ନ୍ୟାଶ୍‌ନାଲ ଟି୨୦ ଚାମ୍ପିୟନଶିପ୍‌ରୁ ଓହରିଲେ ବାବର

କରାଚୀ,୧୩।୩: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଲାଗି ଘୋଷିତ ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଥିବା ପୂର୍ବତନ ଅଧିନାୟକ ବାବର ଆଜମ ନ୍ୟାଶନାଲ ଟି୨୦ ଚାମ୍ପିୟନଶିପରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ବାବର ଓ ଫାଷ୍ଟ ବୋଲର ନସିମ ଶାହ କାର୍ଯ୍ୟବୋଝ ଓ ଆଗାମୀ ଅନ୍ତର୍ଜାତୀୟ ସିରିଜକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ସୂତ୍ରରୁ କୁହାଯାଇଛି ଯେ, ଜାତୀୟ ଚୟନକର୍ତ୍ତାଙ୍କ ଅସ୍ଥିର ନୀତି ସମ୍ପର୍କରେ ଖେଳାଳିମାନେ ଭଲ ଭାବେ ଅବଗତ ଅଛନ୍ତି। ଯଦି ସେମାନେ ଆଗାମୀ ପାକିସ୍ତାନ […] The post ନ୍ୟାଶ୍‌ନାଲ ଟି୨୦ ଚାମ୍ପିୟନଶିପ୍‌ରୁ ଓହରିଲେ ବାବର appeared first on Dharitri Odia News.

ନ୍ୟାଶ୍‌ନାଲ ଟି୨୦ ଚାମ୍ପିୟନଶିପ୍‌ରୁ ଓହରିଲେ ବାବର

କରାଚୀ,୧୩।୩: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଲାଗି ଘୋଷିତ ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଥିବା ପୂର୍ବତନ ଅଧିନାୟକ ବାବର ଆଜମ ନ୍ୟାଶନାଲ ଟି୨୦ ଚାମ୍ପିୟନଶିପରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ବାବର ଓ ଫାଷ୍ଟ ବୋଲର ନସିମ ଶାହ କାର୍ଯ୍ୟବୋଝ ଓ ଆଗାମୀ ଅନ୍ତର୍ଜାତୀୟ ସିରିଜକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।

ସୂତ୍ରରୁ କୁହାଯାଇଛି ଯେ, ଜାତୀୟ ଚୟନକର୍ତ୍ତାଙ୍କ ଅସ୍ଥିର ନୀତି ସମ୍ପର୍କରେ ଖେଳାଳିମାନେ ଭଲ ଭାବେ ଅବଗତ ଅଛନ୍ତି। ଯଦି ସେମାନେ ଆଗାମୀ ପାକିସ୍ତାନ ସୁପର ଲିଗରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେମାନଙ୍କୁ ସିଧାସଳଖ ଜାତୀୟ ଦଳରେ ଚୟନ କରାଯିବ। ବାବର ୨୦୨୦ଠାରୁ ଘରୋଇ ଫାଷ୍ଟ-କ୍ଲାସ ମ୍ୟାଚ ଖେଳି ନାହାନ୍ତି।

The post ନ୍ୟାଶ୍‌ନାଲ ଟି୨୦ ଚାମ୍ପିୟନଶିପ୍‌ରୁ ଓହରିଲେ ବାବର appeared first on Dharitri Odia News.