ନ୍ୟାସନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ନୋଟିସ
ନୂଆଦିଲ୍ଲୀ : ନ୍ୟାସନାଲ୍ ହେରାଲ୍ଡ ମାମଲାରେ ବଢ଼ିଲା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ଅଡୁଆ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ସମ୍ପୃକ୍ତି ଥିବା ନେଇ ଶୁକ୍ରବାର ଦିନ ଦିଲ୍ଲୀର ଏକ କୋର୍ଟ ଉଭୟଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ନିକଟରେ ପହଞ୍ଚିବ ନୋଟିସ । ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗନେ କହିଛନ୍ତି ସବୁ ପକ୍ଷଙ୍କ ତର୍କ ଶୁଣିବା ପରେ ଏହାର ନିରପେକ୍ଷ […]

ନୂଆଦିଲ୍ଲୀ : ନ୍ୟାସନାଲ୍ ହେରାଲ୍ଡ ମାମଲାରେ ବଢ଼ିଲା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ଅଡୁଆ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ସମ୍ପୃକ୍ତି ଥିବା ନେଇ ଶୁକ୍ରବାର ଦିନ ଦିଲ୍ଲୀର ଏକ କୋର୍ଟ ଉଭୟଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ନିକଟରେ ପହଞ୍ଚିବ ନୋଟିସ । ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗନେ କହିଛନ୍ତି ସବୁ ପକ୍ଷଙ୍କ ତର୍କ ଶୁଣିବା ପରେ ଏହାର ନିରପେକ୍ଷ ଶୁଣାଣି କରାଯିବ । ଏହି ଘଟଣାର ପରବର୍ତ୍ତୀ ଶୁଣାଣି ମେ ୮ ତାରିଖରେ ହେବ ବୋଲି ସୂଚନା ମିଳିଛି ।
ସୂଚନାନୁସାରେ,ନ୍ୟାସନାଲ ହେରାଲ୍ଡ କେସ ଏକ ବିବାଦୀୟ ମାମଲା, ଯାହା ୨୦୧୪ ରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ପକ୍ଷରୁ ଦାୟର ହୋଇଥିଲା । ସ୍ୱାଧୀନତା ସମ୍ପର୍କିତ ଖବର ପ୍ରସାରଣ ପାଇଁ ୧୯୩୮ ମସିହାରେ ଜବାହାରଲାଲ ନେହରୁ ନ୍ୟାସନାଲ ହେରାଲ୍ଡ ଖବର କାଗଜ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହା ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ଏଜେଏଲ (AJL)ର ମାଲିକାନା ଅଧୀନରେ ରହିଛି । ତେବେ ୨୦୦୮ ମସିହାରେ ଖବରକାଗଜଟି ବନ୍ଦ ହୋଇଯାଇଥିଲା ଏବଂ ଏହା ପରେ ୨୦୧୦ ମସିହାରେ ଏକ ନୂତନ କମ୍ପାନୀ ୟଙ୍ଗ ଇଣ୍ଡିଆ ନାମରେ ଗଠନ ହୋଇଥିଲା । ଯେଉଁଥିରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ୭୬% ଅଂଶ ଧନ ରହିଛି । ସେହି ସମୟରେ କଂଗ୍ରେସ ଏଜେଏଲ (AJL) କୁ ୯୦ କୋଟି ଋଣ ଦେଇଥିଲା । ତେବେ ପରବର୍ତୀ ସମୟରେ ନ୍ୟାସନାଲ ହେରାଲ୍ଡ କୁ ଦେବାଳିଆ ଘୋଷଣା କରି ମାତ୍ର ୫୦ ଲକ୍ଷ ଟଙ୍କାରେ ୟଙ୍ଗ ଇଣ୍ଡିଆ ସଂସ୍ଥା କିଣି ନେଇଥିଲା । ଏହି ସଂସ୍ଥାରେ ରାହୁଲ ଓ ସୋନିଆଙ୍କ ୩୮-୩୮ ପ୍ରତିଶତ ଅଂଶଧନ ରହିଛି ।
ଏହି ଘଟଣାରେ ୨୦୧୪ ମସିହାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ED ମାମଲା ଦାୟର କରିଥିଲେ । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ମାତ୍ର ୫୦ ଲକ୍ଷ ଟଙ୍କାରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ବା ଏଜେଏଲ (AJL)ର ସମ୍ପତ୍ତି ହାତେଇ ନେଇଥିବା ଅଭିଯୋଗ କରାଯାଇଥିଲା । ଏଜେଏଲ (AJL) ସମ୍ପତ୍ତିର ମୂଲ୍ୟ ୨,୦୦୦ କୋଟି ଟଙ୍କାରୁ ଅଧିକ ଥିଲା । ୨୦୨୨ ରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରାଯାଇଥିଲା। ଏପର୍ଯ୍ୟନ୍ତ, ED ୭୫୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି।