ନ୍ୟାୟ ପାଇଁ ଲଢ଼ୁଛନ୍ତି ଲଣ୍ଡନରେ ହତ୍ୟାର ଶିକାର ହୋଇଥିବା ହର୍ଷିତାଙ୍କ ପରିବାର
ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ୨୪ ବର୍ଷୀୟା ମହିଳା ହର୍ଷିତାଙ୍କୁ ଲଣ୍ଡନରେ ଯୌତୁକ ନିର୍ଯାତନା ଦେଇ ହତ୍ୟା କରାଯାଇଛି। ତାଙ୍କ ପରିବାର ସଦସ୍ୟ ଏବେ ତାଙ୍କୁ ନ୍ୟାୟ ଦେବାପାଇଁ ଲଢ଼ୁଛନ୍ତି। ଆସନ୍ତାକାଲି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଅଛି। ଉଲ୍ଲେଖଯୋଗ୍ୟ, ହର୍ଷିତା ବ୍ରେଲାଙ୍କ ଭଉଣୀ ସୋନିଆ ଡାବା ହାଇକୋର୍ଟରେ ଏନେଇ ଏକ ଆବେଦନ କରିଥିଲେ। ମାମଲାରେ ତଦନ୍ତ ତ୍ବରାନ୍ବିତ କରିବା ନେଇ ବିଦେଶ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ବ୍ରିଟେନ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଉଛି କି ନାହିଁ […]
ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ୨୪ ବର୍ଷୀୟା ମହିଳା ହର୍ଷିତାଙ୍କୁ ଲଣ୍ଡନରେ ଯୌତୁକ ନିର୍ଯାତନା ଦେଇ ହତ୍ୟା କରାଯାଇଛି। ତାଙ୍କ ପରିବାର ସଦସ୍ୟ ଏବେ ତାଙ୍କୁ ନ୍ୟାୟ ଦେବାପାଇଁ ଲଢ଼ୁଛନ୍ତି। ଆସନ୍ତାକାଲି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଅଛି। ଉଲ୍ଲେଖଯୋଗ୍ୟ, ହର୍ଷିତା ବ୍ରେଲାଙ୍କ ଭଉଣୀ ସୋନିଆ ଡାବା ହାଇକୋର୍ଟରେ ଏନେଇ ଏକ ଆବେଦନ କରିଥିଲେ। ମାମଲାରେ ତଦନ୍ତ ତ୍ବରାନ୍ବିତ କରିବା ନେଇ ବିଦେଶ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ବ୍ରିଟେନ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଉଛି କି ନାହିଁ ସେନେଇ ସେ ଚିନ୍ତା ପ୍ରକଟ କରିଥିଲେ। ତେବେ ହାଇକୋର୍ଟ ଏହି ମାମଲାରେ ଏକ ନୋଡାଲ ଅଫିସର୍ ନିଯୁକ୍ତ କରିବାପାଇଁ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୧୪ରେ ବ୍ରେଲାଙ୍କ ମର ଶରୀର ତାଙ୍କ କାର୍ ବୁଟ୍ରୁ ମିଳିଥିଲା। ସ୍ଥାନୀୟ ପୁଲିସ ଦ୍ବାରା ଏହି ଖବର ତାଙ୍କ ବାପାଙ୍କ ନିକଟରେ ପହଞ୍ଚିଥିଲା। ହର୍ଷିତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ହର୍ଷିତା ଘରୋଇ ହିଂସାର ଶିକାର ହୋଇଥିଲେ। ତାଙ୍କୁ ଅତ୍ୟଧିକ ଅତ୍ୟାଚାର କରାଯାଉଥିଲା। ସ୍ବାମୀ ପଙ୍କଜ ତାଙ୍କୁ ତଣ୍ଟି ଚିପି ମାରିଦେଇଥିଲା। ମୃତ୍ୟୁର ୪ ଦିନ ପରେ ତାଙ୍କ ମର ଶରୀର କାର୍ ବୁଟ୍ରୁ ମିଳିଥିଲା।