ନ୍ୟାୟିକ ପରମ୍ପରା ଭାଙ୍ଗିଲେ ସିଜେଆଇ: ଆଇନଜୀବୀଙ୍କୁ ଶୁଣାଣି ସମୟରେ ଚେୟାରରେ ବସି ବିତର୍କ କରିବାକୁ କହିଲେ…

ନୂଆଦିଲ୍ଲୀ,୯।୧ : ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ କାର୍ଯ୍ୟ ପାଇଁ ହେଡଲାଇନରେ ରହିଛନ୍ତି। ନିକଟରେ ସେ ଭାରତ ଗସ୍ତ ପାଇଁ ଖବରରେ ଥିଲେ। କିନ୍ତୁ ଏଥର ସେ ଅନ୍ୟ ଏକ କାରଣରୁ ଖବରରେ ଅଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବେଳେବେଳେ ସେ ନରମ ରୁହନ୍ତି ଏବଂ ବେଳେବେଳେ ସେ ମଧ୍ୟ ଗରମ ଦେଖାଯାଇଥାନ୍ତି । ତେବେ ଏଥର ତାଙ୍କର ଉଦାର ମନୋଭାବ ଯୋଗୁ ସେ ଖବରରେ ଅଛନ୍ତି। ସିଜେଆଇ ନ୍ୟାୟିକ ପରମ୍ପରା ଭାଙ୍ଗିଛନ୍ତି। ପ୍ରକୃତରେ […] The post ନ୍ୟାୟିକ ପରମ୍ପରା ଭାଙ୍ଗିଲେ ସିଜେଆଇ: ଆଇନଜୀବୀଙ୍କୁ ଶୁଣାଣି ସମୟରେ ଚେୟାରରେ ବସି ବିତର୍କ କରିବାକୁ କହିଲେ… appeared first on Dharitri Odia News.

ନ୍ୟାୟିକ ପରମ୍ପରା ଭାଙ୍ଗିଲେ ସିଜେଆଇ: ଆଇନଜୀବୀଙ୍କୁ ଶୁଣାଣି ସମୟରେ ଚେୟାରରେ ବସି ବିତର୍କ କରିବାକୁ କହିଲେ…

ନୂଆଦିଲ୍ଲୀ,୯।୧ : ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ କାର୍ଯ୍ୟ ପାଇଁ ହେଡଲାଇନରେ ରହିଛନ୍ତି। ନିକଟରେ ସେ ଭାରତ ଗସ୍ତ ପାଇଁ ଖବରରେ ଥିଲେ। କିନ୍ତୁ ଏଥର ସେ ଅନ୍ୟ ଏକ କାରଣରୁ ଖବରରେ ଅଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବେଳେବେଳେ ସେ ନରମ ରୁହନ୍ତି ଏବଂ ବେଳେବେଳେ ସେ ମଧ୍ୟ ଗରମ ଦେଖାଯାଇଥାନ୍ତି । ତେବେ ଏଥର ତାଙ୍କର ଉଦାର ମନୋଭାବ ଯୋଗୁ ସେ ଖବରରେ ଅଛନ୍ତି। ସିଜେଆଇ ନ୍ୟାୟିକ ପରମ୍ପରା ଭାଙ୍ଗିଛନ୍ତି। ପ୍ରକୃତରେ ଜଣେ ବରିଷ୍ଠ ଆଇନଜୀବୀ ତାଙ୍କ ପିଠିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ।

ଏହା ପରେ ସିଜେଆଇ କୋର୍ଟ ପରିସରରେ ଚେୟାରରେ ବସି ତାଙ୍କୁ ବିତର୍କ କରିବାକୁ ପ୍ରସ୍ତାବ ଦେଇଥିଲେ। ନ୍ୟାୟିକ ପରମ୍ପରାରେ ସାଧାରଣତଃ ଏହା ହୋଇ ନ ଥାଏ। କୋର୍ଟର ପରମ୍ପରା ହେଉଛି ଆଇନଜୀବୀମାନେ ଠିଆ ହୋଇ ଏକ ସଭ୍ୟ ଢଙ୍ଗରେ କୌଣସି ମାମଲାରେ ବିଚାରପତିଙ୍କ ଆଗରେ ଯୁକ୍ତି କରନ୍ତି।

କିନ୍ତୁ ମଙ୍ଗଳବାର ସିଜେଆଇ ଚନ୍ଦ୍ରଚୂଡ ସାତଜଣିଆ ବେଞ୍ଚର ନେତୃତ୍ୱ ନେଉଥିବାବେଳେ ବରିଷ୍ଠ ଓକିଲ ରାଜୀବ ଧାୱନଙ୍କୁ ଚେୟାରରେ ବସି ଯୁକ୍ତିତର୍କ କରିବାକୁ କହିଥିଲେ। ଏପରିକି ପ୍ରଧାନ ବିଚାରପତି ଧାୱନଙ୍କୁ କହିଥିଲେ ଯଦି ଆବଶ୍ୟକ ହୁଏ କିମ୍ବା ଯଦି ସେ ଅଧିକ ଆରାମଦାୟକ ପରିସ୍ଥିତି ଚାହାନ୍ତି, ତେବେ ସେ ତାଙ୍କ ଚାମ୍ବରରୁ ଏକ ଚେୟାର ଅର୍ଡର କରିପାରିବେ ଏବଂ ଏଥିରେ ବସି ଶୁଣାଣିରେ ଅଂଶଗ୍ରହଣ କରିପାରିବେ।

ସୂଚନାଯୋଗ୍ୟ ୭୭ ବର୍ଷିୟ ଆଇନଜୀବୀ ରାଜୀବ ଧାୱନ ପିଠି ଯନ୍ତ୍ରଣା ଭୋଗୁଥିଲେ। ମଙ୍ଗଳବାର ଠାରୁ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏମୟୁ) କୁ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ ମାମଲା ସୁପ୍ରିମକୋର୍ଟର ଏକ ସାତଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଏହି ଶୁଣାଣି ସମୟରେ ଏହି ରୋଚକ ଘଟଣା ଘଟିଥିଲା। ଏହି ବେଞ୍ଚରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜେ.ବି ପାରଦୀୱାଲା, ଜଷ୍ଟିସ ଦୀପଙ୍କର ଦତ୍ତ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନ ଅଛନ୍ତି।

The post ନ୍ୟାୟିକ ପରମ୍ପରା ଭାଙ୍ଗିଲେ ସିଜେଆଇ: ଆଇନଜୀବୀଙ୍କୁ ଶୁଣାଣି ସମୟରେ ଚେୟାରରେ ବସି ବିତର୍କ କରିବାକୁ କହିଲେ… appeared first on Dharitri Odia News.