ଅଲ୍ ନ୍ୟୁ ପଲ୍ସର ଏନ୍ଏସ୍୪୦୦ଜେଡ୍ର ଅନାବରଣ
ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ପଲ୍ସର ଏନ୍ଏସ୍୪୦୦ଜେଡ୍’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍ ନ୍ୟୁ ପଲ୍ସର ଏନ୍ଏସ୍୪୦୦ଜେଡ୍ରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଫିଚର ଏବଂ ୩୭୩ ସିସିର ସିଙ୍ଗଲ ସିଲଣ୍ଡର ଇଞ୍ଜିନ ସହ ୩୯.୪ ବିଏଚ୍ପି,୩୫ଏନ୍ଏମ୍ ଭଳି ଅତ୍ୟାଧୁନିକ ସୁବିଧା ସାମିଲ ରହିଛି। ସେହିଭଳି ୪୩ଏମ୍ଏମ୍ ୟୁଏସ୍ଡି ଫର୍କ ସହିତ ୩ସ୍ତରୀୟ […] The post ଅଲ୍ ନ୍ୟୁ ପଲ୍ସର ଏନ୍ଏସ୍୪୦୦ଜେଡ୍ର ଅନାବରଣ appeared first on Dharitri Odia News.
ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ପଲ୍ସର ଏନ୍ଏସ୍୪୦୦ଜେଡ୍’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍ ନ୍ୟୁ ପଲ୍ସର ଏନ୍ଏସ୍୪୦୦ଜେଡ୍ରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଫିଚର ଏବଂ ୩୭୩ ସିସିର ସିଙ୍ଗଲ ସିଲଣ୍ଡର ଇଞ୍ଜିନ ସହ ୩୯.୪ ବିଏଚ୍ପି,୩୫ଏନ୍ଏମ୍ ଭଳି ଅତ୍ୟାଧୁନିକ ସୁବିଧା ସାମିଲ ରହିଛି।
ସେହିଭଳି ୪୩ଏମ୍ଏମ୍ ୟୁଏସ୍ଡି ଫର୍କ ସହିତ ୩ସ୍ତରୀୟ ଟିସିଏସ୍ ଆଣ୍ଡ ଏବିଏସ୍ ଟୋକ୍ନୋଲୋଜି ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ଉପକରଣ ସାଙ୍ଗକୁ କନ୍ସୋଲ ଏବଂ ବ୍ଲୁ ଟୁଥ୍ କନ୍କ୍ଟେଭିଟ ଭଳି ସୁବିଧା ଅନ୍ତର୍ଭୁକ୍ତ ରହିଛି। ଅପରପକ୍ଷରେ ୫ସ୍ପିଡ୍ ଗିୟରବକ୍ସ ସହ ଓ୍ବାଇଡ ଟାୟାର ଭଳି ଅନେକ ସୁରକ୍ଷାଭିତ୍ତିକ ସୁବିଧା ଓ ଫିଚର ଏହି ମଡେଲରେ ସାମିଲ ହୋଇଥିବାବେଳେ ଆକର୍ଷଣୀୟ ଡିଜାଇନ ଓ ୪ଟି ମନୋଲୋଭା କଲର (ରଙ୍ଗ) ସହ ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍ ନୂଆଦିଲ୍ଲୀ) ୧.୮୫ ଲକ୍ଷ ଟଙ୍କା ରହିଛି।
ସମ୍ପର୍କରେ ବଜାଜ ଅଟୋ ଲିମିଟେଡ୍ର ସଭାପତି (ମୋଟର ସାଇକେଲ) ସାରଙ୍ଗ କାଣ୍ଡେ କହିଛନ୍ତି, ଆମେ ଆମର ନୂତନ ମଡେଲ ‘ଅଲ୍ ନ୍ୟୁ ପଲ୍ସର ଏନ୍ଏସ ୍୪୦୦ ଜେଡ୍’କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଆମର ଏନ୍ ସିରିଜ ଘରୋଇ ବଜାରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲାବେଳେ ସିରିଜର ଅଗ୍ରଣୀ ମଡେଲ ଏନ୍୧୫୦,ଏନ୍୧୬୦ ଏବଂ ଏନ୍ ୨୫୦ ମଧ୍ୟ ପୂର୍ବରୁ ମାର୍କେଟ ଲିଡର ଭାବେ ବେଶ୍ ପ୍ରଭାବଶାଳୀ କାରବାର ସହ ଯୁବବର୍ଗଙ୍କ ନିକଟତର ହୋଇପାରିଥିଲା।
The post ଅଲ୍ ନ୍ୟୁ ପଲ୍ସର ଏନ୍ଏସ୍୪୦୦ଜେଡ୍ର ଅନାବରଣ appeared first on Dharitri Odia News.