ନୌସେନା ଦିବସ ଦେଖିବାକୁ ପୁରୀ ଯିବେ ସବୁ ବିଧାୟକ
ଭୁବନେଶ୍ୱର:ନୌସେନା ଦିବସ ଦେଖିବାକୁ ପୁରୀ ଯିବେ ବିଧାୟକ।ସମସ୍ତ ବିଧାୟକ ଆସନ୍ତା ବୁଧବାର ଡ଼ିସେମ୍ବର ୪ତାରିଖରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବା ପାଇଁ ଗୃହରେ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ।ମଧ୍ୟାହ୍ନ ୧୨:୩୦ରେ ବିଧାନସଭା ପରିସରରେ ଲଞ୍ଚ କରି ବସରେ ଯିବେ ସମସ୍ତ ବିଧାୟକ।ଏଥିସହ ପୁରୀ ଠାରୁ କୋଣାର୍କ ଯାଇ କୋଣାର୍କ ମହୋତ୍ସବ ଦେଖି ଫେରିବେ। ଆସନ୍ତା ୪ ତାରିଖରେ ପୁରୀରେ ନୌସେନା ଦିବସ ପାଳନ ହେବାକୁ ଯାଉଛି। ଭାରତୀୟ ନୌ ସେନା ତାର ପରାକ୍ରମ ଓ […]

ଭୁବନେଶ୍ୱର:ନୌସେନା ଦିବସ ଦେଖିବାକୁ ପୁରୀ ଯିବେ ବିଧାୟକ।ସମସ୍ତ ବିଧାୟକ ଆସନ୍ତା ବୁଧବାର ଡ଼ିସେମ୍ବର ୪ତାରିଖରେ ନୌସେନା ଦିବସ ଦେଖିବାକୁ ପୁରୀ ଯିବା ପାଇଁ ଗୃହରେ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ।ମଧ୍ୟାହ୍ନ ୧୨:୩୦ରେ ବିଧାନସଭା ପରିସରରେ ଲଞ୍ଚ କରି ବସରେ ଯିବେ ସମସ୍ତ ବିଧାୟକ।ଏଥିସହ ପୁରୀ ଠାରୁ କୋଣାର୍କ ଯାଇ କୋଣାର୍କ ମହୋତ୍ସବ ଦେଖି ଫେରିବେ।
ଆସନ୍ତା ୪ ତାରିଖରେ ପୁରୀରେ ନୌସେନା ଦିବସ ପାଳନ ହେବାକୁ ଯାଉଛି। ଭାରତୀୟ ନୌ ସେନା ତାର ପରାକ୍ରମ ଓ ପରାକାଷ୍ଠା ଦେଖାଇବ।ଭାରତୀୟ ନୌସେନା ଦିବସ ପାଳନ ନେଇ ପୁରୀ ବେଳାଭୂମିରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ୧୫ଟି ଜାହାଜ, ୪୦ ଏୟାରକ୍ରାଫ୍ଟ ସାମିଲ ହୋଇ ରଣକୌଶଳ ଦେଖାଇବେ।