମୁତାବକ, ବିଡିଓ ଅକ୍ଷମିତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି। ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ଦୁଇ ଥର ବିଭାଗୀୟ ତଦନ୍ତ ହୋଇସାରିଛି। ଏପରିକି ନାକକୁ ନୋଟ ବାସ୍ନା ବାଜିଲେ ବିଡିଓ ବାୟା ହୋଇଯାଆନ୍ତି ବୋଲି ଭିଜିଲାନ୍ସର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ଫଳରେ ଭିଜିଲାନ୍ସ ବିଭାଗ ବିଡିଓଙ୍କୁ ଭବାନୀପାଟଣା କାର୍ଯ୍ୟାଳୟରେ ପଚରାଉଚରା କରିଥିଲା। ଅନ୍ୟପଟେ, ଜବତ ଟଙ୍କା ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ବେଳେ କୋରାପୁଟରେ ଥିବା ତାଙ୍କ ପୈତୃକ ବାସଭବନ, ରାୟଗଡ଼ାରେ ଥିବା ସ୍ବାମୀଙ୍କ ଘର, ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ସରକାର ବାସଭବନ ସମେତ ଭୁବନେଶ୍ୱରରେ ଥିବା କୋଠା ଆଦି ସ୍ଥାନରେ ଚଢ଼ାଉ କରାଯାଇଛି।

The post ନୋଟ ବାସ୍ନା ବାଜିଲେ ବାୟା ହୋଇଯାଆନ୍ତି ବିଡିଓ appeared first on Dharitri Odia News.